ବରୀ୦୭/୦୩ :- (ସ୍ନେହଂଶୁ ଶେଖର ମହାନ୍ତି)ବରୀ ବିଧାୟକ ଦେବାଶିଷ ନାୟକ ଆଜି ବରୀ ବ୍ଲକ୍ ବୋଦୁଅ ପଞ୍ଚାୟତ ଗ୍ରସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟ ପଚାରି ବୁଝିଥିଲେ । ଏହି ପଞ୍ଚାୟତର ବହୁ ଲୋକ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ, ବିଧବା ଭତ୍ତା, ପାଇପାରୁ ନାହାଁନ୍ତି ତଥା ପଞ୍ଚାୟତର ମୁଖ୍ୟ ସମସ୍ୟା ହୋଇଛି । ବ୍ଲକ୍ କି ତହସିଲ ଯିବାର ମୁଖ୍ୟ ପ୍ରତିବନ୍ଧକ ତନ୍ତୀଘାଇ ନଦୀ ଏରଡ଼ା ଓ ବୋଦୁଅକୁ ସଂଯୋଗ କରୁଥିବା ଚିଙ୍ଗୁଡିଆ ନାଳ ଉପରେ ପକ୍କା ପୋଲ ନିର୍ମାଣ କରିବା, ପଞ୍ଚାୟତରେ ଏ.ଏନ୍.ଏମ୍ ଦିଦି ନଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧା ସଂପର୍କରେ ଲୋକମାନେ ବିଧାୟକଙ୍କୁ ଅବଗତ କରାଇଥିଲେ । ଖୁବ୍ କମ୍ ଦିନ ଭିତରେ ଏସବୁ ସମସ୍ୟା ସମାଧାନ କରା ଯିବାର ପ୍ରତିଶୃତି ଲୋକମାନଙ୍କୁ ଦେଇଛନ୍ତି । ତାଙ୍କ ବିଧାୟକ ସମୟରେ ଏହି ବରୀ ନିର୍ବାଚନମଣ୍ଡଳୀର ବହୁ ବିକାଶ ଘଟିଛି ରାସ୍ତାଘାଟ, ବହୁ ପୋଲ ନିର୍ମାଣ ହୋଇଛି, ଯଥା ଏ ଅଞ୍ଚଳର ଚଟୁମାରୀ-ବନ୍ଧପଡା ସେତୁ, କନ୍ତିଆ-ଘଟିଆଳୀ ସେତୁ, ବରିଲେ ଠାରୁ ମଲ୍ଲୀପୁର ପର୍ଯ୍ୟନ୍ତ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି ବୋଲି ଲୋକମାନଙ୍କୁ ଜଣାଇଥିଲେ । ବିଧାୟକଙ୍କ ସହ ବରୀ ବ୍ଲକ୍ ବିଜେଡି ସଭାପତି ସେକ୍ ସଫିକ୍ଉଦ୍ଧିନ୍, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ନୀଳମଣୀ ସାମଲ, ବୀର କିଶୋର ଧଳ, ଜ୍ଞାନରଞ୍ଜନ ଧଳ, ବିଭୂତି ଭୂଷଣ ଧଳ, ଦେବକାନ୍ତ ରାୟ, ସମିତିସଭ୍ୟ ଖଗେଶ୍ୱର ଜେନା, ରଘୁନାଥ ଧଳ, ପ୍ରସନ୍ନ କୁମାର ଧଳ, ଦେବାନନ୍ଦ ସାମଲ, ବିରଜା ପ୍ରସାଦ ଧଳ ଓ ପଞ୍ଚାୟତର ବହୁ ଜନସାଧରଣ ଉପସ୍ଥିତ ଥିଲେ ।
ରିପୋର୍ଟ-