ଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍ ମ୍ୟାନ୍ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ।ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ ପ୍ରଶିକ୍ଷଣ ପାଇ ଏପରି ଆଇରନ୍ ମ୍ୟାନ୍ ଉପାଧି ହାସଲ କରିବାରେ ସମର୍ଥ ହୋଇଛନ୍ତି ସୌଭାଗ୍ୟ। ପ୍ରଥମେ ୨ କିଲୋମିଟର ସୁଇମିଂ ,ତାପରେ ୯୦ କିଲୋମିଟର ସାଇକେଲିଂ ଓ ପରେ ପରେ ୨୧ କିଲୋମିଟର ଦୌଡ଼। କ୍ରମାଗତ ଭାବରେ ୮ ଘଣ୍ଟା ମଧ୍ୟରେ ଏସବୁକୁ ସମ୍ପୂର୍ଣ୍ଣ କରିଛନ୍ତି ସୌଭାଗ୍ୟ।
