ବରୀ ,୩୧ । ୩ – ବରୀ ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳର ଟିକଟ୍ ହାତେଇବା ପରେ ଆଜି କଂଗ୍ରସେ ପ୍ରାର୍ଥୀ ଉମେଶ ଜେନା ଗୋଳକୁଣ୍ଡ ବଟ ମଙ୍ଗଳା ପୀଠରେ ପୂଜାର୍ଚନା କରିଛନ୍ତି । ସୂଚନାଯୋଗ୍ୟ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଗୋପାଳପୁର ଠାରୁ ଦଳୀୟ କର୍ମୀମାନେ ପାଛୋଟି ଆଣିଥିଲେ । ବିଗତ ଦିନରେ ବରୀ କଂଗ୍ରେସ ସ୍ଥାଣୁ ଅବସ୍ଥାରେ ଥିଲାବେଳେ ଜଣେ ଯୁବ ନେତା ଜାତୀୟ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବାରୁ ଯୁବ ପିଢୀମାନଙ୍କରେ ଉତ୍ସାହ ଦେଖିବାକୁ ମିଳିଛି ।
ଏହି ସଂମ୍ବର୍ଦ୍ଧନା ଓ ପୂଜାର୍ଚନା କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ଅଶୋକ କୁମାର ବେହେରା, ଇଂ ଅମରେଶ ପରିଡା, ପୂର୍ବତନ ସରପଂଚ ପ୍ରଭାତ ରାୟ, ରତ୍ନଗିରି ସରପଂଚ ଅଶୋକ କୁମାର ଜେନା, ୨୨ ନମ୍ବର ଜୋନ୍ ସଭାପତି, ମନୋଜ ଦାସ, ୨୧ ନମ୍ବର ଜୋନ୍ ସଭାପତି ନିର୍ମଳ ଯତି, ୨୪ ନମ୍ବର ଜୋନ୍ ସଭାପତି ନିର୍ମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
