ମହାନଦୀ ଘାଟରେ ଉଦ୍ଧାର ହେଲା ୩ ନିଖୋଜଙ୍କ ମୄତଦେହ

401 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଦୀ ଦଲେଇପଡା ଘାଟ ଠାରେ ଗତକାଳି ଅପରାହ୍ନ ରେ ନଦୀରେ ୩ ଜଣ ଭାସି ଯାଇଥିବା ଘଟଣାରେ ଆଜି ଆଉ ଜଣକ ମୄତ ଦେହ ଉଦ୍ଧାର କରାଯାଇଛି ।ଗତକାଲି ଦଲେଇପଡା ଘାଟରେ ଅପରାହ୍ନ ୪ ଟା ସମୟରେ ପେନସନପଡା ର ୪୦ ବର୍ଷିୟ ଏମଡି ଅଲତାପ ତାଙ୍କ ର ପୁଅ ଏମଡି ଅଫତାଫ ଓ ଝିଅ ରୁକସାନା ପରଵିନ ଗାଧେଇବା କୁ ଆସିଥିବା ସମୟରେ ପାଣି ର ସୁଅରେ ଭାସି ଯାଇଥିଲେ।

ପ୍ରଥମେ ଗତକାଲି ସଂଧ୍ୟା ସମୟରେ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତା ପାଣିରେ ଭାସିଥିବା ପୁଅ ଏମଡି ଅଫତାଫ ଙ୍କ ମୄତଦେହ ଉଦ୍ଧାର କରାଯାଇଥିଲା । ପରେ ମୄତ ଯୁବକର ପିତା ଏମଡି ଅଲତାପ ଙ୍କ ମୄତଦେହ କୁ ମଧ୍ୟ ବିଳମ୍ବିତ ରାତିରେ ଉଦ୍ଧାର ହେଇଥିଲା ।

ତେବେ ଗତକାଲି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣି ଥରେ ମହାନଦୀ ରେ ଉଦ୍ଧାର କାର୍ଯ୍ୟ ବହୁ ସମୟ ଧରି କରାଯିବା ପରେ ପ୍ରାୟ ନିଖୋଜ ହେବାର ୧୮ ଘଣ୍ଟା ପରେ ନିଖୋଜ ଥିବା ଝିଅ ରୁକସାନା ର ମୄତ ଦେହ ଉଦ୍ଧାର କରାଯାଇଛି । ଏକାସାଥିରେ ପେନସନପଡା ଗୋଟିଏ ପରିବାରର ୩ ଜଣ ଙ୍କ ମୄତ୍ୟୁ ହେବା ଘଟଣା ସମଗ୍ର ପେନସନ ପଡା ରେ ଶୋକାକୁଳ ପରିବେଶ ସୄଷ୍ଟି ହୋଇଛି ।

Related Post

ହାଟପଦାପଡ଼ା ଭାଗବତ ମନ୍ଦିରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ମେ ମାସ ୧୩ ତାରିଖରେ ଅଧିବାସ, ୧୪,୧୫ ତାରିଖରେ ନାମ ଧରିବେ ଏବଂ ୧୬ ତାରିଖରେ ପୂର୍ଣାହୁତି କରିବାକୁ ଚୁଡାନ୍ତ କରାଯାଇଛି। କମିଟିର…

ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି ପାଳିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା…

ମାରୁତି ଯୁବକ ସଂଘର ବନ୍ଧୁମିଳନ

Posted by - October 19, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ମାରୁତି ଯୁବକ ସଂଘର ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଶାରିରୀକ ଅକ୍ଷମ ସଙ୍ଗରୋଧ କେନ୍ଦ୍ରର ଜଗୁଆଳଙ୍କୁ ମିଳୁନାହିଁ ଅର୍ଥ

Posted by - July 13, 2020 342
ଯାଜପୁର ଅଫିସ :ଶାରିରୀକ ଅକ୍ଷମ ହୋଇ ମଧ୍ୟ ମାନବ ଜାତିର ଏହି ମହାବିପତି ସମୟରେ ସାଜିଥିଲେ କରୋନା ଯୋଦ୍ଧା । ସଙ୍ଗରୋଧ କେନ୍ଦ୍ରର ଜଗୁଆଳ ହୋଇ ଏ…

ତୃତୀୟ ମହାନଦୀ ମହୋତ୍ସବ ଅନୁଷ୍ଠିତ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମପଂଚାୟତ ର ରାମପୁର ସୁବର୍ଣ୍ଣପୁର ମହାନଦୀ ମଧ୍ୟ ଭାଗରେ ମାଘ ମାସ ତିଳ ସପ୍ତମୀ ଅବସରରେ ଅଷ୍ଟ ପ୍ରହରୀ…