ଯାଜପୁର:ଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର।ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ର ଗୋବିନ୍ଦପୁର ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବ ଚରଣ ସାହାଣୀ , ପ୍ରଦୀପ ସାହାଣୀ , ଅଶୋକ ସାହାଣୀ ଓ ବିରଞ୍ଚି ସାହାଣୀଙ୍କର ୬ ବଖରା ଘର ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।
ସୂଚନା ଅନୁଯାୟୀ ଆଜି ମଧ୍ୟାନ ସମୟରେ ରୋଷେଇ କରୁଥିବା ସମୟରେ ଚୁଲି ନିଆଁରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ଜଳିଯିବା ସହ ଘରର ସମସ୍ତ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଜଣା ପଡ଼ିଛି । ଖବର ପାଇ ବରୀ ଦମକଳ କେନ୍ଦ୍ର ର କର୍ମଚାରୀ ମାନେ ନିଆକୁ ଆୟତ କରିଥିଲେ । ଏହି ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଡାବିକରିଛନ୍ତି।
ରିପୋର୍ଟ: ସ୍ନେହାଂଶୁ ଶେଖର ମହାନ୍ତି,