ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର।

408 0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ଏହି ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ। ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି। ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି। ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରୁ ଗୌତମ ନାମକ ଜଣେ ମାଷ୍ଟରମାଇଣ୍ଡ ଏହି ସାପ ବିଷକୁ ପଠାଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ବି ହୋଇଥିଲା। ଏମାନେ ରାଜଧାନୀରେ ଏହି ସାପ ବିଷ ଧରି ଠିକଣା ଜାଗାକୁ ଚାଲାଣ କରିଥାନ୍ତେ ଅଭିଯୁକ୍ତ। ସେଥିପାଇଁ ଔଷଧ ନାଁରେ ଚାଲାଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏକକାଳୀନ ମାଷ୍ଟରକ୍ୟାଣ୍ଟିନ୍ ଏବଂ ଏୟାରପୋର୍ଟରେ ଚଢ଼ାଉ କରି ୨ଟି ଗ୍ରୁପକୁ ଧରିବାରେ ସଫଳ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ଏହି ସାପ ବିଷକୁ ପ୍ରାୟ ୧୦ କୋଟି ଟଙ୍କାରେ ଡିଲ୍ କରିବାକୁ ଯୋଜନା ଥିବାବେଳେ ବଜାରରେ ପ୍ରାୟ ୧୫ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା। ସାପ ବିଷ କାରବାର ଧରିବାକୁ ବନବିଭାଗର ଜଣେ କର୍ମଚାରୀ ଅଣ୍ଡରକଭର ଏଜେଣ୍ଟ୍ ସାଜି ଡିଲର ପର୍ଦ୍ଦାଫାଶ କରିଥିଲେ। ଏହି ରାକେଟ ଧରା ପଡିବା ପରେ ଜବତ ସାପ ବିଷ କେଉଁ ପ୍ରକାରର ଏବଂ କେଉଁଠାରୁ ଆସୁଛି ଏହାର ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ ବୋଲି ବନ ବିଭାଗ କହିଛି।

Related Post

ମା’-ପୁଅକୁ ହତ୍ୟା, ଝିଅକୁ ଅତ୍ୟାଚାର ଘଟଣା,ଦକ୍ଷିଣ ଭାରତ ରୁ ଅଭିଯୁକ୍ତ ଗିରଫ

Posted by - June 4, 2019 0
ଧର୍ମଶାଳା ଥାନ‌ା ଅଞ୍ଚଳରେ ମା ଓ ପୁଅକୁ ହତ୍ୟା କରିବା ସହିତ ଝିଅକୁ ଅତ୍ୟାଚାର କରି ପାହାଡ଼ରେ ଫିଙ୍ଗି ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ବେହେରାକୁ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୋଲିସ ଜଣେ ମୋଟର ଚୋରକୁ ଧରିବାରେ ସଫଳ

Posted by - October 17, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୋଲିସ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି ।ଗତ କିଛି ଦିନ ହେଲା ସୋନପୁର ସହର ସମେତ…

କେନ୍ଦୁଝରଜିଲ୍ଲା ବଡବିଲ ପୋଲିସକୁ ବଡ଼ସଫଳତା ବନ୍ଧାହେଲେ ମାଙ୍ଗାନିଜ ମାଫିଆ

Posted by - June 29, 2020 391
। ବଡ଼ବିଲ:(ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଏକ ମାଙ୍ଗାନିଜ ଚୋରା ଚାଲାଣ କାରୀ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି।ବଡ଼ବିଲ ଉପକଣ୍ଠରେ ଅବସ୍ଥିତ ଲସର୍ଦା ଗ୍ରାମ…

ଖୋର୍ଦ୍ଧା ସହରରୁ ଦୁଇଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଓ ମୋବାଇଲ ଜବତ : ଘଟଣାରେ ଦୁଇଜଣ ଗିରଫ

Posted by - July 10, 2021 0
ଖୋର୍ଦ୍ଧା : (ଶୁଭଲକ୍ଷ୍ମୀ ସାମନ୍ତରା ) ଲକଡାଉନ ସଟ୍‌ଡାଉନର ସୂଯୋଗ ନେଇ ଏବେ ଯୁବବର୍ଗ ଅଳ୍ପ ସମୟରେ ଅଧିକ ରୋଜଗାର ଲୋଭରେ ବିଭିନ୍ନ ପ୍ରକାର ଅନୈତିକ କାରବାରରେ…