ଭୁବନେଶ୍ୱର :ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ପାଣି ପାଇଁ ହାହାକାର ସ୍ଥିତି ଭିତରେ ରାଜଧାନୀରେ ଚାଲିଛି ସରକାରଙ୍କ ଭିଆଇପି ଟ୍ରିଟ୍ମେଣ୍ଟ। କ୍ୟାପିଟାଲ୍ ଛକରୁ ଶିଶୁ ଭବନ ଛକ ଭିତରେ ଅଧିକାଂଶ ବରିଷ୍ଠ ଆଇଏଏସ ଅଧିକାରୀ ରହୁଛନ୍ତି। ଯାହାଙ୍କ ଘରକୁ ଟ୍ୟାଙ୍କର ବୋହି ପାଣି ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ । ସରକାରୀ କ୍ୱାଟର୍ସ ଗୁଡ଼ିକରେ ପାଣି ଅନଲୋଡ଼ କରି ଅନାୟାସରେ ଫେରିଯାଉଛି ଗାଡ଼ି।
