ନୀଳଗିରି ରେ ‘ଭାରତ ବନ୍ଦ’ ର ପ୍ରଭାବ

302 0

ନୀଳଗିରି:(ସୌମ୍ୟାସାଇ ବାରିକ)ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ବାନ ରେ, ସାରା ଭାରତ ବର୍ଷ ରେ ସକାଳ ୬ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ, ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନୀଳଗିରି ରେ ମଧ୍ୟ ଏହି ବନ୍ଦ ପାଳନ ର ପ୍ରଭାବ ବେଶ ଅନୁଭୂତ ହୋଇଛି । କଳା କୃଷି ଆଇନ୍ ପ୍ରତ୍ୟାହାର, ଡିଜେଲ୍ ପେଟ୍ରୋଲ, ଇନ୍ଧନ ଗ୍ୟାସ୍ ର ମୂଲ୍ୟବୃଦ୍ଧି ଓ ଦେଶ ର ସରକାରୀ ଶିଳ୍ପ ଓ କଳକାରଖାନା କର୍ପୋରେଟ କମ୍ପାନୀ କୁ ବିକୁଥିବା ପ୍ରତିବାଦ ରେ, ଏହି ବନ୍ଦ ପାଳନ କରାଯାଇଛି।

ନୀଳଗିରି ର ବିଭିନ୍ନ କୃଷକ ସଂଗଠନ ର ସଦସ୍ୟ, ନେତା, କିଶାନ କଂଗ୍ରେସ୍ , ସି.ପି.ଆଇ. ,ସି.ପି.ଏମ୍. ଏହି ବନ୍ଦ ପାଳନ ରେ ସାମିଲ୍ ଥିବା ଦେଖା ଯାଇଛି। ଏଥି ନିମନ୍ତେ ଆଜି ସକାଳ ୬ ଟା ଠାରୁ, ୧୯ ନମ୍ୱର୍ ରାଜ୍ୟ ରାଜପଥ ର, ନୀଳଗିରି ବାଇପାସ୍ ଛକ ଠାରେ ରାସ୍ତା ଅବରୋଧ କରି ଧାରଣା ରେ ବସିଥିଲେ।

ଏହି ବନ୍ଦ ପାଳନ ରେ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ , ନୀଳଗିରି ବ୍ଲକ କଂଗ୍ରେସ୍ ସଭାପତି ମନୋରଂଜନ ପଣ୍ଡା , ଏନ୍.ଏ.ସି ସଭାପତି ଉପେନ୍ଦ୍ର ବେହେରା , ବର୍ଷୀୟାନ ସି.ପି.ଆଇ.ନେତା କୈଳାସ ଚନ୍ଦ୍ର ପଣ୍ଡା , ନିରଞ୍ଜନ ବାରିକ୍ , ଅନୁ ପାତ୍ର, ଯୋଗେନ୍ଦ୍ର ଦାଶ , କିଶନ କଂଗ୍ରେସ୍ ସଭାପତି ଯଶୋଦା ନନ୍ଦନ ସିଂହ, ସଦାଶିବ ରଥ, ନିଗମ ମୋହାପାତ୍ର ଙ୍କ ସମେତ ଶତାଧିକ ଚାଷୀ ସାମିଲ୍ ଥିବା ଦେଖା ଯାଇଛି। ନୀଳଗିରି ବଜାର , ସ୍କୁଲ୍ କଲେଜ୍ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ , କାଁ ଭାଁ ଚାହା ଦୋକାନ ଖୋଲା ଥିବା ଦେଖା ଯାଇଛି। ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଥିବା ଦେଖିବାକୁ ମିଳିଛି।

Related Post

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

Posted by - September 10, 2019 0
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ…

ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ,ସାଢ଼େ ୪ କୋଟି ଓଡ଼ିଆ ଦେଇଥିବା ଦାୟିତ୍ୱକୁ ନମ୍ରତାର ସହିତ ପାଳନ କରୁଛୁ : ନବୀନ

Posted by - December 27, 2019 0
ଭୁବେନଶ୍ୱର: ବିଜେଡି ଏକ ରାଜନୈତିକ ଦଳ ନୁହେଁ ଏହା ଏକ ଆନ୍ଦୋଳନ। ତିଷ୍ଠି ରହିବା ଓ ଆଗକୁ ବଢ଼ିବା ଲାଗି ଏହା କୌଣସି ବ୍ୟକ୍ତି ବିଶେଷ, ଏମିତିକି…

ନେହେରୁ ଯୁବ କେନ୍ଦ୍ର ତରଫରୁ ଗାନ୍ଧୀ ଜୟନ୍ତି ଅବସର ରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ

Posted by - October 2, 2022 0
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି (ଯୁବ ବ୍ୟାପର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ) ଏବଂ ଏନ.ଏ.ସି ଧର୍ମଗଡ ର…

ଯାଜପୁର ବିଞ୍ଝାର ପୁର ର ରାଜନୈତିକ ସମୀକ୍ଷା…କିଏ ଦେବ ପ୍ରମିଳାଙ୍କୁ ଟକ୍କର?

Posted by - March 7, 2019 0
ଯାଜପୁର ଜିଲ୍ଲାର ଏକ ମାତ୍ର ସଂରକ୍ଷିତ ବିଧାନସଭା ଆସନ ହେଉଛି ବିଂଝାରପୁର। ନବେ ଦଶକରୁ ବିଧାୟିକା ପ୍ରମିଳା ମଲିକ ଏଠା‌େର ଅଣକଂଗ୍ରେସ ଶିବିର ନେତୃତ୍ବ ନେଇଆସୁଛନ୍ତି। ମାତ୍ର…

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…