ବଜ୍ରପାତରେ ଦୁଇଟି ଗାଇର ମୃତ୍ୟୁ

447 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଳପୁର ପଂଚାୟତ ଅନ୍ତର୍ଗତ କାକୁଡିଆମ୍ବ ଗ୍ରାମର ଭୁଜ ନାୟକ (୬୦)ଙ୍କ ଦୁଇ ଗାଇ ବଜ୍ରପାତ ହେବା ଫଳରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ ଗତକାଲି ଘଡ ଘଡି ସାଙ୍ଗକୁ ବର୍ଷା ହେବା ଫଳରେ ଭୁଜ ନାୟକ ଙ୍କ ଦୁଇ ଗାଇ ଉପରେ ବଜ୍ରପାତ ହୋଇଥିଲା । ତାଙ୍କର ୧୨ ଟି ଗାଇ ପଡିଆରେ ଚରୁ ଥିବା ବେଳେ ଦୁଇଟି ପାଳ ଗଦାନିକଟରେ ଚରୁଥିବା ବେଳେ ଦୁଇ ଗାଇ ଉପରେ ବଜ୍ରପାତ ଘଟିଥିଲା ଯାହା ଫଳରେ ଦୁଇଟି ଗାଇ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

ଭୁଜ ନାୟକ ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ କରୋନା ପରି ମହାମାରୀ ସମୟରେ ଦୁଇ ଗାଇଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଏପଟେ ରୋଜଗାର ନପାଇ ଘରେ ବସି ରହିଥିବା ବେଳେ ଦୁଇ ଗାଇ ମରିଯିବା ନେଇ ପରିବାର ଦୁଃଖରେ ଅଛନ୍ତି । ତୁରନ୍ତ ତାଙ୍କୁ କ୍ଷତି ପୂରଣ ମିଳୁ ବୋଲି ପ୍ରଶାସନ ନିକଟରେ ତାଙ୍କ ପରିବାର ଗୁହାରୀ କରିଛନ୍ତି

Related Post

ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଭସ୍ମୀଭୂତ

Posted by - July 8, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ କଳାମାଟିଆ ପଂଚାୟତ ର କଳାମାଟିଆ ଗ୍ରାମ ଅନ୍ତର୍ଗତ ଦଳିତ ସାହିରେ ଗତକାଲି ବିଳମ୍ବିତ ରାତ୍ରୀ ସମୟରେ ସନାତନ ମଲ୍ଲିକଙ୍କ ପୁଅ…

ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ରୋଗିଙ୍କୁ କେବେ ମିଳିବ ବିଶେଷଜ୍ଞ ଡାକ୍ତର

Posted by - October 21, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୋଗିଙ୍କୁ କେବେ ମିଳିବ ବିଶେଷଜ୍ଞ ଡାକ୍ତର ବୋଲି ଅଞ୍ଚଳ…

ଓଡିଶା ଡ୍ରାଇଭର ମହାସଂଘ “ବୌଦ୍ଧ “ଦ୍ୱାରା ବିଶ୍ୱକର୍ମା ପୂଜା ପାଳିତ

Posted by - September 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ବିଶ୍ୱ ନିର୍ମାଣ କର୍ତ୍ତା ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା କୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ମହା ଆନନ୍ଦ ରେ ପାଳନ…

କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

Posted by - February 21, 2022 0
କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ…

ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

Posted by - May 4, 2020 0
ମୟୁରଭଞ୍ଜ:(ସୀତାରାମ ଦୀକ୍ଷିତ) ପୁଣି ସାନ୍ନାକୁଆସିଛି ଏକ ଦୁଃଖଦ ଘଟଣା।ନିଖୋଜ ବାପପୁଅର ମୃତଦେହ ଜଳାଶୟରୁ ଉଦ୍ଧାର।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଘଟଣା ଅନୁଯାୟୀ…