ବୌଦ୍ଧ:(ଚିତରଂଜନ ସିଂ)ବୌଦ୍ଧ ଜିଲ୍ଲାରେ ଭରପୁର ହୋଇ ରହିଛି ପର୍ଯ୍ୟଟନ ବିଭବ । ଜିଲ୍ଲାକୁ ଘଂଚ ଅରଣ୍ୟ, ସଉଚ୍ଚ ପର୍ବତ, ମୁଣ୍ଡିଆ, ସ୍ରୋତସିନୀ ସୁନ୍ଦର ଝରଣାର ସଜାଇ ଦେଇଛି ପ୍ରକୃତି ରାଣୀ । ପ୍ରଦୂଷଣ ବିହୀନ ସ୍ୱଚ୍ଛ ପରିବେସ ସାଙ୍ଗକୁ ପ୍ରକୃତିକ ସବୁଜିମା ବୌଦ୍ଧ ଜିଲ୍ଲକୁ ପ୍ରକୃତିର ବରଦାନ, ପ୍ରକୃତି ଓ ପରିବେଶ ପ୍ରେମୀ , ସୌନ୍ଦର୍ଯ୍ୟ ପିପାସୁ, ମନଲୋଭା ପରିବେଶରେ ନିଜକୁ ହଜାଇ ଦେଇ ପାରିଥାନ୍ତି ଅନନ୍ୟ ଆନନ୍ଦ, ସମସ୍ତଙ୍କୁ ବିମୋହିତ କରେ ଜିଲ୍ଲାର ପ୍ରାକୃତିକ ଶୋଭାରାଜି, ପାହାଡି ଝରଣାର ସଂଗୀତ ସମସ୍ତଙ୍କୁ ଆନମନା କରେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ାରେ ରହିଛି ସାତକୋଶିଆ ଅଭୟାରଣ୍ୟର ଶୀତଳପାଣି, ମାଧପୁର ନିକଟସ୍ଥ କୁମ୍ଭୀଧର ଜଳ ପ୍ରପାତ, ଛତ୍ରଙ୍ଗ ପଂଚାୟତ ର ସରାଡ଼ିଖୋଲ ରାଜା ବସା ଜଳ ପ୍ରପାତ, ତାମ୍ବିଧର ଉ ସାଲକୀ ଜଳଭଣ୍ଡାର, ମହାନଦୀର ନୀଳ ଜଳରାଶି , ପଦ୍ମତୋଳା ଜଙ୍ଗଲ ଓ ଅନ୍ୟାନ୍ୟ ଅନେକ ମନୋରମ ପ୍ରାକୃତିକ ଦୃଶ୍ୟରାଜି । ଏସବୁ ପର୍ଯ୍ୟଟନ ବିଭବ ପ୍ରତି ପର୍ଯ୍ୟଟକର ବିକାଶ କାର୍ଯ୍ୟେô ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଯୋଜନାବଦ୍ଧ ଉଦ୍ୟମ, ଜିଲ୍ଲାର ୩ଟି ବ୍ଲକରେ ଥିବା ପ୍ରାକୃତିକ ପରିବେଶପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ତଥା ବିଭିନ୍ନ ଐତିହ ଓ ଧାର୍ମିକ ସ୍ଥଳୀକୁ ନେବ ଅକ୍ସି ଟୁରିଜିମ୍ ବା ଅମ୍ଳଜାନ ପର୍ଯ୍ୟଟନ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ବିଶଯବ ପର୍ଯ୍ୟଟନ ଦିବସ ଅବସରରେ ଏଭଳି ଏକ ଉଚ୍ଚାଭିଳାସୀ ଯୋଜନା ହାତକୁ ଦିଆଯାଇଛି । ଏଥି ପାଇଁ ପ୍ରସ୍ତୁତ ଯୋଜନ ।ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି । ସ୍ୱଚ୍ଛ, ଶାନ୍ତ ଓ ନିର୍ମଳ ପରିବେଶରେ ପ୍ରାକୃତିକ ଶୋଭା ସର୍ମ୍ପକକୁ ପର୍ଯ୍ୟଟକ ମାନେ ଯେପରି ଭରପୂର ୍ଉପଭୋଗ କରିପାରିବେ ସେଥିପାଇଁ ଚିଠା ପ୍ରସ୍ତୁତ କରାଯାଇଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ ଏଥିପାଇଁ “ସ୍ୱଚ୍ଛ ଅମ୍ଳଜାନପାଇଁ ବୌଦ୍ଧ କୁ ଆସନ୍ତୁ ” ପ୍ରଚାର ଅଭିଯାନ ଆରମ୍ଭ ହୋଇଛି ।ଏହି ଯୋଜନା ଅନୁଯାୟୀ ୧୫୦୭ ଏକାର ଜଙ୍ଗଲ ଜମିରେ ପ୍ରତିଷ୍ଠିତ ହେବ ରାଜ୍ୟର ସର୍ବପ୍ରଥମ ପରିବେଶ ପାର୍କ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ମାନସପୁତ୍ର ଏହି ଅକ୍ସିଟୁରିଜିମ୍ ପ୍ରକଳ୍ପରେ ସାମିଲ କରାଯାଇଛି ଜିଲ୍ଲାର ୨୭ ଟି ପ୍ରାକୃତିକ ପରିବେଶ ସମୃଦ୍ଧ, ଐତିହ ୧ ଆଧ୍ୟାତ୍ମିକ ପର୍ଯଟନସ୍ଥଳୀ, ମନୋରମ ସବୁଜିମାମୟ ପରିବେଶରେ ପର୍ଯ୍ୟଟକମାନେ ଏସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ମାନେ ଆନ୍ଦ ଉପଭୋଗ କରିବା ସହିତ ଆମୋଦ ପ୍ରମୋଦ କରିପାରିବେ । ବୀରନରସିଂହପୁର ପଂଚାୟତର ୫ଟି ଗ୍ରାମକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଢାଂଚାରେ ପ୍ରତିଷ୍ଠିତ ହେବ ପରିବେଶ ପାର୍କ । ପର୍ଯ୍ୟଟକମାନେ ପ୍ରାକୃତିକ ଦୃଶ୍ୟରାଜି ଉପଭୋଗ କରିବା ସହ ଏହି ପର୍ଯ୍ୟଟନ ପ୍ରକଳ୍ପରେ ଟ୍ରେକିଂ ଓ ପାହାଡ ଚଢାର ସୁଯୋଗ ନେଇ ପାରିବେ । ଏଥିସହିତ ନୟାଗଡ଼ ବନ୍ୟପ୍ରାଣୀ ବିଭାଗର ଡିଭିଜନ ଅନ୍ତର୍ଗତ ହରଭଙ୍ଗା ବ୍ଲକର କୁଶଙ୍ଗ ବନ୍ୟପ୍ରାଣୀ ରେଂଜର ସାତକୋଶିଆ ଅଭୟାରଣ୍ୟ ସ୍ଥିତ ଶୀତଳପାଣୀ ଓ ଡମ୍ବରୁ ଗାଡ଼ ପାହାଡର ପାଦଦେଶରେ ନିର୍ମିତ ହେବ ଇକୋ ଭିଲେଜ । ଏହି ଗ୍ରାମରେ ରହିବ ମାଟି ବାଉଁଶ ଓ ନଡ଼ାରେ କୁଟୀର, ଗାଁରେ ରହିବ ମାଟି ରାସ୍ତା , ତେବେ ପର୍ଯ୍ୟଟକଙ୍କ ପାଇଁ ଗାଁରେ ରହିବ ସମସ୍ତ ସୁବିଧା ସୁଯୋଗ, ପ୍ରତିଷ୍ଠିତ ହେବ ଇକୋ ରିଟ୍ରିଟ୍ । ରାସ୍ତା , ବିଦ୍ୟୁତ ପାନୀୟ ଜଚ୍ଚର ବ୍ୟବସ୍ଥା ସାଙ୍ଗକୁ ବଣଭୋଜି କରିବା ପାଇଁ ନିର୍ମିତ ହେବ ମଣ୍ଡପ, ପାହାଡ଼ି ଝରଣାଗୁଡିକର ପରିବେଶକୁ ଅଧିକ ଆକର୍ଷଣୀୟ କରିଯିବା ସହ ପ୍ର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ଆନୁଷ୍ଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରାଯିବାର ଯୋଜନା ପ୍ରସ୍ଥୁତ ହୋଇ ରହିଛି ।
ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଟ୍ରାକିଂ, ବୋଟିଂ, କାମ୍ପିଂ ର ସୁବିଧା ଉପଲବ୍ଧ ହେବ । ମହାନଦୀ ମଝିରେ ଥିବା ମର୍ଜାକୁଦକୁ ଅମ୍ଳଜାନ ପର୍ଯ୍ୟଟନର ରାଜଧାନୀ ରୂପେ ବିକଶିତ କରାଯିବ । ଏହି ପରିବେଶ ପାର୍କ ଓ ଇକୋ ଭିଲେଜ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି । ବୌଦ୍ଧର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦିଗଦର୍ଶନର କାର୍ଯ୍ୟକାରୀ ହେଉଛି ଏହି ଅଭିନବ ପ୍ରକଳ୍ପ । ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ରାଜ୍ୟ ତଥା ରାଜ୍ୟ ବାହାରର ପ୍ର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସ୍ଥାନୀୟ ଅଧିବାସୀଙ୍କୁ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି । ଗ୍ରାମାଂଚଳର ପାର୍କର ପରିଚାଳନା ଦାୟିତ୍ୱ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯିବ ।
ସୁଚନା ଯୋଗ୍ୟ ଯେ ପ୍ରାକୃତିକ ଶୋଭା ସମ୍ପଦ ସହ ଜିଲ୍ଲାରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ସେଗୁଡ଼ିକ ମଧ୍ୟରେ ପୁରୁଣାକଟକ ସ୍ଥିତ ମା ଭୈରବୀ ମନ୍ଦିର, ନାୟକପଡାର ଐତିହାସିକ ଗୁମ୍ଫା, ଶ୍ୟାମସୁନ୍ଦରପୁର ଓ ପରଗଳପୁର ସ୍ଥିତ ବୌଦ୍ଧ ଐତିହସ୍ଥଳୀ, ଖରଭୂଇଁ ଠାରେ ବିଶାଳ ପଥର ଚଟାଣ ଉପରେ ଥିବା ବାବା ଲଡୁକେଶ୍ୱର ମନ୍ଦିର, ନନ୍ଦନବନ ବୀର ନରସିଂହପୁର, ବୌଦ୍ଧ ମହାନଦୀ ମଝିରେ ଥିବା ହନୁମାନ ମନ୍ଦିର , ଡମ୍ବରୁଗାଡ ମଠ , ଖଣ୍ଡବନସା, ପାଂଚାରା ପାହାଡ, ଲାଲ ପର୍ବତ, କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ସର୍ଗିପାଲି ଓ ଉମା ଲଟାଝରଣ କଳପ୍ରପାତ, ଅସୁରଗଡ଼ ଏବଂ ଝାକରପାଲୀର ପ୍ରତ୍ନତାତ୍ୱିକ କୀର୍ତିରାଜ ତଥା ଘଂଟପଡା ସମଲେଇ ମନ୍ଦିର ଆଦି ଅନ୍ତର୍ଭୁକ୍ତ । ଏସବୁ ପର୍ଯ୍ୟଟନ ବିଭବର ବିକାଶ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନଶିଳ୍ପ ସମୃଦ୍ଧ ହେବ ବଲି ଆଶା କରାଯାଉଛି । ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଜିଲ୍ଲାପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇ ସାରିଲାଣି, ଫଳରେ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବାକୁଯାଉଛି ।