କମଲପୁର ମାହେଶ୍ୱରୀ ବିହାର ଠାରେ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ

334 0

ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ତେଲବନ୍ଧ ଘାଟ ରୁ 25 ଗୋଟି କଳସ ନେଇ ପୂଜା କାର୍ଯ୍ୟ କରି ଥିଲେ ପୂଜକ ଅରୁଣ ମେଣ୍ଡିଲି, ପୁରୁଷୋତ୍ତମ ମହାକୁଡ଼, ଦୁର୍ଯ୍ୟୋଧନ ପ୍ରଧାନ ଓ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ସମ୍ଭୁଗିରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡୁମାଲ ପରିଷଦର ଉପଦେଷ୍ଟା ଦେବାର୍ଚ୍ଚନ ଚାଉଳିଆ ଯୋଗ ଦେଇ ଉଦଘାଟନ କରିଥିଲେ

ଜାତିଗଙ୍ଗା ମାନଙ୍କ ଉନ୍ନତି ଓ ପ୍ରଗତି ହୋଇପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ ,ସଂମାନିତ ଅତିଥି ଭାବେ ଜାତିଭିତିକ ପତ୍ରିକା ଆମେ ଡୁମାଲର ସମ୍ପାଦକ ହରିଶଙ୍କର ବେହେରା, ମହେଶ୍ୱର ପ୍ରଧାନ, ସୁଶାନ୍ତ ବାଘ, ଦେବହରୀ ମହାକୁଡ଼, ଉପଦେଷ୍ଟା ଅକ୍ରୁର କଳତା, ସୁଦାମ ଖମାରୀ, ବିଶିକେସନ ପ୍ରଧାନ, ପ୍ରଭାତଚନ୍ଦ୍ର ପ୍ରଧାନ, ସୀତାକାନ୍ତ ସିଂ, ଦୟାସାଗର ମେଣ୍ଡିଲି, ଲଳିତ ଥାଟି ଓ ଗୋଆଧାରିତ କୃଷି ଉପରେ ବକ୍ତବ୍ୟ ରଖିଥିଲେ ଗୋସେବକ ସାଧୁ ମଧୁସୂଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l

ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଚୈତନ୍ୟ କର୍ଣ୍ଣ,ସତ୍ୟନାରାୟଣ ବଘାର, କୃଷ୍ଣ ଚନ୍ଦ୍ର ପ୍ରଧାନ,ଓ ଧରଣୀଧର ଲଉରିଆ ପ୍ରମୁଖ l ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ମାହେଶ୍ୱରୀ ସେବକ ଗପବନ୍ଧୁ, କୈଳାସ ଖେତୀ, ସୁଶାନ୍ତ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ଦିଲ୍ଲୀପ କୁମାର କର୍ମୀ, ଅଜିତ କୁମାର ମହାକୁଡ଼, ସିକୁନ ପ୍ରଧାନ, ସୁରେନ୍ଦ୍ର କର୍ଣ୍ଣ, ଗୟା ମହାକୁଡ଼, ସଞ୍ଜୟ ପ୍ରଧାନ, ତ୍ରିପୁର ମହାକୁଡ଼, ଧରଣୀଧର ମେଣ୍ଡିଲି,ରିଲୁ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଶ୍ରୀ ଶ୍ରୀ ମଝୀଘରିଆଣି ମନ୍ଦିରରେ ବାଲିଯାତ୍ରାର ଉଜ୍ଜାପନ

Posted by - September 17, 2022 0
ମୁନିଗୁଡା:(ରମାକାନ୍ତ ପଡାଲ)ସନ୍ଧ୍ୟା ୦୬ ଘଣ୍ଟା ସମୟରେ ରାୟଗଡା ଅଧିଷ୍ଟାତ୍ରି ଦେବୀ ଶ୍ରୀ ଶ୍ରୀ ମା ମଝିଘରିଆଣି ମନ୍ଦିରରେ ବାଲି ଯାତ୍ରା ଉଜ୍ୟାପାନ କରାଯାଇ ଥିଲା। ପ୍ରଥମ ଦିନ…

ଚ୍ଥତିଆ ଡ୍ରାଇଭିଂ ଇନିଷ୍ଟିଚ୍ୟୁଟର ବିକାଶ ପାଇଁ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର

Posted by - July 22, 2020 365
ଯାଜତ୍ପର ଅଫିସ : ଯାଜପୁର ଜିଲ୍ଳ୍‌ାର ଚ୍ଥତିଆ ସ୍ଥିତ ହେଭି ମୋଟର ଭେହିକିଲ ଡ୍ରାଇଭିଂ ଟ୍ରେନିଂ ଇନିଷ୍ଟିଚ୍ୟୁଟ୍ (HMVDTI) କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ…

ଟିଟିଲାଗଡ଼ ପୌରପରିଷଦର ବସ୍ତି ବାସିନ୍ଦାଙ୍କ ପାଇଁ ଲଟେରୀ ଜରିଆରେ ଭୂମି ପ୍ରମାଣପତ୍ର ବଣ୍ଟନ

Posted by - January 6, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ପୌରପରିଷଦ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସରକାରଙ୍କ ଜାଗା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣପତ୍ର…

କୋକସରା ବ୍ଲକ ରେ ବାଟବଣା ସରକାରୀ ଯୋଜନା, ଦୁର୍ନୀତି ଓ ପ୍ରଶାସନିକ ଅବହେଳା ମୁଖ୍ୟ କାରଣ ?

Posted by - December 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ପ୍ରଶାସନିକ ସ୍ଥାଣୁତା ଓ ଦୁର୍ନୀତି ବିରୁଦ୍ଧରେ ବ୍ଲକ୍ ଅଧ୍ୟକ୍ଷ ପଦକ୍ଷେପ ଯୋଗୁଁ ସରକାର ଙ୍କ ଅନୁଦାନ ବିନିଯୋଗ…