ପୋଲ ବାଡାକୁ ଧକ୍କା ଦେଲା ବାଇକ, ଜଣେ ମୃତ

479 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଁ ) ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣା କଟକ ଥାନା ଆଡେନିଗଡ ଫାଣ୍ଡି ଅନ୍ତର୍ଗତ ଆଡେନିଗଡ ଘଣ୍ଟରା ସାହି ନିକଟରେ ବାଇକ ଦୁର୍ଘଟଣା  ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୁଚନା ଅନୁଯାୟୀ ଆଜି ପୁର୍ବାନ୍ହ ପ୍ରାୟ ୧୧ ଘଣ୍ଟା ସମୟରେ ଆଡେନିଗଡ ଘଣ୍ଟରା ସାହି ନିକଟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ ପୋଲ ବାଡାକୁ ଧକ୍କା ହୋଇଥିଲା |

ଧକ୍କା ହେବା ଫଳରେ ଉଭୟ ବାଇକ ଆରୋହୀ ୨୦ ଫୁଟ୍ ପୋଲ ତଳକୁ ଖସି ପଡିଥିଲେ l ଘଟଣା ସ୍ଥଳରେ କଟକ ଆଠଗଡ଼ ଅଂଚଳର ବେଣୁଧର ବେହେରା  ମୃତ୍ୟୁ ବରଣ କରିଥିଲେ ଓ କଣ୍ଟିଲୋ ଅଂଚଳର ଚିତ୍ତ ରଞ୍ଜନ ପ୍ରଧାନ ନାମକ ଜଣେ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠା ଯାଇଥିଲା l ଉଭୟ କଣ୍ଟାମାଳ ବ୍ଲକ୍ ଦପଲା କ୍ଲଷ୍ଟର ରେ ଶିକ୍ଷକ ଥିଲେ ବୋଲି ସୂଚନା ମିଳିଛି l

Related Post

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜ଼ିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଗୁରୁବାର ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ…

ଟ୍ରାକ୍ଟର ବେଟେରି ଚୋରି କରୁଥିବା ବେଲେ ,୨ ଜଣକୁ ଚପଳ ମାଳ ପିନ୍ଧେଇବା ସହ ଲଣ୍ଡା କରି ନିର୍ଧୂମ ଛେଚିଲେ ଗ୍ରାମବାସୀ

Posted by - August 26, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ):ସମ୍ବଲପୁର ଜିଲ୍ଲା ମାନେଶ୍ୱର ନିକଟସ୍ଥ ଗୁଲୁଣ୍ଡା ଗ୍ରାମରେ ଟ୍ରାକ୍କର ବେଟେରି ଚୋରି କରୁଥିବା ବେଳେ ଲୋକଙ୍କ ଦ୍ୱାରା ଧରା ପଡିଥିବା ୨ ଚୋରଙ୍କୁ ଚପଳ…

ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ

Posted by - May 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ଶରଧାପୁର ଗାଁର ପୁଷ୍ପଳତା ନାଏକ…

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆଜି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ୨୦୨୨ ପାଳିତ ହୋଇଯାଇଛି…

କରୋନା ଆକ୍ରାନ୍ତଙ୍କୁ ହସପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା.

Posted by - August 17, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା…