ତାମିଲନାଡୁ ରୁ ଦାଦନ ଶ୍ରମିକ ଉଦ୍ଧାର,କିଛିଦିନ ତଳେ ଭିଡିଓ ଭାଇରାଲ ହୋଇଥିଲା

251 0

ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣି ଗାଁରୁ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହୋଇ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରି ଥିବା ଶ୍ରୀମିକ ଶେଷରେ ଉଦ୍ଧାର କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଗାଁର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ ଉଦ୍ଧାର ହୋଇ ନିଜ ଗାଁ ବାଉଁଶୁଣୀ କୁ ଫେରିଛନ୍ତି । ଜିଲ୍ଲା ଶ୍ରମ ବିଭାଗ ର ଚେଷ୍ଟା ରେ ଫେରିଛନ୍ତି । ଦାଦାନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହୋଇ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଗାଁର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ I ଗତ କିଛି ଦିନ ହେଲା ବାଉଁଶୁଣୀରୁ ଅଜିତ ଓ ତାଙ୍କ ସ୍ତ୍ରୀ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁର କୁ କାମ ପାଇଁ ଯାଇଥିଲେ I

ସ୍ତ୍ରୀଙ୍କ ସ୍ବସ୍ଥ୍ୟ ଖରାପ ଥିବା ବେଳେ ମାଲିକ ତାଙ୍କୁ ଗୋଟେ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ବାହାରକୁ ଛାଡୁ ନ ଥିବା ସେ ଭିଡ଼ିଓ ବାର୍ତ୍ତା ରେ ଅଭିଯୋଗ କରିଥିଲେ । ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନ ଥବା ମଧ୍ୟ ଅଭିଯୋଗ କରିଥିଲେ ଅଜିତ I ଭିଡିଓ କୁ ଦେଖି ବିନିକା ବାଉଁଶୁଣୀ ଅଂଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, 5ଟି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଅନୁରୋଧ କରିବା ସହିତ ଆମ ଚେନାଲରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ସୁବର୍ଣ୍ଣପୁର ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରି ସେଠାକାର ପ୍ରଶାସନ ଜରିଆରେ ଉଦ୍ଧାର କରାଯାଇଛି । ଏହାକୁ ନେଇ ଫେରି ଥିବା ଶ୍ରିମିକ ଖୁସି ଥିବା କହିଛନ୍ତି ।

 

Related Post

ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ

Posted by - March 15, 2019 0
ଶେଷରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ…

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଜରାଜିର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

Posted by - May 27, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ )ବାରଣ୍ତାରେ କୋମଳମତି ଶିଶୁ ମାନେ ପାଠ ପଢ଼ନ୍ତି।ମହାମାରୀ କରୋନା ପାଇଁ ଏବେ ପାଠ ପଢା ହେଇ ପାରୁ ନାହିଁ।କେନ୍ଦ୍ର ତଥା ରାଜ୍ୟ ସରକାର…

ଟିଟିଲାଗଡ ପୌରପରିଷଦ:ଦାଖଲର ଶେଷ ଦିନରେ ପ୍ରାର୍ଥୀ ଭରିଲେ ନାମାଙ୍କନ

Posted by - March 7, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖ ଦିନ ପୌରପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନାମାଙ୍କନ ଦାଖଲର ଶେଷ ଦିନ ଅର୍ଥାତ ସୋମବାର ତିନି ପ୍ରମୁଖ ଦଳର…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଆସନ୍ତା କାଲି ଠାରୁ ରଥ ନିର୍ମାଣ

Posted by - May 4, 2020 0
ପୁରୀ:(ସମିର ରଞ୍ଜନ ନାୟକ)ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥନିର୍ମାଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରଥ ତିଆରି ଏକ ନିର୍ମାଣ କାମ ହୋଇଥିବାରୁ…

ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

Posted by - June 7, 2019 350
ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର…