ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

228 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଏବଂ ୨୭ତମ ଜିଲା ପ୍ରତିଷ୍ଠା ଦିବସ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି।

ରାଜ୍ୟର ବୀର ପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି। ଯାଜପୁର ଜିଲା ପରିଷଦର ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗଦେଇ ଗାନ୍ଧିଛକ, ଜିଲା ସ୍କୁଲ ଏବଂ ସଂସ୍କୃତି ଭବନ ପରିସରରେ ଥିବା ମହାତ୍ମା ଗାନ୍ଧି ସମେତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ତ୍ୟାଗ କୁ ମନେ ପକାଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମାଲିକ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବିଭିନ୍ନ ପଦାଧିକାରୀ ମାନେ ଯୋଗ ଦେଇ ଭାଷା ଭିତିକ ରାଜ୍ୟ ଗଠନରେ ମହାପୁରୁଷଙ୍କ ଅବଦାନକୁ ମନେ ପକାଇଥିଲେ ।

Related Post

ନିଜ ପୁଅର ଶୋହଳ ପୂଜା ପାଇଁ ଥିବା ୫୦ ହଜାର ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡକୁ ଦାନ

Posted by - March 26, 2020 159
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନାର ମୁକାବିଲା ପାଇଁ ସରକାର ସାହାଯ୍ୟ ଭିକ୍ଷା କରିଛନ୍ତି । ଏହି ଅବସରରେ ଯାଜପୁର ଜିଳାପାଳଙ୍କ ମାଧ୍ୟମରେ କେତେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡକୁ…

ତୃତୀୟ ଶ୍ରୀକ୍ଷେତ୍ର : ହେରା ପଞ୍ଚମୀ ରେ ମହାଲକ୍ଷ୍ମୀ ଭାଙ୍ଗିଲେ ଶ୍ରୀ ଜଗନ୍ନାଥ ଙ୍କ ରଥ

Posted by - June 28, 2020 408
ନୀଳଗିରି:( ସୌମ୍ୟାସାଇ ବାରିକ୍)ଜଗତର ନାଥ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ହଳଦୀ ମୁଖୀ ସୁଭଦ୍ରା ଙ୍କ ସହିତ ମାଉସୀ ଘରକୁ ବୁଲି ଆସିଛନ୍ତି। ଜନ୍ମବେଦୀରେ ଅବସ୍ଥାନ…

ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଅଭାବନୀୟ ଘଟଣା,ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

Posted by - September 17, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ…

ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଙ୍କ ନାମାଙ୍କନପତ୍ର ଦାଖଲ

Posted by - March 25, 2019 366
ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରମିଳାବିଷୋଇ। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପଣିଗ୍ରାହୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସକାଳେ ପ୍ରମିଳା…

ଟିଟିଲାଗଡ଼ ସହରରେ ଡିଜେର ଉଚ୍ଚ ସାଉଣ୍ଡ ଯୋଗୁଁ ଲୋକେ ହନ୍ତସନ୍ତ – ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି

Posted by - November 10, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ପାର୍ବଣ ଋତୁ ହେଉ କି ବାହାଘର ହେଉ କି କୌଣସି ଶୋଭାଯାତ୍ରା ହେଉ ଆଜିର ଯୁଗରେ ଡିଜେ ନ ବାଜିଲେ…