ଯାଜପୁରରେ ବିଜେଡି ବିଧାୟକଙ୍କ ପ୍ରଚାରର ମଙ୍ଗ ଧରିଲେ ବରିଷ୍ଠ ନାଗରିକ

1147 0

ଯାଜପୁର:୧୦/୦୪ ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଚଳିତ ମାସ ୨୯ତାରିଖରେ ନିର୍ବାଚନ ଦିନଧାର୍ଯ୍ୟ ହୋଇଥିବା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ନିଆରା ଢଙ୍ଗର ପ୍ରଚାର । ଏହି ପ୍ରଚାର ଆରମ୍ଭ ହୋଇଥିଲା ଯାଜପୁର କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ପୀଠରୁ । ନିର୍ବାଚନ ମଣ୍ଡଳୀର ଶତାଧିକ ବରିଷ୍ଠ ନାଗରିକ ମାନେ ମା ବିରଜାଙ୍କ ପାଖରେ ପୂଜାର୍ଚ୍ଚନା ସାରି ସହର ପରିକ୍ରମା କରି ପ୍ରଣବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହାକୁ ଦେଖି ସହର ବାସୀଙ୍କ ମନରେ ଏକ ନୂଆ ଆଶା ବାନ୍ଧିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ପ୍ରଣବ ୨ଥର ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ହାଟ୍ରିକ୍ ମାରିବାକୁ ଲକ୍ଷ୍ୟ ରଖିଛନ୍ତି । ବରିଷ୍ଠ ନାଗରିକମାନେ ପ୍ରଣବକୁ ଆର୍ଶୀବାଦ କରିବା ସହ ନିର୍ବାଚନରେ ଜୟଯୁକ୍ତ ହେବା ପାଇଁ ମାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ।

Related Post

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଧେଶକ

Posted by - June 3, 2020 0
ଯାଜପୁର ଅଫିସ ତା. ୩/୬ : ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଦ୍ଧିତ କଲେ ବିରଜା ମନ୍ଦିରର ସେବାୟତମାନେ

Posted by - March 3, 2020 1,081
ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରା ଯାଜପୁରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ…

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

Posted by - July 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପଯ୍ୟନ୍ତ ହରଭଙ୍ଗା…

ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ : ରବିବାର ଦିନ ଶପଥ ନେବେ ନୁଆ ମନ୍ତ୍ରୀମଣ୍ଡଳ

Posted by - June 4, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବିନ ସରକାରଙ୍କ ପଞ୍ଛମ ପାଳିର ତିନି ବର୍ଷ ପୂର୍ତ୍ତି ପରେ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମସ୍ତ…

ରାମଗଡ ଉଚ୍ଚ ବିଦ୍ୟାଳୟ 5T ବିଦ୍ୟାଳୟ ରେ ରୂପାନ୍ତରିତ ପାଇଁ ଭୂମିପୂଜା କାର୍ଯ୍ୟ ଆରମ୍ଭ

Posted by - December 25, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ରେ ଆରମ୍ଭ ହୋଇଥିବା 5T ସ୍କୁଲ ମଧ୍ୟରେ ରାମଗଡ ଉଚ୍ଚ ବିଦ୍ୟାଳୟ ର ଆଜି ରୂପାନ୍ତରିତ 5T ସ୍କୁଲ ପାଇଁ…

Leave a comment

Your email address will not be published.