ସରକାର ନିୟମ ଖୋଲା ଉଲଙ୍ଘନ

980 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ସପ୍ତାହାନ୍ତ ସଟଡାଉନ ଲକଡାଉନ ଜାରୀ ହୋଇଥିଲେ ମଧ୍ୟ ବରୀ ରେ ସବୁ କିଛି ମିଳୁଛି । ଲକଡାଉନ ହେଇଥିଲେ ବି ଦୋକାନ ବଜାରରେ ଗହଳୀ ଦେଖିବାକୁ ମିଳିଛି । ଲୋକମାନେ ମାସ୍କ ପିନ୍ଧୁଥିଲେ ମଧ୍ୟ ସାମାଜିକ ଦୂରତାର ଖୋଲା ଉଲଙ୍ଘନ କରୁଛନ୍ତି । ସକାଳ ୬ଟାରୁ ଦିନ ୧୨ ଟା ପଯର‌୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନିୟମ କୋହଳ କରିଥିବା ବେଳେ ଲୋକମାନେ ଏହାର ଫାଇଦା ନେଉଛନ୍ତି । କେହି କେହି ସାଡେ ୧୨ଟା ଯାଏ ଦୋକାନ ଖୋଲୁଛନ୍ତି ପୁଲିସ ଯାଞ୍ଚ କରୁ ନଥିବାରୁ ଏଭଳି ସମସ୍ୟା ଦେଖିବାକୁୁ ମିଳୁଛି । ଗାଁ ଗହଳିରେ ଚୋରା ରେ ମଦ ଚଢ଼ା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଏପରିକି ସରକାରୀ ମଦ ଦୋକାନୀ ଗୁଡ଼ିକ ବନ୍ଦ ଥିଲେ ବି ମଦ ଦୋକାନୀ ମାନେ ପଛପାଖ ଝରକା ବାଟରେ ଲୋକକୁ ମଦ ଦେଉଥିବା ଦେଖିବାକୁ ମିଳିଛି ।
କିଛି ଲୋକ କୋଭିଡ ନିୟମ ଭଙ୍ଗ କରୁଥିବାବେଳେ ସଚେତନ ନାଗରିକ ଗହଳି କମାଇବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରୁଛନ୍ତି । ଲକଡାଉନ/ ସଟଡାଉନ ସମୟରେ ୬ରୁ ଦିନ ୧୨ଯାଏ ଖୋଲା ରହୁଥିବାରୁ ଲୋକମାନେ ଚଳପ୍ରଚଳ କରି ଗହଳି କରୁଛନ୍ତି । ଏଥି ପ୍ରତି ପ୍ରସାଶନିକ ଅଧିକାରୀ ମାନେ ନଜର ଦେବାକୁ ସାଧାରଣରେ ଦାବି ହେଉଛି ।

Related Post

ବ୍ରହ୍ମପୁର:ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

Posted by - February 22, 2021 0
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପେଟ୍ରୋଲିୟମ ସାମଗ୍ରୀ ଓ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର କର ଦାବୀ କରି ଆଜି ସ୍ଥାନୀୟ…

ସାଙ୍ଘାତିକ ସମସ୍ୟା: ନୂତନ ପର୍ଯ୍ୟାୟ କୋଭିଡ୍-୧୯,ସଂକ୍ରମଣ ର ପ୍ରଥମ ଦିନ ରେ ହେଉଛି ହଠାତ ମୃତ୍ୟୁ

Posted by - June 27, 2020 136
ନୂଆଦିଲ୍ଲୀ :ଡାକ୍ତରମାନଙ୍କୁ ଚିନ୍ତା କରୁଥିବା କୋଭିଡ -19: ରେ ରୋଗୀଙ୍କ ହଠାତ୍ ମୃତ୍ୟୁ ହେବାର ଦେଖା ଯାଉଛି। ହଠାତ୍ ମୃତ୍ୟୁ  ହେବାର କାରଣ ହୃଦୟ ଏବଂ ମସ୍ତିଷ୍କ ରେ ରକ୍ତ…

୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - March 19, 2020 38
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ…

ନିଗମ ଓ ସରକାରୀ ଉଦ୍ୟୋଗ ଅଧ୍ୟକ୍ଷ ଓ ପରାମର୍ଶ ଦାତା ପଦ ରଦ୍ଧ

Posted by - June 5, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କୁ ନେଇ ସମଗ୍ରରାଜ୍ୟ ରାଜ୍ଯ ରାଜନୀତି ସରଗରମ ରହିଥିବା ବେଳେ ନବୀନ ସରକାର…