ଭୁବନେଶ୍ୱର ମୁନ୍ସିପାଲ ଅଫିସ ରେ ଡେଥ୍ ସାର୍ଟିଫିକେଟ ପାଇଁ ଦଲାଲ ଙ୍କ ରାଜୁତି,ଦେଖନ୍ତୁ ଭିଡିଓ

236 0

ଭୁବନେଶ୍ୱର:(ସନ୍ତୋଷ ରାଉତ)କୋଭିଡ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଡେଥ ସାର୍ଟିଫିକେଟ ପାଇବା ପାଇଁ ଦଲାଲ ମାନେ ତାଙ୍କ ଆତ୍ମୀୟ ଙ୍କ ଠାରୁ ପଇସା ହଡପ କରି ତାଙ୍କୁ ସାର୍ଟିଫିକେଟ କରିଦେବେ କହି ଠକୁଥିବାର IHRC ଟିମ ଜାଣିବାକୁ ପାଇଥିଲା l ଗତ ଗୁରୁବାର ଦିନ IHRC ର ରାଜ୍ୟ ସଭାପତି ଡ. ଶିବ ସୁନ୍ଦର ସ୍ୱାଇଁ ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ନାରାୟଣ ସାହୁ ଜଣଙ୍କ ସାର୍ଟିଫିକେଟ ଅନଲାଇନ  ରେ ପାଉନଥିବା ଯୋଗୁଁ ସେ ୟୁନିଟ-୩ ରେ ଥିବା ବିଏମ୍ସି ଅଫିସ କୁ ଯାଇଥିଲେ l ସେଠାରେ ଥିବା  କିଛି ଦଲାଲ ତାଙ୍କୁ କହିଥିଲେ ଯେ ଆମେ ଏଠିକାର ଷ୍ଟାଫ ଆପଣ ଆମକୁ ଲେଖିକି ଦିଅନ୍ତୁ ଆମେ ଅଫ ଲାଇନ୍ ରେ ଦେଖିଦେବୁ  ଓ ଆପଣ ସୋମବାର ଆସନ୍ତୁ l

ସୋମବାର ଦିନ ସେ ଆସିକି ଜାଣିବାକୁ ପାଇଲେ ସେମାନେ କୌଣସି ଷ୍ଟାଫ ନୁହନ୍ତି ତା ବାଜୁଦ ସେମାନେ କୋରୋନ ସମ୍ପର୍କିତ  ପରିଚୟପତ୍ର ରଖିଥିବା ଜାଣିବାକୁ ପାଇଲେ l ସେମାନଙ୍କୁ ବିଏମସି  ଅଫିସର ଷ୍ଟାଫ ମଧ୍ୟ ତାଙ୍କ ପାଖକୁ ପ୍ରାୟ ଲୋକଙ୍କୁ ପଠେଇ ଥିବାର ଦେଖିବାକୁ ମିଳିଥିଲା l ଏହା ସହ ସେମାନେ ଲୋକଙ୍କ ଠୁ ଅର୍ଥ ନେବାର ମଧ୍ୟ ଦେଖି ବାର ପାଇଥିଲେ l ଦଲାଲ ଙ୍କୁ ପଚାରିବା ପରେ ସେ ନିଜର ଭୁଲ ସ୍ୱୀକାର କରିବା ସହ ସେ ଆଉ ଭୁଲ କରିବନାହିଁ କହି ପ୍ରତିଶୃତି ଦେଲା l ଏଠି ପ୍ରଶ୍ନ ଉଠୁଛିବି ଏମସି ହତା ଭିତରେ ଏହା ହେଉଥିବା ଜାଣି କିପରି ବିଏମସି  କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି l ସମସ୍ତେ ଜାଣିଶୁଣି ଜନସାଧାରଣଙ୍କ ଠାରୁ ଲୁଟୁ ନାହାଁନ୍ତି ତ । ଏ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।

Related Post

ଚାଚା ନେହୁରୁଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିଲା ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 14, 2021 0
ବୌଦ୍ଧ :(ସମରେଶ ମିଶ୍ର )ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ଆଇନ ସେଲ କାର୍ଯ୍ୟାଳୟ…

ଅନ୍ନ ଦାତା କରୁଛି ଆତ୍ମ ହତ୍ୟା, କର୍ଣ୍ଣପାତ କରୁନାହାନ୍ତି ସରକାର।

Posted by - October 10, 2020 0
ଯାଜପୁର ଅଫିସ:ସାରା ଦେଶରେ କୃଷି କର୍ମଣ ପୁରସ୍କାର ପାଇଥିବା ରାଜ୍ୟ ଓଡ଼ିଶା ରେ ଆତ୍ମହତ୍ୟା କରୁଛି ଚାଷୀ କିନ୍ତୁ ଚାଷୀ ପରିବାର କୁ ସହାୟ ହେଉନାହାନ୍ତି ସରକାର।…

ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା…

ଆରମ୍ଭ ହୋଇଛି ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

Posted by - January 18, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଯାଜପୁରରେ ଆରମ୍ଭ ହୋଇଛି ସଚେତନତାମୂଳକ କାର୍ଯ୍ୟକ୍ରମ । ଯାଜପୁର…