ଭୁବନେଶ୍ୱର:(ପାୟଲ ରାଉତ) ଭୁବନେଶ୍ୱର ସ୍ଥିତ ରଘନାଥପୁର ଗ୍ରାମ ର ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ ଯିଏ କି ବୃତ୍ତି ରେ ଜଣେ କ୍ରୀଡା ଶିକ୍ଷକ ଏବଂ ଯିଏ ନିଜର କର୍ମ ମୟ ଜୀବନ ରେ ବ୍ୟସ୍ତ ରହିବା ସତ୍ତ୍ୱେ ମଧ୍ୟ,ପରୋପକାରୀତା, ସମାଜସେବା, ନିଃସ୍ବାର୍ଥପର ରୂପେ ଅସହ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ଠାରୁ ଆରମ୍ଭ କରି ଏମିତି ଅନେକ କାର୍ଯ୍ୟ କରି ସମଗ୍ର ଖୋର୍ଦ୍ଧା ଜିଲ୍ଲା ରେ ଜଣେ ଆଦର୍ଶ କ୍ରୀଡା ଶିକ୍ଷକ ର ସମ୍ମାନ ଗ୍ରହଣ କରି ସାରିଛନ୍ତି । ତାଙ୍କୁ International Human Rights Defenders Foundation Association ତରଫରୁ International Day of Peace Award 2021 ସମ୍ମାନ ରେ ସମ୍ମାନିତ କରାଯାଇଛି.।
ଏହିଭଳି ଜଣେ ବ୍ୟକ୍ତିତ୍ୱ ଯିଏ କି ସମସ୍ତ ଗୁଣ ର ଅଧିକାରୀ ,ତାଙ୍କୁ ଙ୍କୁ ବିଭିନ୍ନ ମହଲା ରୁ ଅଭିନନ୍ଦନ ର ବାର୍ତା ଆସିବାରେ ଲାଗିଛି । ଗଣମାଧ୍ୟମ ରେ ଚର୍ଚାକୁ ଆସିବାକୁ ପସନ୍ଦ କରୁନଥିବାରୁ ଅନେକ ଲୋକେ ତାଙ୍କ ବିଷୟରେ ଅବଗତ ନାହାନ୍ତି। ପ୍ରମୋଦ କୁମାର ରାଉତ ଙ୍କ ମତରେ ବର୍ତ୍ତମାନ ସମୟରେ ଲୋକେ ଲୋକଙ୍କୁ ସହାୟତା କରୁନଥିବାରୁ ସମସ୍ୟା ମାନ ବଢିଚାଲୁଚି । ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସହାୟତା ପାଇଁ ହାତ ବଢାନ୍ତେ ତେବେ ସମାଜର ଉନ୍ନତି ସାଧିତ ହୁଅନ୍ତା ଏବଂ ସମାଜରେ ଭାଇଚାରା ର ବାର୍ତା ପ୍ରସାରିତ ହୁଅନ୍ତା। ବାସ୍ତବିକ ପ୍ରମୋଦ ବର୍ତ୍ତମାନ ସମାଜର ଯୁବ ଗୋଷ୍ଠୀଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ପ୍ରେରଣାର ଉତ୍ସ ସାଜିଛନ୍ତି।