ଜମି ପାଇଁ ମୁହାଁମୁହିଁ ହେଲେ ପୋଲିସ ଆଉ ଜନତା

698 0

ବାରଙ୍ଗ:(ସନ୍ତୋଷ ରାଉତ)ଜମି ପାଇଁ ମୁହାଁମୁହିଁ ହେଲେ ପୋଲିସ ଆଉ ଜନତା ।  ଏକ ଘରୋଇ ଜମିରେ ଦୀର୍ଘ ଦିନ ହେଲା ରହୁଥିବା ୨ ଟି ପରିବାରକୁ ସେଠାରୁ ଉଠେଇବା ପାଇଁ ଜମି ମାଲିକ ୨୫ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିତ୍ତି କରି ପୋଲିସ ସମସ୍ୟାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ଡ଼କାଇଥିଲେ । ହେଲେ ସେମାନେ ନା ଥାନାକୁ ଆସିଥିଲେ ନା କୌଣସି ଉତ୍ତର ରଖିଥିଲେ ।  ସେଠାରେ ଦୀର୍ଘଦିନ ହେଲା ସେ ଜମିରେ ଘର କରି ରହିଥିବାରୁ ଜାଗା ଖାଲି ଛାଡିବାକୁ ଅମଂଗ ହୋଇଥିଲେ ଇ ଚଂଚକତାର କରି ଜମି ମାଲିକ ଏଠାରୁ ଜମି ନେଇଛନ୍ତି I ଏନେଇ ଦୁଇପଟୁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।  କୋର୍ଟରେ ମାମଲା  ମଧ୍ୟ ଚାଲିଛ ।  ଆଜି ପୋଲିସ ଘଟଣାସ୍ଥଳରେ ପଚଞ୍ଚି ଉକ୍ତ ବ୍ୟକ୍ତିଜଣଂକୁ ଥାନାକୁ ନେବାକୁ ଚେଷ୍ଟା କରିଥିଲା ।  ଯାହାକୁ ବିରୋଧ କରିଥିଲେ ଗାଁ ଲୋକେ ।  ପରିସ୍ଥିତି ଏମିତି ହେଇଥିଲା ଯେ ଶେଷରେ ଗାଁରେ ପୋଲିସ ଫୋର୍ସ ମୁତୟନ କରିବାକୁ ପଡିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାରଙ୍ଗ ବ୍ଲକ ରାମଦାସପୁର ପଂଚାୟତ ଗୁଆକୁଳିମୁଣ୍ଡିଆ-ପଦ୍ମନାଭନଗର ରେ ଜଣେ ବ୍ୟକ୍ତି ଜମି କିଣିଥିଲେ ।  ଉକ୍ତ ଜମିରେ ଯେବେ ବି ସେ କିଛି କାମ କରିବା ପାଇଁ ଆସନ୍ତି, ଉକ୍ତ ଜମିରେ ପୂର୍ବରୁ ଘର କରି ରହିଥିବା କିଛି ପରିବାର ଜମି ଆମର କହି କାମ କରେଇଦିଅନ୍ତି ନାହିଁ ।  ଯାହାଫଳରେ ଘରୋଇ ବିଲଡର ନିରାଶ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ ।  ଅଭିଯୋଗ ପାଇବା ପରେ ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଥିଲା ।  ଯାହାକୁ ବିରୋଧ କରିଥିଲେ ଗାଁ ଲୋକେ । ଗିରଫ ହୋଇଥିବା ଦୁଇ ଜଣଙ୍କୁ ଛାଡିବା ଦାବିରେ ରାସ୍ତା ଅବରୋଧ କରିଥିଲେ । କେଉଁ ଆଧାରରେ ପୋଲିସ ତାଙ୍କୁ ଗିଫ କଲା ବୋଲି ଓଲଟି ପ୍ରଶ୍ନ କରିଥିଲେ ଗାଁ ଲୋକେ । ଦୁଇପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ କେମିତି ଏକପାଖିଆ ନିଷ୍ପତି ନେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

Related Post

ବରୀରେ ବନ୍ୟା, ବରୀ-କଳାମାଟିଆ ଯୋଗାଯୋଗ ବିଛିନ୍ନ, ଜିଲ୍ଲାପାଳଙ୍କ ବନ୍ୟାଂଚଳ ପରିଦର୍ଶନ

Posted by - August 27, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ନୂଆନଈର ବନ୍ୟା ଜଳ ମାଡିଆସି ବରୀ-କଳାମାଟିଆ ରାସ୍ତା ସାଇ ମନ୍ଦିର…

ଡୁଙ୍ଗୁରିପାଲି ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ,ରେକର୍ଡ ସଂଖ୍ଯାରେ ୮୧.୫୬ ପ୍ରତିଶତ ମତଦାନ

Posted by - February 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଡୁଙ୍ଗୁରିପାଲି ବ୍ଲକ ରେ ରେକର୍ଡ ସଂଖ୍ଯାରେ ୮୧.୫୬ ପ୍ରତିଶତ ମତଦାନ ସହିତ…

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ

Posted by - July 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ବିଜୁ ଯୁବ ଛାତ୍ର ଜନତା…

ଅପହଞ୍ଚ ଇଲାକାରେ ଭାରତୀୟ ଦୁର ସଞ୍ଚାର ପକ୍ଷରୁ ମୋବାଇଲ ଟାୱାର:-ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

Posted by - January 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏବେବି ମୋବାଇଲ ଟାୱାର ନାହି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀମାନ ,ସାଧାରଣ…

ବନ ବିଭାଗ କର୍ମଚାରୀଙ୍କ ସନ୍ଦେହ ଜଣକ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Posted by - May 25, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନରେ ଥିବା ଶଙ୍କରଡା ଗ୍ରାମରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ଦାସ ଙ୍କ ମୃତ୍ୟୁ…