ହୁ ହୁ ହୋଇ କରୋନା ବଢ଼ୁଥିବାରୁ ଗୃହ ମନ୍ତ୍ରାଳୟର ଏପ୍ରିଲ ମାସ ଗାଇଡଲାଇନ ଜାରି

529 0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିବା ସହ ହୁ ହୁ ହୋଇ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଏପ୍ରିଲ ୧-୩୦ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ମୁଖ୍ୟତଃ ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ପ୍ରୋଟୋକଲ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

କରୋନା ପରୀକ୍ଷା ହାର କମ ହେଉଥିବାରୁ ସଂକ୍ରମିତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମନ୍ଥର ହୋଇଯାଇଛି । ଫଳରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ତାହାକୁ ଆକଳନ କରାଯାଇପାରୁନାହିଁ । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଅଧିକ ସଂକ୍ରମଣ ପ୍ରବଣ ସ୍ଥାନରେ କରୋନା ପରୀକ୍ଷା ହାର ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧ କରିବା ଏବଂ ଅଧିକ ସଂକ୍ରମିତ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି। ସଂକ୍ରମିତକୁ ଚିହ୍ନଟ କରି ରୋଗୀ ଦରକାର କରୁଥିବା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି।

ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ପ୍ରୋଟୋକଲ ଅନୁସାରେ ସମସ୍ତ ରାଜ୍ୟରେ ପ୍ରଥମେ କରୋନା ଟେଷ୍ଟ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ। କରୋନା ପରୀକ୍ଷା ମଧ୍ୟରୁ ୭୦ ପ୍ରତିଶତ ଆରଟିପିସଆର୍ ପରୀକ୍ଷା ହେବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାପରେ ଆକ୍ରାନ୍ତ ବା ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିଂ ତୁରନ୍ତ କରାଯିବ। କେଉଁଠାରୁ ଓ କିପରି ସଂକ୍ରମଣ ହୋଇଛି ତାହା ନିର୍ଦ୍ଧାରଣ ଉପରେ ଗୁରୁତ୍ବ ଦିଆଯିବ। ଏହାପରେ ସଂକ୍ରମିତଙ୍କ ଚିକିତ୍ସାକୁ ମଧ୍ୟ ତତୂଲ୍ୟ ଗୁରୁତ୍ବ ଦେବାକୁ ପ୍ରୋଟୋକଲରେ ଉଲ୍ଲେଖ ରହିଛି। କରୋନା ସହ ଲଢ଼ିବାକୁ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟକ୍ଷେତ୍ରରେ ତଥା ସର୍ବସାଧାରଣ ସ୍ଥାନରେ, ବିଶେଷକରି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ ଉପଯୋଗୀ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଫେସ୍ ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ବଜାୟ ରଖିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ କହିବା ସହ ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ଜରିମାନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।

Related Post

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Posted by - November 9, 2022 0
ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା କଥା ସଂସଦରେ ଉଠାଇଲେ ସାଂସଦ ସୁରେଶ ପୁଜାରୀ

Posted by - December 10, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଲୋକସଭା ରେ ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି ସାଂସଦ ସୁରେଶ ପୁଜାରୀ । ଲୋକସଭା ରେ ଆଜି ସାଂସଦ…

ସେନାର ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ : ବ୍ୟାଙ୍କ୍ ମ୍ୟାନେଜର ବିଜୟଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ମହମ୍ମଦ ଲୋନ ନିହତ

Posted by - June 15, 2022 0
ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା…

ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ କେଲଗ କଲେଜର ସଭାପତି ହେଲେ ଓଡ଼ିଆ ଝିଅ ଶୀତଲ

Posted by - November 30, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଇଂଲଣ୍ଡ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କେଲଗ କଲେଜର ଏମସିଆର କମିଟିର ୨୦୨୧ – ୨୨ ବର୍ଷ ପାଇଁ…