ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଓ ସଚେତନତା କାର୍ଯ୍ୟକ୍ରମ

255 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର କିଆରେଶ୍ୱର ଗ୍ରାମରେ ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ୟାସ ଜନିତ ଦୁର୍ଘଟଣାକୁ ରୋକିବା ସମ୍ପର୍କରେ ଅଗ୍ନିଶମ ବାହିନୀ ପକ୍ଷରୁ ବିଶେଷ କରି ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଘରେ ଗ୍ୟାସ ଲାଗିଥିବା ସମୟରେ ହେଉଥିବା ଦୁର୍ଘଟଣା ଯଥା ନିଆଁ ଲାଗିଲେ କିଭଳି ଲିଭାଜିବ ସେ ନେଇ କୌଶଳ ଦେଖାଇଥିଲେ। ଗ୍ୟାସ ଦୁର୍ଘଟଣା କୁ ରୋକିବା ପାଇଁ ସତର୍କ ହେବାକୁ ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ସୂଚନା ଦେଇଥିଲେ ।

ଅଗ୍ନିଶମ ସେବା ସପ୍ତାହ ଅବସରରେ ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କିପରି ନିଆଁ କୁ ଆୟତ କରାଯାଇ ପାରିବ ସେ ସବୁ କ୍ଷେତ୍ରରେ ଷ୍ଟା ପ ମାନଙ୍କୁ ଶିଖା ଯାଇଥିଲା । ସବୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଆବଶ୍ୟକତା ପଡିଥାଏ । ଏଣୁ ଅଗ୍ନିଶମ ସେବା ସପ୍ତାହ ଅବସରରେ ଲୋକମାନଙ୍କୁ ଆବଶ୍ୟକୀୟ ଅଗ୍ନିନିର୍ବାପକ ସଂପର୍କରେ ଅବଗତ କରାଇବା ପାଇଁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଜଣକୁ କିପରି ଅଗ୍ନି ବଳରୁ ଉଦ୍ଧାର କରାଯିବ ସେ ସବୁ ଦିଗରେ ସଚେତନ କରାଇଥିଲେ ।

ଏଥି ସହ ଅଗ୍ନିସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଛି । ସୁରକ୍ଷା ପାଇଁ ଉପକରଣର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ । ଏହି ସପ୍ତାହ ମଧ୍ୟରେ ଯାଜପୁର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଗ୍ରାମାଚଂଳ ଓ ସହରାଂଚଳ ମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ମୁଖ୍ୟ ଅଗ୍ନିସେବା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି କହିଛନ୍ତି ।ସେପଟରେ ଏହି ସଚେତନ କାର୍ଯ୍ୟକ୍ରମ ନିଆଁ କୁ ଆୟତ କରିବା ସହ କିପରି ନିଜେ ସୁରକ୍ଷିତ ହୋଇପାରିବେ ଜାଣି ପାରି ଖୁସି ବ୍ୟକ୍ତ କରିଛନ୍ତି ମେଡିକାଲ୍ କର୍ମ ଚାରି ।

Related Post

ସମ୍ବଲପୁର ରେ ନୂତନ ଜିଲ୍ଲାପାଳ କଲେ କାର୍ଯ୍ୟରେ ଯୋଗଦାନ

Posted by - January 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଆଜି ଆଇଏସ ଦିଵ୍ୟଜ୍ୟୋତି ପରିଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୁର୍ବରୁ ଦିବ୍ୟଜ୍ୟୋତି ପରିଡା ରାଉଲକେଲା ମହାନଗରନିଗମ…

ତୁର୍ଲା ରେ ସିଆରପିଏଫ ତରଫରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Posted by - July 28, 2022 0
ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଆଶ୍ରମ ସ୍କୁଲ ପରିସର ରେ ହରିଶଙ୍କର ସିଆରପିଏଫ୍ ୧୮୯/ଏ ବ୍ୟାଟେଲିଏନ ତରଫରୁ ବୃକ୍ଷ ରୋପଣ…

ଟିଟିଲାଗଡ ଆଦିବାସୀ ଭବନ ଠାରେ ଉତ୍କଳ କନ୍ଧ ସମାଜର (ଟୁପା ଓ ଲୁହା ପ୍ରଗଣା) ସାମ୍ବାଦିକ ସମ୍ମିଳନୀ

Posted by - December 1, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଇତି ମଧ୍ୟରେ ଉତ୍କଳ କନ୍ଧ ସମାଜର ନୂତନ କର୍ମକର୍ତ୍ତା ଚୟନ ନଭେମ୍ବର ୨୦ ଓ ୨୭ ତାରିଖରେ ଟିଟିଲାଗଡ ଓ ବଲାଙ୍ଗିର ଠାରେ…

ମାଲବାହି ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର

Posted by - May 27, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ…