ଘରକୁ ଘର ବୁଲି ନିଜ ସପକ୍ଷରେ ମତଦାନ କରିବାକୁ ପ୍ରାର୍ଥୀଙ୍କ ନିବେଦନ ।

1722 0

ଯାଜପୁର :୧୫/୦୪ ଯାଜପୁର ସଂସଦୀୟ କ୍ଷେତ୍ରର ସାତଗୋଟି ବିଧାନସଭା ଆସନ ମଧ୍ୟରୁ ଯାଜପୁର ନିର୍ବାଚନମଣ୍ଡଳୀ ଉପରେ ଏବେ ସମସ୍ତଙ୍କ ନଜର । ଏହି ଆସନରେ ଏଥର ୭ଜଣ ପ୍ରାର୍ଥୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତାରେ ଅଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି), ବିଜେପିରୁ ଜିଲ୍ଲା ସଭାପତି ଗୌତମରାୟ ଓ କଂଗ୍ରେସରୁ ସନ୍ତୋଷ ନନ୍ଦ । ତେବେ ଏଥର ବବି ଓ ଗୌତମ ରାୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନିତିକ ପାଣିପାଗରୁ ଜଣାପଡୁଛି ।

ବିଜେଡିର ଗଡ କୁହାଯାଉଥିବା ଯାଜପୁର ବିଧାନସଭା ଆସନକୁ ଏଥର ହାତେଇବା ଲାଗି ଖୁବ ଦମଲଗାଇଛି ବିଜେପି । ଜିଲ୍ଲାରେ ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଗୌତମ ନିଜର ପ୍ରଚାରକୁ ଯୋରଦାର କରିଛନ୍ତି । ନିଜ ସମର୍ଥକଙ୍କ ସହିତ ବିଭିନ୍ନ ଗାଁକୁ ଯାଇ ଘରେ ଘରେ ବୁଲି କେନ୍ଦ୍ରସରକାରଙ୍କ ୫ ବର୍ଷର ଶୁଶାସନ ସମ୍ପର୍କରେ ଭୋଟରମାନଙ୍କୁ ବୁଝାଇ ବିଜେପି ପ୍ରାର୍ଥୀ ଭାବେ ନିଜ ସପକ୍ଷରେ ମତଦାନ କରିବାକୁ ନିବେଦନ କରୁଛନ୍ତି । କିନ୍ତୁ ଅପର ପକ୍ଷରେ ଭୋଟର ମାନଙ୍କ ମଧ୍ୟରେ କୌଣସି ପରିବର୍ତନ ହେବ ନାହି ବୋଲି ବିଜେଡ଼ି ର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କ ସମର୍ଥକ ମାନେ କହିଛନ୍ତି ।

Related Post

ମତଦାତା ଅଧିକାର ଓ କୋଭିଡ ପାଇଁ ସଚେତନତା ରାଲି

Posted by - February 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ…

କଣ୍ଟାମାଳରେ ଆନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ ୨୦୨୩ ପାଳିତ

Posted by - May 1, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) କଣ୍ଟାମାଳ ବ୍ଳକ ର ମିଶନ୍ ଶକ୍ତିଭବନ ଠାରେ ଆଜି ମହା ଆଡମ୍ବର ରେ ଆନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ୨୦୨୩ ଅନୁଷ୍ଠିତ ହୋଇ ଯାଇଛି।…

ବନ କର୍ମଚାରୀ ଙ୍କୁ ଅକ୍ରମଣ ଫରେଷ୍ଟର ଗୁରୁତର

Posted by - October 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡିଆମୁଣ୍ଡା ସେକ୍ସନ ସାହାଯବାହାଲ ଖାତୀପଡ଼ା ଠାରେ ବିନିକା ବନକର୍ମଚାରିଙ୍କ ଉପରେ ଗ୍ରାମର କିଛି ଦୁର୍ବୃତ୍ତଙ୍କ ଦ୍ୱାରା ଆକ୍ରମଣ ।…

ଗନ୍ଦରୀ ପାଏନ ହାଏ ହାଏ କ୍ଷୁଦ୍ର ଚଲଚିତ୍ର ସୁଟିଂ ଶେଷ , ଅଗଷ୍ଟ ଦ୍ବିତୀୟ ସପ୍ତାହରେ ରିଲିଜ

Posted by - July 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଗାଁ ଗାଁ ରେ ବେଆଇନ ମଦ,ଓ ଆର୍ଥିକ ସମସ୍ୟା ଉପରେ ଆଧାରିତ କାରୁଣ୍ଡ ଟେଲିଫିଲ୍ମ ପ୍ରଯୋଜନା…

ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - February 12, 2023 0
ଭବାନୀପାଟଣା:,୧୦/୨:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ସମଲେଶ୍ଵରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ରାଜ୍ୟ ସରକାର ଘୁନଘୁଟି ପଡା ବାସୀଙ୍କୁ ବାସହିନ କରିବାକୁ ପ୍ରୟାସ କରୁଛନ୍ତି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ଵାର…

Leave a comment

Your email address will not be published.