ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ ରେ ଯୋଗଦେଇ ୨୦୦୯ ରେ କଂଗ୍ରେସ ଦଳରୁ ନିର୍ବାଚନ ଲଢି ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ୨୦୧୯ ମସିହାରେ ନିର୍ବାଚନ ରେ ପରାଜିତ ହେବାପରେ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉନ ଥିଲେ।
ବର୍ତ୍ତମାନ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଜିଲ୍ଲା ସଭାପତି ଓ ରାଜ୍ଯ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ ଇ ମେଲ୍ ଯୋଗେ ଇସ୍ତଫା ପତ୍ର ପ୍ରେରଣ କରିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଶ୍ରୀ ମାଝୀ ଙ୍କ ଇସ୍ତଫା ଦେବା ଘଟଣା ବିଜେଡି ଦଳ ରେ ମିଶ୍ରଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ରାଜନୈତିକ ପଣ୍ଡିତମାନେ ଆଲୋଚନା କରୁଛନ୍ତି।