ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ।
ବନ୍ଧୁ ମହଲରେ ‘ଛୋଟା ମୋଦି’ ଭାବେ ପରିଚିତ ପାଠକ କହିଛନ୍ତି ଏପ୍ରିଲ୍ ୨୬ ତାରିଖ ଦିନ ମଧ୍ୟ ସେ ପ୍ରଧାନନ୍ତ୍ରୀ ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ।
ଲକ୍ଷ୍ନୌରେ ମେ ୬ ତାରିଖ ଦିନ ଭେଟ୍ ଗ୍ରହଣ କରାଯାଉଥିବାବେଳେ ବାରାଣସୀରେ ମେ ୧୯ ତାରିଖରେ ଭୋଟ୍ ଗ୍ରହଣ କରାଯିବ।ପାଠକ କହିଛନ୍ତି ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ବୁଦ୍ଧ କିନ୍ତୁ ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି।ମନ କଥା କହୁଥିବା ଲୋକଜଣକ ମନ କଥା ଶୁଣି ନାହାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରଖିବାରେ ଅସଫଳ ହୋଇଛନ୍ତି।ପାଠକଙ୍କ ଘର ସହରଣପୁର। ସେ ଗତ କିଛି ବର୍ଷ ହେବ ରାଜ୍ୟ ରାଜଧାନୀରେ ବାସ କରୁଛନ୍ତି।ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆବଶ୍ୟକ ସିକ୍ୟୁରିଟି ବାବଦ ୨୫, ୦୦୦/- ଟଙ୍କା ଯୋଗାଡ଼ କରି ଦେଇଥିବାରୁ ସେ ଲକ୍ଷ୍ନୌର ମଣକ ନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।