ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

752 0

ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଆଖି ଯେଉଁ ଅଞ୍ଚଳ ଦେଇ ଯାଏ ସେଠାରେ ଅତି ବ୍ୟାପକ କ୍ଷତି ଘଟାଇଥାଏ। ଅର୍ଥାତ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ଭୟଙ୍କର କ୍ଷତି ଘଟାଇପାରେ।ଭୋରରୁ ସକାଳ ୧୧ଟା ମଧ୍ୟରେ ୟାସ୍ ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ହେଲେ ଏହା ମଧ୍ୟରେ ବାତ୍ୟାକୁ ନେଇ ଆସିଛି ବଡ ଅପଡେଟ୍ୱ। ବାତ୍ୟା ୟାସ୍‌ର ଆଖି ପାରାଦୀପ ରାଡାରରେ ସ୍ପଷ୍ଟ ଆସିଛି। ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥିବା ସୂଚନା ମିଳିଛି। ରାଡାର ପରିଧିକୁ ଆସିବା ପରେ ବାତ୍ୟାର ଆଖି ସ୍ପଷ୍ଟ ଦେଖିବାକୁ ମିଳିଛି।ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟାର ଆଖିଟି ସେତେ ଭଲଭାବରେ ବିକଶିତ ହୋଇନାହିଁ।

ଯେତେବେଳେ ରେଗୁଲାର ଆଖି ଦେଖା ଦେବ ତେବେ ବାତ୍ୟା କେତେ ଶକ୍ତିଶାଳୀ ହେବ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ବାତ୍ୟା ଆଖିର ବ୍ୟାସାର୍ଦ୍ଧାକୁ ଓ ତୀବ୍ରତା ସହିତ ସେମିତି କୌଣସି ସିଧାସଳଖ ସମ୍ପର୍କ ନାହିଁ।

ତେବେ ସାଧାରଣ ଭାବେ କହିବାକୁ ଗଲେ ବ୍ୟାସାର୍ଦ୍ଧ ଅଧିକ ହେଲେ ତୀବ୍ରତା କମ୍ ହୋଇଥାଏ।  ସେହିପରି ଅଧିକ ହେଲେ ତୀବ୍ରତା ଅଧିକ ହୋଇଥାଏ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ୩୫ କିମି ବ୍ୟାସାର୍ଦ୍ଧ ରହିଛି ଯାହା ଡାୟା ମିଟର ୭୦ କିମି ଯାହା ଅଧିକ। ତେବେ ଧୀରେ ଧୀରେ ଆଖିର ବ୍ୟାସାର୍ଦ୍ଧ କମିବ ଓ ବତ୍ୟାର ପ୍ରଭାବ ତୀବ୍ର ହେବ ବୋଲି ସେ ସୂଚନା ଦେଇଛନ୍ତି।

Related Post

ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ

Posted by - June 5, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ବ୍ଲକ୍ ର ୧୪  ଗୋଟି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ନେଇ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ରାଜ୍ୟ ସରକାରଙ୍କର…

ଟିଟିଲାଗଡ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶିବ ଶଙ୍କର ପଟ୍ଟନାୟକଙ୍କ ବଦଳି ବାତିଲ କରିବା ସହ ଟିଟିଲାଗଡ ଶାଖାକୁ ପ୍ରତ୍ୟାବର୍ତ୍ତନ ଦାବି

Posted by - July 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ପ୍ରଥମ ପସନ୍ଦ ଥିବା ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ଉପରେ ଲୋକ ଆଖି ବୁଜି ବିଶ୍ୱାସ…

ପ୍ରତିସ୍ରୁତି ଦେବା ପରେ ଭୋଟ ଦେଲେ ଲୋକ

Posted by - February 25, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁଡ଼ାବେଡ଼ା ଗ୍ରାମପଞ୍ଚାୟତର ମୁନିଙ୍ଗାଡିହି ଗ୍ରାମର ଆଠ ନମ୍ବର ବୁଥ୍ ରେ ଗ୍ରାମବାସୀ ଏକତ୍ରୀତ ହୋଇ ଭୋଟ ବର୍ଜନ…

୪ଲକ୍ଷ ଟଙ୍କା ମୂଲ୍ୟରେ ନାବାଳିକାଙ୍କ ମୁଣ୍ଡଜାମିନ ପ୍ରସ୍ତାବ ଦେଇଥିବା ୩ ଅଭିଯୁକ୍ତ ଗିରଫ

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ନଭେମ୍ବର ୩ ତାରିଖ କାଳୀପୂଜା ଦୀପାବଳି ପୂର୍ବଦିନ ରେଙ୍ଗାଲି ବ୍ଲକ ନିଶାନଭଙ୍ଗା ଗ୍ରାମ ରୁ ନିଖୋଜଥିବା ନାବାଳିକା (୧୭)ଙ୍କୁ ଅପହରଣ କରାଯିବା ଏବଂ ତାଙ୍କ…