ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ବିଜେପି କର୍ମୀ ମାନଙ୍କୁ ନିଜ ଦଳରେ ସାମିଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସ୍ଥାନୀୟ ନେତା ଧୀରେନ ଦାସଙ୍କ ଉଦ୍ୟମରେ ଆୟୋଜିତ ଉତ୍ସବ ରେ କର୍ମୀ ମାନଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକ ସ୍ୱାଗତ ଜଣାଇଥିଲେ।