ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

470 0

ଯାଜପୁର ଅଫିସ:ବାତ୍ୟା ‘ୟାସ୍’ ଗଲା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।ଗତରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଞ୍ଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି ।ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,  କଣ୍ଟାପଡା ଘାଇଟି ଗତ ୭ ବର୍ଷରେ ୮ ଥର ଭାଙ୍ଗିଲାଣି।

ଏଥିଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ୫୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।  ଦୁଦୁରାଅଣ୍ଟା ପଞ୍ଚାୟତ କଣ୍ଟପଡ଼ାଠାରେ ୫୦ ଫୁଟ ଓ କସପା ପଞ୍ଚାୟତ ପଲାସାହି ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।  ଏହାଛଡ଼ା ବୈତରଣୀ ନଦୀ ଦତ୍ତପୁର ଠାରେ ପୂର୍ବବର୍ଷ ହୋଇଥିବା ଘାଇ ସ୍ଥାନଟି ବନ୍ଧ ଧସିବାକୁ ଲାଗିଲାଣି। ଅରଡାଉଳିଆ, ଦିହୁଡିସାହି ଠାରେ ବନ୍ଧ ଧସିଛି।  କାଣୀ ନଦୀ କଣ୍ଟାପଡ଼ା ଠାରେ ମଧ୍ୟ ବନ୍ଧ ଧସିଛି। ମଲ୍ଲିକାପୁର ଆରଡ଼ି ରାସ୍ତା  କାଣୀ ନଦୀ ପୋଲ ଉପରେ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି।ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର ।

Related Post

ସାକ୍ରାଖୋଲା ବିଦେଶୀ ମଦ ଦୋକାନ ରେ ଡକାୟତି,ଲକ୍ଷାଧିକ ଟଙ୍କା ଲୂଟମାର ସହ ପେଟି ପେଟି ମଦ ନେଇଁ ଚମ୍ପଟ

Posted by - October 8, 2022 0
( ବନ୍ଦ ଥିବା ଦୋକାନ ଭାଙ୍ଗିଲେ, ଚେଇର ଟେବୁଲ ଭାଙ୍ଗିବା ସହିତ ବାଇକ ପୋଡିଲେ , କର୍ମଚାରୀ ଙ୍କୁ ମାରଣତ୍ମକ ଆକ୍ରମଣ କରି କାଉଣ୍ଟର ରେ ଥିବା…

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ,ଟେଷ୍ଟରେ ବାହାରିଲା କୋଭି଼ଡ-୧୯ ଭୂତାଣୁ

Posted by - March 20, 2020 0
ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି…