କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କଲେ ଫାର୍ମାସିଷ୍ଟ

191 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ରାଜ୍ୟ ଭେଷଜ ସଂଘର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଭେଷଜକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଭେଷଜ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିଛନ୍ତି ।ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଝରିଗାଁ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଓଡିଶା ଭେଷଜକ ସେବା ସଂଘର ନିଷ୍ପତ୍ତିକ୍ରମେ ନବରଙ୍ଗପୁର ଓ.ପି.ଏସ୍.ଏ ଶାଖାର ସମସ୍ତ ସଦସ୍ୟ ମାନେ କାର୍ଯ୍ୟରତ ସମୟରେ କଳା ବ୍ୟାଜ ପରିଧାନ କରି ଡ୍ୟୁଟି କରିବା ପାଇଁ ନିଷ୍ପତି ନେଇଥିବା ବରିଷ୍ଠ ଭେଷଜକ ପ୍ରଦୀପ୍ତ କୁମାର ମିଶ୍ର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଭେଷଜ ମାନେ କଳା ବ୍ୟାଜ ପରିଧାନ କରି ନିଜର କର୍ତ୍ତବ୍ୟ ସଂପାଦନ କରିବେ । ଆସନ୍ତା ୨୦ ତାରିଖରେ ଦାବି ପୂରଣ ନ ହେଲେ ସଂଘ ଆନ୍ଦୋଳନ ପନ୍ଥା ଆପଣେଇବ କି ନାହିଁ ତାହା ରାଜ୍ୟ ଫାର୍ମାସିଷ୍ଟ ସଂଘ ନିଷ୍ପତ୍ତିନେବ ସେ ସୂଚନା ଦେଇଛନ୍ତି ।୩ ଦଫା ଦାବିପତ୍ରରେ ଫାର୍ମାସିଷ୍ଟଙ୍କ ପଦୋନ୍ନତି ପାଇଁ କ୍ୟାଡର ପ୍ରସ୍ତୁତ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଷ୍ଟାଫ ନର୍ସ, ଏବଂ ଅନ୍ୟ କିନ୍ଲିିକାଲ କର୍ମଚାରୀଙ୍କ ପରି କ୍ୟାଡର ପ୍ରସ୍ତୁତ କରି ଦରମା ପ୍ରଦାନ କରିବାକୁ ଦାବି କରାଯାଇଛି । ସମସ୍ତ ଆର.ବି.ଏସ.କେ, ଓ ଏମ୍.ଏଚ.ୟୁ ରେ କାର୍ଯ୍ୟରତ ଭେଷଜକଙ୍କୁ ୬ ବର୍ଷ ପରେ ନିୟମିତ କରିବା ଲାଗି ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଭେଷଜକ ପ୍ରଦୀପ୍ତ କୁମାର ମିଶ୍ର, ଆଶିଷ କୁମାର ବେହେରା,ରାକେଶ କୁମାର ବେହୁରା,ଉତ୍ସବ ନାୟକ,ମନୋଜ କୁମାର୍ ଜେନା,ପବିତ୍ର କୁମାର ସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Post

ଟେଂଟ,ଲାଇଟ ସପ୍ଲାୟର ଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର

Posted by - June 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । କିନ୍ତୁ ବିବାହ ଓ ବ୍ରତ ଭଳି ସାମାଜିକ କାର୍ଯ୍ୟ କରିବାକୁ ନାନା ବାରଣ…

ବିଶ୍ଵ ମ୍ୟାଲେରିଆ ଦିବସରେ ଜନସଚେତନ କାର୍ଯ୍ୟକ୍ରମ

Posted by - April 26, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅଗ୍ନିପୁର ପଂଚାୟତ ରେ ଥିବା ଦଶପୁର HWC ଅଞ୍ଚଳରେ ଏକ ଜନସଚେତନ…

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଚିହ୍ନଟ ଶିବିର

Posted by - November 27, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ଦିବ୍ୟା ଙ୍ଗ ଛାତ୍ରୀ ଛାତ୍ର ଙ୍କୁ ଉପକରଣ ବଣ୍ଟନ…

ଖୋଲାନ ପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଆୟୋଜିତ

Posted by - August 1, 2022 0
ଟିଟିଲାଗ଼ଡ:(ସଞ୍ଜୟ କୁମାର ନାୟକ)ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା, ଆଧ୍ୟାତ୍ମିକ ଚରିତ୍ର ଗଠନ କରାଇବା, ସମୟନୁବର୍ତିତା ହେବା ଏବଂ ହାତ…