ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ  ୯ ଦଫା ସମ୍ମଳିତ ଦାବିପତ୍ର

545 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟର  ୧୭ ଟି  ଜିଲ୍ଲାର ଜିଲ୍ଲାପାଳଙ୍କୁ ରବି ଋତୁରେ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଭୋଗୁଥିବା ସମସ୍ୟାର ଆସୁ ସମାଧାନ ପାଇଁ  ଦାବି କରାଯାଇଛି । ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ  ୯ ଦଫା ସମ୍ମଳିତ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।ଯାଜପୁର ଜିଲ୍ଲା କିଷାନ କଂଗ୍ରେସର ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଶ୍ରୀ ଭୁବନାନନ୍ଦ ସାମଲଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀ ସନ୍ତୋଷ ନନ୍ଦଶ୍ରୀ ନାରାୟଣ ସାମନ୍ତହୃଷିକେଶ ପତିଗଦାଧର ଦାସ,ଧନେଶ୍ୱର ସାମଲବିଦ୍ୟାଧର ବାରିକଭରତ ଚନ୍ଦ୍ର ସାମଲବିଦ୍ୟାଧର ପାଣିଗ୍ରାହୀ ପ୍ରମୁଖ ଜିଲ୍ଲାପାଳ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କର ସରକାରୀ କାର୍ଯ୍ୟାଳୟରେ ଭେଟି ଚାଷୀଙ୍କ ଧାନର ଅଭାବୀ ବିକ୍ରି ସମ୍ପର୍କିତ ମୌଳିକ ଦାବି ସମ୍ପର୍କରେ ପୁଙ୍ଖନପୁଙ୍ଖ ଭାବେ ଦୀର୍ଘ ୩୦ ମିନିଟ ଧରି ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ଜିଲ୍ଲାପାଳ ମହୋଦୟ ଚାଷୀଙ୍କ ଦାବୀର ଯଥାର୍ଥତା ଅନୁଭବ କରି ଅବିଳମ୍ବେ ରବି ଋତୁରେ ଚାଷୀଙ୍କ ଧାନ ବିକ୍ରି ପାଇଁ ଦୃଢ଼ ପଦକ୍ଷେପ ନିଆଯିବାକୁ ପ୍ରତିଶୃତି ଦେଇଥିଲେ।

ଦାବି ଗୁଡିକରେ ମୁଖ୍ୟତଃ ଟୋକାନ ଇସ୍ୟୁ ଅବଧି ୧୫ ଦିନ ପରିବର୍ତ୍ତେ ଏକ ମାସ ବଳବତ୍ତର ରଖିବାରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସମସ୍ତ ଧାନ ସରକାର ଯୁଦ୍ଧକାଳୀନ ଭିତ୍ତିରେ କ୍ରୟ କରିବାସ୍ୱଳ୍ପ ସମୟରେ ଟୋକାନର ଅବଧି ପୁରିଯିବାରୁ ଅକାମି ହୋଇଯାଇଥିବା ଟୋକାନ ଗୁଡିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇ ଧାନ ବିକ୍ରିରୁ ବଂଚିତ ଚାଷୀଙ୍କ ଠାରୁ ସମସ୍ତ ଧାନ କ୍ରୟ କରିବାଧାନ କିଣାରେ ଭୁବନେଶ୍ୱରରୁ ନିୟନ୍ତ୍ରିତ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଜିଲ୍ଲା ସ୍ତରରେ ଏହି କ୍ଷମତାର ବିକେନ୍ଦ୍ରିକରଣ କରିବାନିର୍ଦ୍ଧାରିତ ସମୟ ମଧ୍ୟରେ ଆକଳନ ମୁତାବକ ଧାନ କ୍ରୟ ପାଇଁ ମଣ୍ଡିକୁ2ଟାର୍ଗେଟ ଦେବାଧାନ ସଂଗ୍ରହ ବେଳେଅଖାଲୋଡିଙ୍ଗଅନଲୋଡିଙ୍ଗପରିବହନ ଖର୍ଚ୍ଚ ଅବିଳମ୍ବେ ଚାଷୀଙ୍କୁ ପ୍ରଦାନ କରିବାମିଲରମାନଙ୍କ ମନମାନିକୁ ବନ୍ଦ କରିବା ସହିତ ବିଭିନ୍ନ ଆଳ ଦେଖାଇ ବସ୍ତା ପିଛା କାଟୁଥିବା ୪ ରୁ ୫ କି. ଗ୍ରା. ଧାନ କଟନୀ ଛଟଣୀ ବନ୍ଦ କରିବାରାଜ୍ୟ ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ଏମ ଏସ.ପି.ଉପରେ ୫୦୦ ଟଙ୍କା ବୋନସ ଦେବାକେନ୍ଦ୍ର ସରକାର ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିବା ପ୍ରଭୃତି ଦାବି ଉଲ୍ଲେଖ କରାଯାଇଥିଲା।

Related Post

ମାଲକାନଗିରି ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥିମାନେ ଚର୍ଚ୍ଚାରେ

Posted by - March 19, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥିମାନଙ୍କୁ ନେଇ ଏବେ ଚର୍ଚ୍ଚା ଧରିଛି Iମାଲକାନଗିରି ପୌର ପରିଷଦରେ ଯେଉଁ ରାଜନୈତିକ ଦଳମାନେ ପୌର ଅଧ୍ଯକ୍ଷ ପାଇଁ ନିର୍ବାଚନ…

ବସ୍ତା ବ୍ଲକ ଅଧକ୍ଷ ନାମ ଘୋଷଣା କଲା ବିଜେଡ଼ି

Posted by - March 10, 2022 0
ବସ୍ତା:ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ନାମ ଘୋଷଣା କଲା ବସ୍ତା ବିଜେଡି।ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା…

ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡିବ୍ଲକ ଜୋନ୍୨ର ଅରୁଣ କୁମାର ମିଶ୍ରଙ୍କ ଘର ଘର ବୁଲି ଭୋଟ ପ୍ରଚାର

Posted by - February 10, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ) ନବରଂଗପୁରଜିଲ୍ଲା ନନ୍ଦାହାଣ୍ଡିବ୍ଲକ ଜୋନ୍୨ର ଅରୁଣ କୁମାର ମିଶ୍ର ଘର ଘର ବୁଲି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରଚାର କାର୍ଯ୍ୟକ୍ରମ…

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 0
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

କାଳିମେଳା-କାଲିମେଳା ଓ ପଡ଼ିଆ ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପି ଓ ବିଜେଡ଼ି ଘୋଷଣା କଲେ ପ୍ରାର୍ଥୀ ତାଲିକା

Posted by - January 20, 2022 0
ମାଲକାନଗିରି :(ଅବଦୁଲ ଗନି)ପ୍ରମୁଖ ତିନି ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରୁ ଆଜି ଗୋଟିଏ ଦିନ ରେ ବିଜେପି ଓ ବିଜେଡ଼ି ତାର ଜିଲ୍ଲା ପରିଷଦ…