ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ

124 0

ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l ଆଗକୁ ବାଲିଆପାଳରେ ସାମାଜିକ ବିକାଶ ଏବଂ ଗରିବ ଅସହାୟ ଲୋକଙ୍କୁ କିପରି ସରକାରୀ ସାହାଯ୍ୟ ପହଞ୍ଚାଇ ହେବ, ନିଶାନିବାରଣ, ସ୍ୱଚ୍ଛତା, ପାନୀୟ ଜଳ ବଞ୍ଚାଇବା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଚିକିତ୍ସା, ଜରୁରୀ କାଳୀନ ସାହାଯ୍ୟ କିପରି ଲୋକେ ପାଇ ପାରିବେ ତାହା ଆଲୋଚନା କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ କୋଡିଏ ଜଣ ନୂଆ ସଦସ୍ୟ ନିଜର ସଦସ୍ୟତା ଗ୍ରହଣ କରିଥିଲେ l କାଯ୍ୟକ୍ରମ ଶେଷ ହେଲା ପରେ ସୁବାସିନୀ ମଲ୍ଲିକ ନାମକ ଜଣେ ଅଶି ବର୍ଷର ବୃଦ୍ଧା ମହିଳାଙ୍କୁ କିଛି ଖାଦ୍ୟ, ଔଷଧ ପାଇଁ କିଛି ଆର୍ଥିକ ସାହାଯ୍ୟ ସହିତ ଇଲେକ୍ଟ୍ରି ବ୍ୟବସ୍ଥା କରାଇ ଆଲୋକ ଲଗାଇବାର ସାହାଯ୍ୟ ସଂଗଠନ କରିଥିଲେ l କିଛି ମାସ ପୂର୍ବରୁ ଏହି ମାଆଙ୍କୁ ସାମାଜିଜ ସଂଗଠନ ତିନି ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ତାଙ୍କ ଦେଖାଶୁଣା କରୁଥିବା ଏବଂ ନିଷ୍ଠାପର ସେବା କରିଆସୁଥିବା ସେହି ଗ୍ରାମର ଲକ୍ଷ୍ମୀ ପ୍ରିୟା ସାହୁଙ୍କୁ ସଂଗଠନ ମାନପତ୍ର, ଚାଦର, ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ

ଏହି କାଯ୍ୟକ୍ରମ ରେ ମେ ଆଇ ହେଲ୍ପ ୟୁ ମୋପରିବାର ଜଳେଶ୍ଵରର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ଉପଦେଷ୍ଟା ନରହରି ବେହେରା, ମନୋରଞ୍ଜନ ପ୍ରଧାନ, ବାଲିଆପାଳ ବ୍ଲକ ସଭାପତି ରାଜକିଶୋର ପାତ୍ର, ଭୋଗରାଇ ସଭାପତି ପ୍ରଶାନ୍ତ ଘୋଷ, ବାଲିଆପାଳ ବ୍ଲକ ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ପାଣିଗ୍ରାହୀ ଏବଂ ଉପସଭାପତି ଆଶିଷ ପଣ୍ଡା , ସମ୍ପାଦକ ପ୍ରଭାତ କୁମାର ଦାସ, କୋଷାଧକ୍ଷ ଲଷ୍ମୀଧର ପ୍ରଧାନ, ଜୟନ୍ତ ହଟେଇ, ମିଡ଼ିଆ କୋଅର୍ଡିନେଟର ସୁବାସ ଦାସ, ସତ୍ୟବ୍ରତ ବେହେରା, ଏମ.ଡି ରାଜୁ, ସେକ ହଜିମୁଦ୍ଦିନ, ଗୌତମ ସାହୁ, ହେମନ୍ତ ମଲ୍ଲିକ ଆଦି ସଦସ୍ୟ ଉପସ୍ଥିତ ଥିଲେ lସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର ର ବାଲିଆପାଳ ଶାଖାକୁ ସାଧାରଣରେ ସ୍ବାଗତ କରା ଯିବ ସହ ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରା ଯାଇଛି।

Related Post

୨ ରୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପ୍ରସ୍ତୁତି ବୈଠକ

Posted by - November 11, 2022 0
ନର୍ଲା :  (ଅମିୟ କୁମାର ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ ଠାରେ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ପାଇଁ…

ପାଟଣାଗଡ଼ ବିଧାୟକଙ୍କ ଲୁହସିଂହା ଧାନ ମଣ୍ଡି ପରିଦର୍ଶନ

Posted by - December 16, 2021 0
ପାଟଣାଗଡ଼: ୧୫/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା (ଜୁରିଆ) ସେବା ସମବାୟ ସମିତି ଧାନମଣ୍ଡି ପାଟଣାଗଡ ବିଧାୟକ ସରୋଜ ମେହେର ପରିଦର୍ଶନ କରି…

ତୃତୀୟ ମହାନଦୀ ମହୋତ୍ସବ ଅନୁଷ୍ଠିତ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମପଂଚାୟତ ର ରାମପୁର ସୁବର୍ଣ୍ଣପୁର ମହାନଦୀ ମଧ୍ୟ ଭାଗରେ ମାଘ ମାସ ତିଳ ସପ୍ତମୀ ଅବସରରେ ଅଷ୍ଟ ପ୍ରହରୀ…