ଦୈନିକ ୧ କୋଟି ଲୋକଙ୍କୁ ଟୀକାକାରଣ କରାଯାଉ : କଂଗ୍ରେସ

644 0

ନବରଙ୍ଗପୁର: (ବେଣୁ ଗୋପାଳ ରାଓ )କୋଭିଡର ଭୟlବହତlକୁ ଲକ୍ଷ୍ୟ କରି ଦୈନିକ ୧କୋଟି ଲୋକଙ୍କୁ କୋଭିଡ ଟୀକାକାରଣ କରାଯାଉ l ଏ ନେଇ ଏକ ଦାବିପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି l ପ୍ରତ୍ୟକ ଭାରତୀୟ ନାଗରିକଙ୍କୁ ଦେୟମୁକ୍ତ ଟୀକାକାରଣ କରାଯାଉ l କେନ୍ଦ୍ର ସରକାର ଙ୍କ ଖାମଖିଆଲି ମନୋଭାବ ଯୋଗୁ ଭାରତୀୟ ମାନେ କରୋନାରେ ଛଟପଟ ହେଉଛନ୍ତି l ଏଭଳି ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଟୀକାକରଣ ନିତି ବିଫଳ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ଟୀକାକରଣ ବ୍ୟବସ୍ଥାର ଭିର୍ଣ୍ଣ ଭିର୍ଣ୍ଣ କମ୍ପାନୀର ଟୀକା ସେରମ ଇନ୍ଷ୍ଟିଟ୍ୟୁର ର ଟୀକା କୋଭିସିଲଡ଼ ଓ ଭାରତ ବାୟୋଟେକ ର ଟୀକା କୋଭାକସିନ ଏକ ଡୋଜର ଦାମ କେନ୍ଦ୍ର ସରକାର ୧୫0/-ଟଙ୍କାରେ କିଣୁଥିବାବେଳେ ରାଜ୍ୟ ସରକାର ସେହି ଡୋଜ ପ୍ରତି ୩ଶହ ଟଙ୍କାରେ ଓ ବେସରକାରୀ ହସ୍ପିଟାଲରେ ଡୋଜ ପ୍ରତି ୬ଶହ ଟଙ୍କାରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l

କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟୀକାଦେବା ପରିବର୍ତ୍ତେ କୋଭିଡ ଟିକାର ବ୍ୟବସାୟ କରଣ ଅତ୍ୟନ୍ତ ପୀଡ଼ଦାୟକ l ୨0୨0 ମେ’ ମାସରେ ଅନ୍ୟଦେଶ ମାନେ ଟୀକା କିଣିଥିବାର ବ୍ୟବସ୍ତା କରିଥିବାବେଳେ କେନ୍ଦ୍ରର ମୋଦି ସରକାର ୨0୨୧ ଜାନୁଆରୀରେ ଟୀକା କିଣିବାର ପ୍ରୟାସ କରିବା ଖାମଖିଆଲ ମନୋଭାବର ଜ୍ୱଳନ୍ତ ଉଦାହରଣ ଅଟେ ବୋଲି କଂଗ୍ରେସ କହିଛି l ୧୪0 କୋଟି ଭାରତୀୟଙ୍କ ଲାଗି ଆଜିସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ୩୯ କୋଟି ଟିକାର ବରାଦ କରିବା ଉଭୟ ସରକାରଙ୍କ ପାରିବlପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି l ୩୧ ମେ’ ୨0୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ କୋଟି ୩୧ ଲକ୍ଷ ଲୋକ ଟୀକା ନେଇଥିବା ବେଳେ ୪ କୋଟି ୪୫ ଲକ୍ଷ ଲୋକ କେଵଳ ୨ ଡୋଜ ଟୀକା ନେଇଛନ୍ତି ଯାହାକି ସାରା ଦେଶର ଜଣସଂଖ୍ୟାର ମାତ୍ର ୩. ୧୭ % ଅଟେ lଦୈନିକ ୧୬ ଲକ୍ଷ ଲୋକ ଟୀକା ନେଉଥିବାବେଳେ ଯଦି ଏଭଳି ଅବସ୍ଥା ସମଗ୍ର ଦେଶରେ ଜାରି ରହିବ ତେବେ ୧୪0 କୋଟି ଲୋକଙ୍କୁ ଟୀକାକରଣ କରିବା ପାଇଁ ୩ ବର୍ଷ ଲାଗିଯିବ l ଏହି ସମୟ ଅବଧି ମଧ୍ୟରେ ଆମେ ଲକ୍ଷ ଲକ୍ଷ ନାଗରିକ ଙ୍କୁ ହରେଇବା ସହ କୋଟି କୋଟି ନାଗରିକ ଙ୍କୁ କରୋନା କବଳିତ କରି ସାରିଥିବ l ଦେଶର ପରିଣତି ଆହୁରି ଭୟlବହ ହେବା ସହିତ ଦେଶ ଓ ରାଜ୍ୟର ଅବସ୍ଥା ଅନିୟନ୍ତ୍ରିତ ହୋଇ ପଡ଼ିଥିବ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l

ତେଣୁ କଲାବିଳମ୍ବ ନ କରି କେନ୍ଦ୍ର ସରକାର ଟୀକା କିଣି ଦେୟମୁକ୍ତ ରେ ରାଜ୍ୟ ଓ ବେସରକାରୀ ହସ୍ପିଟାଲ କୁ ଦେବାକୁ କଂଗ୍ରେସ ପକ୍ଷରୁ ଦାବିକରାଯାଇଛି l ଚଳିତ ବର୍ଷ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟୀକାକରଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି l ଏକ ଦାବିପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି lଉକ୍ତ ଦାବିପତ୍ର ଦେବା ସମୟରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର,ଡିସିସି ପ୍ରେସିଡେଣ୍ଟ ମୁନା ତ୍ରିପାଠୀ, ଉପସଭାପତି ଦିଲ୍ଲୀପ କୁମାର ବେହେରା,ଡିସିସି ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ଜ଼ିଲ୍ଲା ଯୁବ କଂଗ୍ରେସ ମୁଖ୍ୟପାତ୍ର ତଥା ଦକ୍ଷିଣ ଓଡିଶା ସୋସିଆଲ ମିଡ଼ିଆ ପ୍ରଭାରୀ ସୁମିତ ପୁଜାରି,ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ କୁନା ପାଢ଼ୀ, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଦାବିପତ୍ର କୁ ଅତିରିକ୍ତ ଜ଼ିଲ୍ଲାପାଳ ରତ୍ନାକର ସାହୁ ଗ୍ରହଣ କରିବା ସହ ପଠାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି l

Related Post

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସଜ୍ଜିତ

Posted by - August 8, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତର ପର୍ଯ୍ଯନ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା…

ଶେଷ ହେଲା ନାମାଙ୍କନ ପ୍ରକ୍ରିୟା,ଖପ୍ରାଖୋଲ ବ୍ଲକ ରେ ବିଭିନ୍ନ ପଦବୀ ପାଇଁ ୬୮୩ ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଖପ୍ରାଖୋଲ:(ତାପସ ରଂଜନ ବେହେରା) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ରେ ନାମାଙ୍କନ ପ୍ରକ୍ରିୟା ଶୁକ୍ରବାର ଶେଷ ଦିନ ଥିଲା। ଗତ ୧୭ ତାରିଖ ରୁ…

୧୩୭ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ

Posted by - December 29, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ଅଧକ୍ଷତା ରେ ମାଥିଲି ମା ମାଉଲି ମନ୍ଧିର ପ୍ରଗାଣ ରେ ଭାରତୀୟ ଜାତୀୟ କଂଗ୍ରେସ ର…

ଜେଜେ ବାପା ଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ନାତୁଣୀ ବୋହୁ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ନିଜର ଜେଜେବାପା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ ନେତ୍ରାନନ୍ଦ ପ୍ରଧାନ ଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବା ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇଲେ…