ଓ୍ଵାଲଟିୟର ଡିଭିଜନ୍ ବିଭାଜନ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳ ରବିବାର କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରିଛି।ରାଜଧାନୀର ଜୟଦେବ ବିହାର ଛକ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳ ପକ୍ଷରୁ ଆୟୋଜିତ ବାଇକ ରାଲିକୁ ପୁଲିସ ଅଟକାଇଥିଲା। ଏହାକୁ ବିଜୁ ଯୁବ ଛାତ୍ର ଜନତା ଦଳ ବିରୋଧ କରିଥିଲା। ଫଳରେ ପୁଲିସ ଅନ୍ୟ ଉପାୟ ନପାଇ ପୂର୍ବତନ ମେୟରଙ୍କ ସମେତ ୨୦୦ ଜଣ କର୍ମୀଙ୍କୁ ଉଠାଇ ନେଇଛି।
