ଯାଜପୁର:୨୪/03(ଆନନ୍ଦ ଚନ୍ଦ୍ର ସାହୁ ) ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ ପକ୍ଷରୁ ଦ୍ୱାଦଶ ବର୍ଷିକ ସାମୁହିକ ବ୍ରତୋପନୟନ ସେବା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରମୋଦ କୁମାର ଦାଶଙ୍କ ତତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲାରୁ ୨୦ଜଣ ଆର୍ଥୀକ ଅନଗ୍ରସର ବ୍ରାହ୍ମଣ ପିଲାମାନଙ୍କର ସାମୁହିକ ବ୍ରତୋପନୟନ କରାଯାଇଛି । ବ୍ରତୋପନୟନ କାର୍ଯ୍ୟ ଶେଷ ପରେ ବ୍ରହ୍ମଚାରୀମାନେ ବ୍ରତଭିକ୍ଷା ଗ୍ରହଣ କରିଥିଲେ । ବରାହଙ୍କ ଦର୍ଶନ କରି ପ୍ରସାଦ ସେବନ ପରେ ପିତାମାତାଙ୍କ ସହ ନିଜ ନିଜ ଘରକୁ ଫେରିଥିଲେ । ବିଦ୍ୟୁତ ପରିଷଦ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମ କୁ ନିଜ ଖର୍ଚ୍ଚ ରେ ବ୍ରତ ହୋଇପାରିନଥିବା ଗରିବ ପିଲା ଓ ସେମାନଙ୍କ ପରିବାର ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହି ସାମାଜିକ କଲ୍ୟାଣ କାର୍ଯ୍ୟ ଜରିଆରେ ଅନେକ ଗରିବ ବ୍ରାହ୍ମଣ ପରିବାର ମଙ୍ଗଳ ହୋଇପାରୁଛି ବୋଲି କହିଛନ୍ତି ଆୟୋଜକ ।
