ଗାନ୍ଧିଜୀଙ୍କ ର ଓଡ଼ିଶା ଆଗମନ ର ଏକଶତ ବର୍ଷ ପୂର୍ତ୍ତି ଅବସରରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀଯୁକ୍ତ ଦଧିଚି ସାହୁ ଙ୍କୁ ସମ୍ବର୍ଦ୍ଧନା।

686 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲା ତଥା ବରୀ ବ୍ଲକ କଳାମାଟିଆ ପଞ୍ଚାୟତର ବରିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦଧିଚି ସାହୁ ଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଧନା ଦିଆଯାଇଛି । ଇଂଗ୍ରେଗ ଶାସନ ସମୟରେ ପରାଧିନତାର ଶୃଙ୍ଖଳରୁ ଭାରତ ବର୍ଷକୁ ମୁକ୍ତ କରିବାକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ଆହ୍ଵାନରେ ନିଜର ସମସ୍ତ ସୁଖ ସ୍ୱଚ୍ଚନ୍ଧକୁ ପରିତ୍ୟାଗ କରି ସ୍ଵାଧୀନତା ସଂଗ୍ରାମ ପାଇଁ ଆଗେଇ ଆସିଥିଲେ ଓ ଗୋରା ଶାସନର କଠୋରତକୁ ପ୍ରତିହତ କରି ସ୍ଵାଧୀନ ତାର ସୂର‌୍ୟ୍ୟଦୟ ପାଇଁ କରିଥିବା ସଂଘର୍ଷର ଫଳ ଆଜି ସମଗ୍ର ଭାରତ ବର୍ଷ ଉପଭୋଗ କରୁଛି ।

ତାଙ୍କର ସେହି ଦେଶ ପାଇଁ ତ୍ୟାଗ ଓ ସଂଗ୍ରାମ କୁ ପ୍ରଣାମ କରି ଯାଜପୁର ଜିଲ୍ଲା ପ୍ରଶାସନ ଗାନ୍ଧିଜୀ ଙ୍କର ଓଡ଼ିଶା ଆଗମନ ର ଏକ ଶତ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀଯୁକ୍ତ ଦଧିଚି ସାହୁ ଙ୍କୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ଙ୍କ ତରଫରୁ ବରୀ ତହସିଲଦାର ସରୋଜ କାନ୍ତ ନାୟକ ଓ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଶ୍ରୀ ସାହୁ ଙ୍କ ଘରେ ପହଞ୍ଚି ଶ୍ରୀ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଷୟ ରେ ତାଙ୍କ ପରିବାର ଲୋକ ମାନଙ୍କୁ ପଚାରି ବୁଝିଥିଲେ ।

Related Post

କାଶୀପୁର ଲ୍ୟାମ୍ପ ରେ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ

Posted by - June 22, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଥିବା ଲ୍ୟାମ୍ପରେ ଚଳିତ ମାସ ୨୮ ତାରିଖ ରେ ହେବାକୁ ଥିବା ସଭାପତି ପଦବୀ ର…

ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ କଳାହାଣ୍ଡି ତରଫରୁ ଅସହାୟ ଗରୀବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

Posted by - November 25, 2022 0
ନର୍ଲା:(ଅମିୟ କୁମାର ଦାସ)ନର୍ଲା ବ୍ଲକ ଅଧିନ ନର୍ଲା ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୬ଟି ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ନିରୀହ ଲୋକଙ୍କୁ “ସୋସିଆଲ ୱେଲଫେୟାର୍…

ଏନ୍. ଅହମ୍ମଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ

Posted by - October 19, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲାର ଗରିବ, ଖଟିଖିଆ ଓ ଦୀନ ଦରିଦ୍ର ଙ୍କ ଦରଦୀ ବନ୍ଧୁ, ସଂଗ୍ରାମୀ ନେତା, ପୂର୍ବତନ ସରକାରୀ ଆଇନଜୀବୀ ଓ…

ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - April 24, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର…

ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ 

Posted by - August 1, 2022 0
ଯାଜପୁର ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଜିଲାରେ ମୋଟ ୨୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ   I ଏଥିପାଇଁ ଆଜି ଜିଲା ହାଇସ୍‌ୁଲ ପରିସରରେ ଶିକ୍ଷକ ମାନଙ୍କର ବିଭିନ୍ନ କାଗଜପତ୍ର ଯାଂଚ ଚାଲିଛି । ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ସ୍କଲ ଚୟନ ପାଇଁ ସୁଯୋଗ ଦିଆଯିବ ।  ଶିକ୍ଷକ ମାନେ ନିଜେ ନିଜ ମୋବାଇଲ ମାଧ୍ୟମରେ ଚଏସ ଲକିଂ କରିପାରିବେ I ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସୁବିଧା ପାଇଁ କଂପ୍ୟୁଟର ର ବ୍ୟବସ୍ଥା କରାଯାଇଛି ସେମାନଙ୍କୁ ସହଯୋଗ କରିବା ପାଇଁ କମ୍ପ୍ରୁ୍ୟଟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚଏସ ଲକିଂ କାର୍ଯ୍ୟ ଶେଷ ହେବ ବୋଲି ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସୂଚନା ଦେଇଛନ୍ତି ।