ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଖଣ୍ଡରା ଗାଁର ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡ ଘଟଣାରେ ବିବାଦ ପିଛା ଛାଡୁନି । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶୁଭଶ୍ରୀଙ୍କ ପରିବାର ଓ ଗ୍ରାମବାସୀ । ଏହାକୁ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଏସପିଙ୍କୁ ଏକ ଦାବୀ ପତ୍ର ଦେବା ସହିତ ପୋଲିସ ମହାନିର୍ଦ୍ଧେଶକଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଦାବୀ କରାଯାଇଛି ।
ଶୁଭଶ୍ରୀ ହଠାତ୍ ନିଖୋଜ ହେବା ଓ ନିଖୋଜ ହେବା ପରେ ଯେଉଁମାନେ ପରିବାର ଲୋକଙ୍କ ଉପରେ ଶୁଭଶ୍ରୀକୁ ନେଇଯିବା ପାଇଁ ଧମକ ଦେଉଥିଲେ ସେମାନଙ୍କୁ ପୋଲିସ କାହିଁକି ତଦନ୍ତର ପରିସରକୁ ଆଣିନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଶୁଭଶ୍ରୀ ସହିତ ପ୍ରେମ ସଂପର୍କ ରଖିଥିବା ଡ୍ରାଇଭର ହରିହର ନାୟକଙ୍କ ବିରୋଧରେ ପରିବାର ଲୋକେ ସିଧାସଳଖ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାକୁ ମଧ୍ୟ ଗିରପଂ କରିନାହିଁ ।
ଶୁଭଶ୍ରୀର କଙ୍କାଳ ପୋଖରୀରୁ ଉଦ୍ଧାର ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସାଇଂଟିପିଂକ ରିପୋର୍ଟ ଆସିବା ପୂର୍ବରୁ ଜଣିଏ ଅଭିଯୁକ୍ତକୁ ପୋଲିସ ଗିରପଂ କରି ଚୁପ ବସିଛି କାହିଁକି ବୋଲି ପ୍ରଶ୍ନ ହେଉଛି । ସେହିପରି ଅଭିଯୁକ୍ତର ବୟାନ ଅନୁଯାୟୀ ଶୁଭଶ୍ରୀ କୁ ଆଣି ସେ ପଂଚାୟତ ଅପିଂସରେ ୫ ଦିନ କାଳ ରଖି ତା ସହିତ ଶାରିରିକ ସଂପର୍କ ରକ୍ଷା କରିଥିଲା ।
ଏଠାରେ ପ୍ରଶ୍ନ ଉଠୁଛି ପଂଚାୟତ କାର୍ଯ୍ୟାଳୟକୁ ଲାଗି ଅନ୍ୟ ଅପିଂସ ରହିଥିଲେ ମଧ୍ୟ କେହି ଏହାର ସୁରାକ ପାଇଲେ ନାହିଁ କିପରି? ଏପରିକି ଶୁଭଶ୍ରୀକୁ ଅଭିଯୁକ୍ତ ଅରୁଣ ବିଭିନ୍ନ ସମୟରେ କଟକ ଓ ଭୁବନେଶ୍ୱର ବୁଲାଇ ଆଣି ଏହି ପଂଚାୟତ ଅପିଂସରେ ତାକୁ ହତ୍ୟାକରିଥିଲା ବୋଲି ସ୍ୱିକାର କରିଛି । ଏଠି ପ୍ରଶ୍ନ ଉଠୁଛି ଏହି ହତ୍ୟାକାଣ୍ଡ ପରେ ସେ କିପରି ଏକୁଟିଆ ଶବକୁ ନେଇ ପୋଖରୀରରେ ପିଂଙ୍ଗିଲା ଓ ଆଉ ଏହାର କେହି ଟେର ପାଇଲେ ନାହିଁ କିପରି?
ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ କରି ଗାଁରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଆଜି ଏ ନେଇ ଯାଜପୁର ଏସପିଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ଏହାର ନକଲ ପୋଲିସ ମହାନିର୍ଦ୍ଧେଶକ ଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବୀ କରାଯାଇଛି ।