Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜାତୀୟ ରାଜପଥରୁ ଉଦ୍ଧାର ଛାତ୍ରକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଗଲା

632 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସୁଦୁର ନେପାଳ ରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ନିକଟରୁ ଏହି ଶିଶୁ କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁ ନିଜ ନାଁ ବିଶାଲ ରାଣା ମଗର ବୋଲି କହିଛି । ଘର ନେପାଳ ଜାଲ ପୋଖରୀ ଗ୍ରାମର ଧ୍ରୁବ ରାଣା ମଗର ଓ ସୀତାରାଣୀ ମଗରଙ୍କ ପୁଅ ବୋଲି ବୟାନ ଦେଇଛି । ସେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା କହିଛି ।

ବିଶାଳର ବାପା ଧ୍ରୁବ ଗୁଜୁରାଟର ଏକ କମ୍ପାନୀରେ କାର୍ୟ୍ୟ କରୁଥିବା ସେ ସୂଚନା ଦେଇଛି । ଏକ ଟ୍ରଲର ଯୋଗେ ସେ ଗତ କିଛି ଦିନ ତଳୁ ନେପାଳରୁ ପଳାଇ ଆସିଛି । ସମ୍ପ୍ରତି ଲକଡ଼ାଉନ୍ ସମୟରେ ସେ କାମ ଧନ୍ଧା ନପାଇ ହତାଶ ଓ ନିରାଶ ହୋଇ ଏନ୍.ଏଚ୍ କଡ଼ରେ ଯାଉଥିବା ବେଳେ ଜନୈକ ବ୍ୟବସାୟୀ ତାଙ୍କୁ ଠାବ କରି ଗରୀଆପୁର ଛକରେ ପହଂଚିଥିଲା । ଏ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଖବର ଦିଆଯାଇଥିଲା । ଶିଶୁକୁ ଡିସିପିଓ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲେ ।

ଶିଶୁ ମଙ୍ଗଳ ଅଧ୍ୟକ୍ଷ ରିତା ବେହେରା ଏବଂ ସଦସ୍ୟ ମାନେ ପିଲାଟିକୁ ପଚରା ଉଚରା କରିବା ପରେ ଯାଜପୁର ବାଳାଶ୍ରମରେ ଅବସ୍ଥାପିତ କରିଛନ୍ତି । ବିଶାଲର ପରିବାର ସହ ଯୋଗାଯୋଗ କରିବା ପରେ ତାକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ପ୍ରକାଶ କରିଛନ୍ତି ।

Related Post

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

Posted by - May 16, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ପ୍ରାଣୀ ଉଦ୍ୟାନ ଓ ବଟ।ନିକ।ଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅବଧି ବଢିଲା ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ…

ଯାଜପୁର ବ୍ଳକ ମହେଶ୍ୱରପୁର ପଞ୍ଚାୟତ ରେ ଜନ ସମ୍ପର୍କ ପଦ ଯାତ୍ରା

Posted by - October 23, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…

ନିମ୍ନମାନ ର ରାସ୍ତା କାମ ପାଇଁ ଅଭିନବ ଉପାୟ ରେ ପ୍ରତିବାଦ କଲେ ଗ୍ରାମବାସୀ

Posted by - February 6, 2022 0
ଯାଜପୁର :ନିମ୍ନମାନ ର ରାସ୍ତା କାମ ପାଇଁ ଅଭିନବ ଉପାୟ ରେ ପ୍ରତିବାଦ କଲେ ଗ୍ରାମବାସୀ।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଘଣ୍ଟିଆଳି…