ମାଲକାନଗିରି ଉପକାରାଗାରରେ ବିଭିନ୍ନ ଅନିୟମିତତା ଚାଲିଥିବା ଅଭିଯୋଗ

192 0

ମାଲକାନଗିରି: ମାଲକାନଗିରି ଉପକାରାଗାରରେ ବିଭିନ୍ନ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଏଠାରେ ଖୋଲମ ଖୋଲା ଭାବା ବିଭିନ୍ନ ନିୟମ ଉଲ୍ଲଘଂନ ହେଉଥିବା ସୂଚନା ମିଳିଛି । ବିଭିନ୍ନ ବିଚାରଧୀନ କଏଦୀଙ୍କୁ ଭଲ ଖାଦ୍ୟ ଯୋଗାଇ ଦିଆଯାଉଛି । ଚା, ଜଳଖିଆ ସାଙ୍ଗକୁ ମାଛ ମାଂସ ଦିଆଯାଉଛି ।

ଗଞ୍ଜେଇ ବେପାର କରି ଜେଲ୍‌ରେ ଥିବା ଏବଂ ଧନୀ ବ୍ୟକ୍ତିମାନଙ୍କୁ ଜେଲ୍‌ରେ ମିଳୁଛି ମୋବାଇଲ୍‌ । ଅନ୍ୟ କଏଦୀଙ୍କୁ ସାଧାରଣ ଖାଦ୍ୟ ଦିଆଯାଉଥିବା ବେଳେ ଧନୀ କଏଦୀଙ୍କୁ ଭଲ ଏବଂ ତାଙ୍କ ମନପସନ୍ଦର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି ।

ପାରୋଲରେ ଯାଉଥିବା କଏଦୀଙ୍କୁ ଜେଲର କର୍ମଚାରୀ ନିଜ ଗାଡିରେ ନେଉଥିବା ଭିଡିଓ ଭାଇରାଲ୍‌ ହୋଇଛି । ସେହି କଏଦୀ ହତ୍ୟା ଅଭିଯୋଗରେ ଜେଲ୍‌ରେ ରହିଥିଲେ। ମୋବାଇଲ୍‌ରେ ଜଣେ କଏଦୀ ସମସ୍ତ କଥା ତାଙ୍କ ସ୍ତ୍ରୀଙ୍କୁ କହିଥିଲେ । ଭିଡିଓ କଲ୍‌ କରିଥିଲେ । ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ଜେଲ୍‌ର ଗୁମର ଖୋଲିଛି । ପାରୋଲରେ ଯିବା ପାଇଁ ଟଙ୍କା ମଗାଯାଉଥିବା କଥା ସେ କହିଛନ୍ତି।

Related Post

ବିଂଝାରପୁର ଥାନା ବଗଢିହ ଗ୍ରାମରେ ଯୌତୁକ ଲାଗି ନବବଧୂକୁ ହତ୍ୟା

Posted by - June 21, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସହୁ )ଯୌତୁକ ଲାଗି ନବବଧୂକୁ ହତ୍ୟା ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଗଢିହ ଗ୍ରାମରେ ।…

ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ

Posted by - February 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ବ୍ଲକ ଅଧକ୍ଷ ପ୍ରଦୀପ ନାୟକ ,ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ, ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଯୋଜନା କୁ ଠିକ ଭାବେ କାର‌୍ୟ୍ୟକାରୀ କରିବାକୁ ପ୍ରତ୍ୟେକ କର୍ମୀ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଗାଁ ର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ଯାଜପୁର ବିଧାୟକଙ୍କ ଦୃଷ୍ଟି କୁ ଅଣାଯିବ ବୋଲି ଭବପ୍ରସାଦ ଦାସ କହିଥିଲେ,ଏହି ଅବସରରେ ବିରୋଧୀ ବିଜେପି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ,ଶେଷରେ ଯାଜପୁର ବିଧାୟକ ଭରଚୁଆଲ ମୋଡ଼ ରେ ଧନ୍ୟବାଦ ଅର୍ପଣ କରିଥିଲେ,ଗାଁକୁ କିପରି ସ୍ୱଚ୍ଛ ସୁନ୍ଦର ଭାବେ ଗଢି ହେବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଙ୍କ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିଦର୍ଶନ

Posted by - June 3, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଆଜି କଳାହାଣ୍ଡି…

ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 18, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ…

କଳାହାଣ୍ଡି ରେ ଡକାୟତଙ୍କ ଆତଙ୍କ, କାଉଡୋଳା ଗାଁ ରେ ଡକାୟତ ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନସ୍ଥ କାଉଡୋଳା ଗ୍ରାମର ସୁରଥ ସରାବୁ(୬୫) ଙ୍କ ଘରେ ଶନିବାର ବିଳମ୍ବିତ…