ଅମୃତ ଧାରା ନାମରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ

351 0

ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ବୃଦ୍ଧି ପାଇଛି । ରାଜ୍ୟରେ ଅନେକ କରୋନା ଆକ୍ରନ୍ତ ଅମ୍ଳଜାନ ଆବଶ୍ୟକତା କରୁଛନ୍ତି । ତେବେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି ବେଶ୍‌ ଭଲ ଅଛି । ଲୋକଙ୍କର ଅମ୍ଳଜାନ ଆବଶ୍ୟକତାକୁ ଆଖି ଆଗରେ ରଖି ସ୍ମାଇଲ୍‌ ପ୍ଲିଜ୍‌ ସ୍ପର୍ଶ ହସ୍‌ପିଟାଲ୍‌ ଏବଂ ଓଡିଶା ସୋସାଇଟି ଅଫ୍‌ ଦ ଆମେରିକା ହେଲ୍ଥ ଏଣ୍ଡ ଓ୍ୱେଲ୍‌ନେସ୍‌ ଗ୍ରୁପ୍‌ ପକ୍ଷରୁ ଅମୃତ ଧାରା ନାମରେ ନିଶୁଳ୍କ ବା ମାଗଣା ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି । ବିନାମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ । ଡାକ୍ତରଖାନାକୁ ଜୀବନ ଜ୍ୟୋତି ଆମ୍ବୁଲାନ୍ସରେ ମେଡିକାଲ୍‌କୁ ସ୍ଥାନାନ୍ତର କରାଯିବ ।

ଏହିକେନ୍ଦ୍ରକୁ ଯୋଗା ଯୋଗ କରିବା ପାଇଁ ନମ୍ବର ହେଲା ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ।

ଭୁବନେଶ୍ୱର ପଟିଆରେ ଥିବା ତ୍ରିଷ୍ଣା ବାନ୍‌କ୍ୱେଟ୍‌ରେ ଏହାକୁ ଆରମ୍ଭ କରାଯାଇଛି । କୋଭିଡ୍ ଆକ୍ରାନ୍ତଙ୍କୁ ଡାକ୍ତରଖାନା ମିଳିବା ପର୍ଯ୍ୟନ୍ତ ସେମାନେ ଏଠାରେ ରହି ନିଶୁଳ୍କ ଅମ୍ଳଜାନ ନେଇ ପାରିବେ ।ଏଠାରେ ଚିକିତ୍ସା କରାଯିବ ନାହିଁ ମାତ୍ର ଡକ୍ତରନର୍ସଙ୍କ ଉପସ୍ଥିତିରେ ଏକ ଘଣ୍ଟାରୁ ଦୁଇ ଘଣ୍ଟା ଅମ୍ଳଜାନ ଦିଆଯିବ ।
ବୁଧବାରରେ ଏହାର ଉଦ୍‌ଘାଟନ କରାଯାଇଥିଲା । ଏଥିରେ ବିଧାୟକ ସୁରେଶ ରାଉତ, ଡାକ୍ତର ପ୍ରିୟବ୍ରତ ଧୀର, ଅଭିନେତା ସବ୍ୟସାଚୀ ମିଶ୍ର, ସମାଜସେବୀ ପରଭିନ୍‌ ଅଗ୍ରଓ୍ୱାଲ ଡାକ୍ର ଅମ୍ରିତ ପାଟ୍ଟଯୋଶୀ, ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଦାଦନ ଖଟିବାକୁ ଯାଇ ଯୁବକ ମୃତ୍ୟୁ

Posted by - October 16, 2021 0
ବାଲିଆପାଳ :(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁ ପୁର ଗ୍ରାମ ପଞ୍ଚାୟତ ନୟାବାଲି ଗ୍ରାମର ତ୍ରିଲୋଚନ ଦଳାଇ ଙ୍କ , ମା ଦ୍ରୌ ପ…

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ର ଚାର୍ଜସିଟ୍ ଦାଖଲ୍‌

Posted by - August 30, 2019 0
ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ…

ବିଶ୍ଵର ଚିନ୍ତାର କାରଣ ପାଲଟିଛି “ଓମିକ୍ରନ” ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କ ରହିବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

Posted by - December 1, 2021 0
କରୋନା ଭାଇରସ୍ ର ନୁତନ ଭାରିଏଣ୍ଟ “ଓମିକ୍ରନ୍” ଚିହ୍ନଟ ହେବାପରେ ସମଗ୍ର ବିଶ୍ଵ ରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କେତେକ ଦେଶରେ ଏହାର ପ୍ରଭାବ ବୃଦ୍ଧି…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ

Posted by - February 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜ୍ଜୁନ ପଟ୍ଟନାୟକ)ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

ଖୋଲିଲା ସ୍କୁଲ: ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Posted by - February 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖୋଲିଲା ସ୍କୁଲ,ଦୀର୍ଘ ଦୁଇ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟା।ଫେବୃୟାରୀ ୭ ତାରିଖ ସୋମବାର ଥିଲା ଓଡ଼ିଶା ବାସୀଙ୍କପାଇଁ ଏକ…