ତୃତୀୟ ଶ୍ରୀକ୍ଷେତ୍ର ରେ ସ୍ନାନ ବେଦୀ କୁ ଆସିଲେ ଚତୁର୍ଦ୍ଧା ମୂର୍ତ୍ତି,ଭକ୍ତଙ୍କ ମଧ୍ୟରେ ଆନନ୍ଦ ର ଲହରୀ

188 0

ନୀଳଗିରି:(ସୌମ୍ୟାସାଇ ବାରିକ)ତୃତୀୟ ଶ୍ରୀକ୍ଷେତ୍ର, ନୀଳଗିରି ରେ, ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ଯାହା, ନୀଳଗିରି ର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ, ଆନନ୍ଦ ଉଲ୍ଲାସ ଖେଳାଇ ଦେଇଥିବା, ଦେଖିବାକୁ ମିଳିଛି । ସୂଚନାରୁ ଜଣାଯାଇଛି, ଗତ କାଲି ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ, ଏଠାରେ ସ୍ନାନପୂର୍ଣ୍ଣିମା ହେବ କି ନାହିଁ, ତାହା ଅନିଶ୍ଚିତତା ମଧ୍ୟରେ ଥିଲା। ତେବେ, ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ, ମହାପ୍ରଭୋ ଙ୍କ ଇଚ୍ଛା ରେ, ଏହି ଯାତ୍ରା ପାଇଁ, ନୀଳଗିରି ଠାକୁର ମାହାଲ, ଲିଖିତ ଅନୁମତି ପ୍ରଦାନ କରିବା ପରେ, ସେବାୟତ ମାନେ, ଆଜି ର ଏହି ଉତ୍ସବ ପାଇଁ ତତ୍ପର ହୋଇ ଉଠିଥିଲେ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାଇ, ସକାଳ ୬ ଘଟିକା ରେ ସେବାୟତ ମନ୍ଦିର ପ୍ରବେଶ କରିଥିଲେ।

୬.୧୫ ମିନିଟ୍ ରେ ସିଂହାସନ ଅବତରଣ, ୭ଟା ରେ ୧୦୮ କଳସୀ ଜଳରେ ଅଧିବାସ, ଚତୁର୍ଥୀ ହୋମ ଓ ଚ୍ଛେନା ପଟା ଲାଗି, ୭.୩୦ ମିନିଟ୍ ରେ, ମଙ୍ଗଳାର୍ପଣ, ରାଜନୀତି ବନ୍ଧା ପଟା, ଚ୍ଛେରା ପହଁରା, ୮.୧୫ ମିନିଟ୍ ରେ, ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ବେଦୀ କୁ ଯାତ୍ରା, ୯.୩୦ ମିନିଟ୍ ରେ, ଆକାଶ ସୂର୍ଯ୍ୟ ପୂଜା, କୁଶ ହୋମ, ୧୧ ଟା ରେ, ସ୍ନାନ ମଣ୍ଡପ ରେ ମହାସ୍ନାନ, ସକାଳ ଧୂପ, ପରେ ଗଜାନନ ବେଶ, ସନ୍ଧ୍ୟା ୬.୩୦ ରେ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ୭.୩୦ ମିନିଟ୍ ରେ, ଦକ୍ଷିଣା ଆଳତୀ, ରାତି ୮ ଟା ରେ, ଅଣସର ଗୃହ କୁ ପହଣ୍ଡି ବିଜେ, କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇ, ଠାକୁର ଙ୍କ ନୀତି କାନ୍ତି, ସମୟାନୁସାରେ, ଚାଲି ଥିବା ଦେଖାଯାଇଛି। ନିର୍ଦ୍ଧିଷ୍ଟ ସମୟ ରେ, ନୀଳଗିରି ର ରାଜା ସାହେବ, ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ, ଚ୍ଛେରା ପହଁରା କରି, ପ୍ରଥମେ ସୁଦର୍ଶନ,ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥ, ସ୍ନାନ ବେଦୀରେ ପହଁଚି ଥିଲେ।

ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ କଟକଣା କୁ ମାନି କରାଯାଇ ଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ, ଜଗନ୍ନାଥ ଙ୍କ ର ଆଦ୍ୟସେବକ ରାଜା ସାହେବ ଶ୍ରୀ ମର୍ଦ୍ଦରାଜ କହିଛନ୍ତି, ଆଜି ଅତ୍ୟନ୍ତ ଶୃଙ୍ଖଳିତ ଭାବେ, କୋଭିଡ ନିୟମ ମାନି, ଦେବସ୍ନାନ କରାଯାଇଥିବାରୁ, ସେବାୟତ ତଥା ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କୁ ସାଧୁବାଦ ଜଣାଉଛି। ସେ ଜଗତର କର୍ତା, ତାଙ୍କ ଇଚ୍ଛା ରେ ସବୁ ହେଉଛି। ଆମ୍ଭେ ସବୁ ନିମିତ୍ତ ମାତ୍ର୍।ଠାକୁର ଙ୍କ ସମସ୍ତ ନୀତି କାନ୍ତି ପରେ, ମହାପ୍ରଭୂ ଗଜାନନ ବେଶ ରେ, ଦର୍ଶନ ଦେବେ ବୋଲି, ପ୍ରଧାନ ପୂଜକ ହରିବନ୍ଧୁ କର, କହି ଥିଲେ ।

Related Post

ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ଉପରେ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

Posted by - December 24, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ନିମନ୍ତେ ପ୍ରବଳ ଜନସମାଗମକୁ ଲକ୍ଷ କରି ଜିଲ୍ଲା ପ୍ରଶାସନ ନୂତନ ଗାଇଡ଼ ଲାଇନ ଜାରି…

ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା,ଦରମା ମାଗିବାରୁ ଜଣଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ମାଲିକ

Posted by - December 19, 2018 256
ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି…

ଯାଜପୁର ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

Posted by - December 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପହଞ୍ଚି ମା ବିରଜା ଙ୍କୁ ମନ୍ଦିର ବାହାରୁ ଦର୍ଶନ କରିଛନ୍ତି। ଅପରାଜିତା ପହଂଚିବା ପରେ…

ଧର୍ମଗଡ ଆଇ.ଟି.ଆଇ ଜୁନାଗଡ଼ ସ୍ଥାନାନ୍ତର ନେଇ ଧର୍ମଗଡ ରେ ତୀବ୍ର ପ୍ରତିକ୍ରିୟା

Posted by - June 3, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ନିର୍ମାଣ ହେବାକୁ ଥିବା ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର) ଧର୍ମଗଡ ଠାରେ ନ ହୋଇ ଜୁନାଗଡ଼ କୁ ସ୍ଥାନାନ୍ତର ହେବା ନେଇ…

ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର ଉଡିବ ସିଧାସଳଖ ବିମାନ : ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

Posted by - July 1, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଦେଶରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ବଡ ଘୋଷଣା l ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର କୁ ସିଧାସଳଖ…