ଓଏମ୍‌ଜି ରେକର୍ଡ଼ ବୁକରେ ବରୀ ପୁଅ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ

878 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ମାଟିର ପୁଅ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ହୋଇଥିବା ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ଼ ବୁକରେ ସ୍ଥାନ ପାଇଥିବା ଜଣାଯାଇଛି । ରେକର୍ଡ଼ ବୁକର ମୁଖ୍ୟ ଡ଼କ୍ଟର ଦିନେଶ ଗୁପ୍ତା ତାଙ୍କୁ ଇ-ମେଲ ମାଧ୍ୟମରେ ଏହା ଜଣାଇବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗତ ମଇ ୧୨ ତାରିଖ ଦିନ ଏହା ପ୍ରଦାନ ହୋଇଛି । ଦେଶ ବିଦେଶର ସର୍ବାଧିକ ଖବରକାଗଜ ସଂଗ୍ରହ ନିମନ୍ତେ ଶ୍ରୀଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୧୩୮ଟି ଦେଶର ଓ ୯୪ଟି ଭାଷାର ମୋଟ ୪୮୭୪ଟି ଖବରକାଗଜ ସଂଗ୍ରହ କରି ସେ ଏହି ବିରଳ ରେକର୍ଡ କରିଛନ୍ତି ।

ଏହା ତାଙ୍କର ଅଷ୍ଟମ ରେକର୍ଡ଼ ହୋଇଥିବା ବେଳେ ଅର୍ନ୍ତଜାତୀୟ ସ୍ତରରେ ସର୍ବାଧିକ ସଂଗ୍ରହ ପାଇଁ ଏହା ମିଳିପାରିଛି । ଏଠାରେ କୁହାଯାଇପାରେ ଶଶାଙ୍କ ପୂର୍ବରୁ ଖବରକାଗଜ ସଂଗ୍ରହ ପାଇଁ ୫ଥର ଲିମ୍‌କା ବୁକ ଅଫ ରେକର୍ଡ଼ସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଥରେ କ୍ରେଡ଼େନ୍ସ ବୁକ ଅଫ ୱାଲ୍ଡ ରେକର୍ଡ଼ରେ ନିଜର ନାମ ଦରଜ କରିପାରିଛନ୍ତି । ଶ୍ରୀ ଦାଶ ସମସ୍ତ ସଂଗ୍ରହକୁ ନେଇ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅରଙ୍ଗାବାଦ ଗ୍ରାମରେ ତାଙ୍କ ବାପାଙ୍କ ନାମରେ “ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର” ପ୍ରତିଷ୍ଠା କରିଛନ୍ତି । ଯାହାକି ସାମ୍ବାଦିକତା ଛାତ୍ର/ଛାତ୍ରୀ, ସାମ୍ବାଦିକ, ବୁଦ୍ଧିଜୀବି ଓ ସାଧାରଣ ଲୋକଙ୍କୁ ବହୁ ସହାୟତା ପ୍ରଦାନ କରୁଥିବା ଜଣାଯାଇଛି ।

ଶଶାଙ୍କ ୨୦୦୦ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ । ସେତେବେଳେ ଖବରକାଗଜ ଏକ ସଂଗ୍ରହଣୀୟ ହୋଇପାରେ ତାହା ବିଶ୍ୱାସ ହେଉନଥିଲା । ସେ ପ୍ରଥମେ ଓଡ଼ିଆ ଖବରକାଗଜ ସଂଗ୍ରହ କରିଥିଲେ । ପରେ ଓଡ଼ିଶାରେ ମିଳୁଥିବା ଅନ୍ୟାନ୍ୟ ଖବରକାଗଜ ଓ ବିଦେଶୀ ଖବରକାଗଜ ସଂଗ୍ରହରେ ମନ ଦେଇଥିେଲେ । ଯେଉଁମାନଙ୍କ ନିକଟରେ ପୁରାତନ ଖବରକାଗଜ ରହିଛି ସେମାନେ ସଂଗ୍ରହାଳୟକୁ ଦାନ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି । ତାଙ୍କୁ ନିମ୍ନ ଫୋନ ନମ୍ବର (୯୮୬୧୧୭୨୬୦୫)ରେ ଯୋଗାଯୋଗ କରି ପ୍ରଦାନ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

Related Post

ଦୃର୍ଘଟଣା ଗ୍ରସ୍ତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତାର ହାତ ବଢାଇଲେ ୩ ମହିଳା ପୁଲିସ

Posted by - May 26, 2020 0
ବରୀ :(ସ୍ନେହଂଶୁ ଶେଖର ମହାନ୍ତି)ପଦପଦବି ଅପେକ୍ଷା ମଣିଷ ପଣିଆ ଓ ମାନବିକତା ସବୁବେଳେ ଉର୍ଦ୍ଧରେ ଥାଏ । ବିପଦ ଆପଦ ସମୟରେ ଅର୍ଥ ହେଉଛି ସବସ୍ୱ ।…

ଆପଣଙ୍କ ଘରେ ସବୁବେଳେ ପିମ୍ପୁଡ଼ି ହେଉଛନ୍ତି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

Posted by - September 8, 2019 0
ସାଧାରଣତଃ ଅନେକ ସମୟରେ ଆପଣଙ୍କ ଘରେ ପିମ୍ପୁଡ଼ି ନିଶ୍ଚୟ ଦେଖା ଦେଉଥିବେ। ଏମାନେ ଅନେକ ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ସହ ଆମକୁ କାମୁଡ଼ି ଥାଆନ୍ତି ମଧ୍ୟ।…

କଳାହାଣ୍ଡି ର ଅଦିମ ପରାମ୍ପରାଟୋକିମରା ର ଆଦ୍ୟ ପର୍ବ ପୋଡ଼ପୂଜା ସମ୍ପର୍ଣ୍ଣ

Posted by - November 16, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ର ଆଦିମ ଜନଜାତି ର ଟୋକୀ ମରା ପରମ୍ପରା ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଡଙ୍ଗରିଗୁଡ଼ା…

ବିନିକା ବଜରଙ୍ଗ ଦଳ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - November 2, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ହୃତତ୍ମା ଦିବସ ଅବସରରେ ରାମ ଜନ୍ନଭୂମି ମନ୍ଦିର ନିର୍ମାଣ ପାଇଁ ବଳିଦାନ ଦେଇଥିବା କର ସେବକ ମାନଙ୍କ ଆତ୍ମାର ସଦଗତି ଓ ତାଙ୍କୁ…