ଆସନ୍ତା ନିର୍ବାଚନରେ ବିଜେଡ଼ି ପାଇଁ କାଳ ହୋଇପାରେ ଆଶାୟୀ ଙ୍କ ଅସନ୍ତୋଷ,ହେଇପାରେ ପଞ୍ଚାୟତ ନିର୍ବାଚନ ପରି ଫଳ

1099 0

ଭୁବନେଶ୍ବର:ବଢି ଚାଲିଛି ବିଜେଡ଼ିରେ ଆଶାୟୀ ଙ୍କ ଭିଡ। ତାକୁ ନେଇ ଚିନ୍ତା ରେ ବିଜେଡ଼ି।ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଆଶାୟୀ ପାର୍ଥୀ ଙ୍କ ଅସନ୍ତୋଷ।ବିଭାଗୀୟ ନେତା ଙ୍କଠାରୁ ଆରମ୍ଭ କରି ଯୁବନେତା ଓ ମନ୍ତ୍ରୀଙ୍କ ପାଖରେ ଗୁହାରି କରି କରି ଥକି ଗଲେଣି। ମାତ୍ର ଏମାନଙ୍କ କଥା କାହା କାନରେ ପଡୁନହି ସେହି ଦୃଷ୍ଟିରୁ ଏଥର ଭୋଟ ହେଲେ ଅସନ୍ତୁଷ୍ଠ ବିଜେଡ଼ି ନେତା ଙ୍କ କୋପ ପଡିପାରେ ବିଜେଡ଼ି ଉପରେ।ପୂର୍ବ ରୁ ମଧ୍ୟ ଆଭାସ ପାଇ କିଛି ନେତା ବିଜେଡ଼ି ରୁ ଓହରି ଗଲେଣି ଆଉ କିଛି ଟିକେଟ ନପାଇଲେ ଓହରିବା ନିଶ୍ଚିତ। କିଛି ନେତା ଯେଉଁ ମାନେ ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି ସେମାନେ ସିଧାସଳଖ ବିଜେଡ଼ି କୁ ଟାର୍ଗେଟ କଲେଣି।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି।ବିଜେଡିରୁ ଇସ୍ତଫା ଦେବା ନେଇ ଏଇ ଓଡିଶା ବଳଭଦ୍ରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲା। ସାକ୍ଷାତକାର ଦେଇ ବଳଭଦ୍ର କହିଛନ୍ତି, “ବିଜେଡି ଆଉ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁନାହିଁ। ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚିତ ହେବା ବଦଳରେ ସେମାନଙ୍କୁ ମନୋନୀତ କରାଯାଉଛି।”ସେହିପରି ଭାବରେ ତୁଙ୍ଗ ନେତା ତଥାଗତ ଶତ୍ପଥୀ ମଧ୍ୟ ବିଜେଡ଼ି ରୁ ଏକପ୍ରକାର ଟିକେଟ ଲାଇନରୁ ଓହରି ଯାଇଛନ୍ତି ।ସେହିପୟ ନୀଳଗିରି ବିଧାୟକ ଇଂ.ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି,ତାଙ୍କ ଇସ୍ତଫା ପତ୍ର ରେ ସେ ଲେଖିଛନ୍ତି ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।ଏହି ପରି ଭାବରେ ଯଦି ଅସନ୍ତୁଷ୍ଟ ଙ୍କ ସଂଖ୍ୟା ବଢେ ତେବେ ନିର୍ବାଚନ ରେ ବିଜେଡ଼ି ବହୁ ଅସୁବିଧାର ସମୁଖୀନ ହୋଇପାରେ ଏବଂ ପଞ୍ଚାଯତ ନିର୍ବାଚନ ଭଳି ଅନ୍ୟ ପାର୍ଥୀ ଙ୍କୁ ଭୋଟ ଯାଇପାରେ ବୋଲି ବିଭିନ୍ନ ମହଲ ରେ ମତ ପ୍ରକାଶ ପାଉଛି।

Related Post

ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିଯୋଗର ତାଲିକା

Posted by - September 8, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗିରପଂ ହୋଇ ଜେଲ ଯାଇଥିବା ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ…

୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୧୧,୧୭୦ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ, ମୃତ୍ୟୁସଂଖ୍ୟା ୪,୦୭୭

Posted by - May 11, 2021 0
ପୁରୀ :ଆଜି ଶ୍ରୀ ମନ୍ଦିର ଦେଖା ଦେଇଥିଲା ଏକ ଅଘଟଣ । କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ  ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ…

ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପ୍ରଚାର ଆରମ୍ଭ

Posted by - May 16, 2022 0
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୧୪ ଦିନ ରହିଲ। ଏହି ୧୪ ଦିନ ଭିତରେ କିଭଳି ପ୍ରଚାର ଜୋରଦାର ହେବ ସେଥିପାଇଁ ବିଜେପି ଅଣ୍ଟା…

ଯାଜପୁର ରେ ଦୂତୀୟ ଆକ୍ରାନ୍ତ ଚିହ୍ନଟ ପରେ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

Posted by - April 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଜାଫରପୁର ପଂଚାୟତ ର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ଙ୍କ…

Leave a comment

Your email address will not be published.