ନିର୍ବାଚନ ନଲଢ଼ିବା ନେଇ ଓଟିଭି ସହ କଥା ହେଲା ବେଳେ ସ୍ପଷ୍ଟ କଲେ ତଥାଗତ ସତପଥୀ, କହିଲେ- ମୋ ଟିକେଟ୍ କାଟିବାର ଦମ୍ କାହାର ନାହିଁ; ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡ଼ୁଛି।ତଥାଗତ କହିଛନ୍ତି, କେବଳ ରାଜନୀତି ମାଧ୍ୟମରେ ସେବା କରିହେବ କହିବା ଭୁଲ। ମୋର ରାଜନୈତିକ ପଦପଦବି ପାଇଁ ଆଉ ଲୋଭ ନାହିଁ। କାହା କଥା କି କାହା ଦୟାରେ ରାଜନୀତି କରୁ ନଥିଲି। ନବୀନ ବାବୁ ମୋତେ ଖୁବ୍ ସ୍ନେହଶ୍ରଦ୍ଧା ଦେଇଛନ୍ତି ବୋଲି ସେ କହିଛନ୍ତି।ତିନି ଥରର ସାସଂଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତଙ୍କ ହଠାତ୍ ରାଜନୀତି ପ୍ରତି ଏଭଳି ବୈରାଗ୍ୟ କାହିଁକି ଆସିଲା ? ସତରେ ବୟସ ପାଇଁ ରାଜନୀତି ଛାଡ଼ିଲେ ନା ଆଉ କିଛି କାରଣ ରହିଛି ? କିଛି ଏକଥା ବି କହୁଛନ୍ତି, କଂଗ୍ରେସରୁ ଆସି ଢେଙ୍କାନାଳ ବିଜେଡିରେ ପାୱାରଫୁଲ ହେଉଛନ୍ତି ସୁଧୀର ସାମଲ । ଯାହା ତଥାଗତଙ୍କ ଟିକଟ୍ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା । ସେପଟେ ସୌମ୍ୟରଂଜନଙ୍କ ବିଜେଡି ପ୍ରବେଶକୁ ବି ତଥାଗତ ବିରୋଧ କରି ନିରାଶ ହୋଇଥିଲେ । ତେଣୁ ନିର୍ବାଚନ ପୂର୍ବରୁ ଏହା ସାଇଡ୍ ଇଫେକ୍ଟ ନୁହେଁତ ?

I am very impressed with your writing majorsite I couldn’t think of this, but it’s amazing! I wrote several posts similar to this one, but please come and see!