Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବିଏମ୍‌ସିର ମଦ ଦୋକାନ ଉପରେ ବଡ ଧରଣର ଚଢ଼ାଉ

957 0

ଭୁବନେଶ୍ବର : ବିଏମସିର ମଦ ଦୋକାନ ଉପରେ ବଡ ଧରଣର ଚଢ଼ାଉ । ଆଜି ଏକାଥରକେ ନର୍ଥ ଜୋନରେ ୫ଟି ମଦ ଦୋକାନ ସିଲ କଲା ବିଏମସି । ଜେଡିସି ପୁରନ୍ଦର ନନ୍ଦଙ୍କ ନେତୃତ୍ୱରେ ସମସ୍ତ ଦୋକାନ ସିଲ୍ କରାଯାଇଛି । ଅଫ ଲାଇନରେ ମଦ ବିକ୍ରି କରାଯାଉଥିବାବେଳେ ବିଏମସି ରେଡ୍ କରିଥିଲା । ଦୋକାନୀଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ କୋଭିଡ଼ ନିୟମ ଉଲଙ୍ଘନ କରୁଥିବା ଯୋଗୁଁ ଦୋକାନ ସିଲ୍ କଲା ବିଏମସି।ବିଏମସି ଟିମ ପହଞ୍ଚିବା ବେଳକୁ ଅନେକ ଗ୍ରାହକ ଟଙ୍କା ଦେଇ ମଦ କିଣୁଥିଲେ । କିଛି ଗ୍ରାହକ ଏନ୍ ଫୋର୍ସ ମେଣ୍ଟ ଟିମଙ୍କୁ ଦେଖି ବାଇକ୍, ଜୋତା ଛାଡି ଭୟରେ ଦୌଡ଼ି ପଳାଇଥିଲେ । ଏହିଭଳି ଭାବେ ଡମଣା, ରସୁଲଗଡ଼, ଜୟଦେବବିହାର, ନୀଳାଦ୍ରି ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା ପାଞ୍ଚଟି ମଦ ଦୋକାନକୁ ସିଲ୍ କରିଛି ବିଏମସି । ସିଲ୍ ହୋଇଥିବା ସବୁ ଦୋକାନୀଙ୍କଠାରୁ ହେଭି ଫାଇନ ଆଦାୟ ହେବ ବୋଲି ଜେଡ଼ିଶୀ କହିଛନ୍ତି ।

ଏହି ଦୋକାନୀ ମାନେ କେବଳ ଅନ ଲାଇନ୍ ରେ ମଦ ବିକିବା କଥା । ଏମାନେ ଜମାଟୋ ଓ ସ୍ଵିଗି ବୟକୁ ମଦ ବିକିବା କଥା । କିନ୍ତୁ ଏମାନଙ୍କୁ ନଦେଇ ଅଫ ଲାଇନ୍ ବା ନଗଦ ଟଙ୍କା ଦେଉଥିବା ଗ୍ରାହକଙ୍କୁ ଏହି ମଦ ଦୋକାନୀମାନେ ମଦ ବିକୁଥିଲେ । ଖାଲି ଏତିକି ନୁହେଁ ପ୍ରକୃତ ମଦ ଦାମଠୁ ବହୁ ଅଧିକ ଟଙ୍କାରେ ଦୋକାନୀ ବିକ୍ରି କରୁଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଗତକାଲି ଅଶୋକନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଦୋକାନକୁ ସିଲ କରିଥିଲା ପୋଲିସ । ଏହାସହିତ ପୁରୀ ରୋଡରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କଠାରୁ ଜରିମନା ଆଦାୟ କରିଥିଲା ପୋଲିସ। ବାପୁଜୀ ନଗରରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ ସିଲ୍‌ କରାଯାଇଥିଲା । ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ବରରେ ହ୍ରାସ ପାଉନଥିବାରୁ ବିଏମସି ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି।

Related Post

ବୁଦ୍ଧ ପାର୍କ ପାଇଁ ଜେ ସି ବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ମନମୁଣ୍ଡାତେଲନଦୀ କୂଳରେ ପ୍ରସ୍ତାବିତ ବୁଦ୍ଧ ପାର୍କ ଓ ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଆଜି ଜେ ସି ବି ସାହାଯ୍ୟରେ ଘର ଭଙ୍ଗାଯାଇ…

ସାବଧାନ ଓଡ଼ିଶାରେ ପହଞ୍ଚିଯିବେ ଆତଙ୍କୀ କୀଟ,ପାଇଲଟଙ୍କୁ ନିର୍ଦ୍ଦେଶାବଳୀ ଜାରିକଲା ବିଭାଗ

Posted by - May 30, 2020 0
ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ମିଳିତ ଜାତିସଂଘର ଖାଦ୍ୟ…

ବୁର୍ଲା ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆଇନଜୀବୀ ତଥା ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ

Posted by - November 13, 2022 0
ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ) ଶିକ୍ଷା ନଗରୀ ବୁର୍ଲା ସହରରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସାଙ୍ଗକୁ ବ୍ୟାପକ ଭାବେ ନିଶା କାରବାର ହେବା…

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତୃଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ପଛୁଆ ବର୍ଗ ଜାତି ସମୁହର ବନ୍ଦ ଡ଼ାକରା

Posted by - October 26, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି। ଏହି ତାଲିକା ପ୍ରସ୍ତୁତି ସମୟରେ ପଛୁଆବର୍ଗ…