ପଇଁତିରିଶ ବର୍ଷ ପରେ ବନ୍ଧୁମଳନ

285 0

ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ମହାବିଦ୍ୟାଳୟର ଯୁକ୍ତ ଦୁଇରେ ଅଧ୍ୟୟନ କରି ପଂଚାଅଶୀ ମସିହାରୁ ବନ୍ଧୁତ୍ବ ଅତୁଟ ରଖିଥିବା ପୁରୁଣା ବଂଧୁମାନେ ଦୀର୍ଘ ସଇଁତିରିଶ ବର୍ଷ ପରେ ସୋନପୁର ସହରର ସୁବର୍ଣ୍ଣମେରୁ ମନ୍ଦିରରେ ଏକତ୍ରିତ ହୋଇଥିଲେ ।ଶ୍ରୀ ସୁଦାମ ଚରଣ ସାହୁ ଓ ଶ୍ରୀ ଗୋପାଳ ଚରଣ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏଇ ବନ୍ଧୁମିଳନ ଉତ୍ସବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଇତି ମଧ୍ୟରେ ଇହଧାମ ତ୍ୟାଗ କରି ସାରିଥିବା ଦିବଂଗତ ବନ୍ଧୁ ମହେନ୍ଦ୍ର କୁମାର ମିଶ୍ର , ଭାସ୍କର ଦାଶ ଓ ନୀଳେନ୍ଦ୍ରି ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ବହୁବର୍ଷ ପରେ ମିଳିତ ହୋଇଥିବା ବନ୍ଧୁମାନେ ନିଜନିଜ ପରିବାର ବିଷୟରେ ପରସ୍ପର ଅବଗତ ହେବା ସହ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଭାବ ଗଦଗଦ ହୋଇଥିଲେ l

ପରେ ଗୀତ ବାଦ୍ୟ ନୃତ୍ୟ ଓ ଅଭିନୟର ଆସର ଓ ଭୋଜିଭାତର ସ୍ବତନ୍ତ୍ର ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ବନ୍ଧୁ ମିଳନ ପର୍ବରେ ରାଜ୍ୟ ସରକାରଙ୍କର ପ୍ରୋଜେକ୍ଟ ଏଡମିନିଷ୍ଟ୍ରେଟର ଭାବେ ଭବାନି ପାଟଣାରେ ଅବସ୍ଥାପିତ ଶ୍ରୀ ବିରଂଚି ନାରାୟଣ ଦରୁୱାନ , ଡକ୍ଟର ପୁରୁଷୋତ୍ତମ ମିଶ୍ର , ଡକ୍ଟର ସୌରଭ ରଂଜନ ଖମାରୀ , ବାଉଁଶୁଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅନିରୁଦ୍ଧ ମହାକୁଡ , ଶ୍ରୀ ରବୀନ୍ଦ୍ର ଠେଟୁଆଲ୍ , ଶ୍ରୀ ପ୍ରବୀର ରଥ , ଶ୍ରୀ ବସନ୍ତ କୁମାର ଦାଶ , ଅଧ୍ୟାପକ ପ୍ରକାଶ ମହାକୁଡ , ଅଧ୍ୟାପିକା ଭାରତୀ ଦର୍ଜି , ଅଧ୍ୟାପିକା ସଂଜୁରାଣୀ ସିଂ ଆଦି ପୁରୁଣା ବନ୍ଧୁମାନେ ଉତ୍ସବରେ ଅଂଶଗ୍ରହଣ କରିଥିଲେ l

 

Related Post

ସାଇକେଲ ଚୋର କୁ ଧରି ଉତ୍ତମ ମଧ୍ୟମ ଦେଲେ

Posted by - September 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟ ରେ ଜଣେ ଲୋକ ସାଇକେଲ ଟିକୁ ଚାବି ମାରି ମାଛ କିଣିବାକୁ ଯାଇଥିଲେ । 15…

ବନ୍ୟା ପ୍ଲାବିତ ଅଂଚଳରେ ପ୍ରାଣିଚିକିତ୍ସା ଶିବିର ଅନୁଷ୍ଠିତ

Posted by - August 26, 2022 0
ବୌଦ୍ଧ :୨୬/୦୮(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ…

ଟ୍ରାକ୍ଟରରୁ ଖସି ପଡି ଶ୍ରମିକ ମୃତ

Posted by - May 24, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ସୋମବାର ସନ୍ଧ୍ୟାରେ ଟ୍ରାକ୍ଟରରୁ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ…

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 54
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…

ଥୁଆମୂଳ ରାମପୁରରେ କାଳବୈଶାଖି, ଉଡିଲା ଆଜବେଷ୍ଟସ ,ଅସହାୟ ଅବସ୍ଥାରେ ୧୦ ଗୋଟି ପରିବାର

Posted by - June 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମରେ ରବିବାର କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି।କାଳବୈଶାଖି ଯୋଗୁଁ…