Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାଙ୍କ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତା ଅବରୋଧ

594 0

ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା ପରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାମାନେ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତାରେ ବସି ଯାଇଥିଲେ। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ଥାନାଧିକାରୀ ବିମଳ କୁମାର ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ଟ୍ୟାଙ୍କର୍‌ ଯୋଗେ ଜଳଯୋଗାଣ ଓ ନଳକୂପ ମରାମତି ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା।
ଗ୍ରାମବାସୀଙ୍କ ସୂଚନା ମୁତାବକ, ଗ୍ରୀଷ୍ମଋତୁ ଆରମ୍ଭରୁ ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଛି। ସୋଲାର ଶକ୍ତି ଯୋଗେ ଲଗାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି।

ଫଳରେ ପିଇବା ପାଣି ଟୋପେ ପାଇଁ ଶତାଧିକ ଗ୍ରାମବାସୀ ଏକମାତ୍ର ନଳକୂଅ ଉପରେ ନିର୍ଭର କରୁଥିଲେ। ତାହା ମଧ୍ୟ ଖରାପ ହୋଇଯିବାରୁ ମହିଳାମାନେ ନିକଟସ୍ଥ ଜଳାଶୟ କିମ୍ବା ଦୁଇ କିଲୋମିଟର ଦୂର ନଳକୂଅରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ‌ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ଉତ୍ତ୍ୟକ୍ତ ମହିଳାମାନେ ଆଜି ରାସ୍ତା ଅବରୋଧ କରିଥିଲେ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁ ପଚାରିବାରୁ ସେ କହିଛନ୍ତି ଯେ ସୌରଶକ୍ତି ଯୋଗେ ଉକ୍ତ ନଳକୂଅରୁ ପାନୀୟଜଳ ସଂଗ୍ରହ କରି ଟାଙ୍କିରେ ସଂରକ୍ଷିତ କରି ରଖାଯାଉଥିଲା। ଓରେଡ଼ା ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଥିଲା। ଏହା ଅଚଳ ହେବା ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ କଟକସ୍ଥିତ ଓରେଡ଼ା କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଛି। ଏହାର ମରାମତି ବିଳମ୍ବ ହେବାରୁ ଭୁବନେଶ୍ୱରସ୍ଥିତ ଅନ୍ୟ ଏକ ଘରୋଇ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ଦିନେ ଦୁଇଦିନ ଭିତରେ ଏହାର ସମାଧାନ କରାଯିବ। ତେବେ ଗ୍ରାମାବସୀଙ୍କୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related Post

ନବ ନିର୍ବାଚିତ ୱାର୍ଡ଼ ସଭ୍ଯଙ୍କ ଅଶୋଭନୀୟ ଆଚରଣ! ପୋଲିସ ପ୍ରଶାସନ ର ଦ୍ଵାରସ୍ଥ ହେଲେ ଗ୍ରାମବାସୀ

Posted by - February 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ କେତେକ ୱାର୍ଡ ସଭ୍ଯ ବିଭିନ୍ନ କାରଣରୁ…

ସେପ୍ଟେମ୍ବର ୧ ରୁ ଫାର୍ମାସିଷ୍ଟ ସେବା ସଂଘର ଆନ୍ଦୋଳନ ଚେତାବନୀ

Posted by - August 27, 2022 0
ସମ୍ବଲପୁର:୨୭/୦୮ (ରମାକାନ୍ତ ବିଶ୍ବାଳ)ଓଡିଶା ଫାର୍ମାସିଷ୍ଟ ସେବା ସଂଘ ସମ୍ବଲପୁର ଆସୋସିଏସନ ତରଫରୁ ସେପ୍ଟେମ୍ବର ୧ ରୁ ଆନ୍ଦୋଳନ କରିବା ପାଇଁ ଆଜି ସମ୍ବଲପୁର ଠାରେ ଚେତାବନୀ ଦିଆଯାଇଛି…

ବାହାଘର ରନ୍ଧା ଖାଦ୍ୟ ହଣ୍ଡାକୁ ଟେକି ନେଲେ ପୋଲିସ୍ ଏବଂ ତହସିଲଦାର,ପାଖ ବସ୍ତିରେ ବାଣ୍ଟିଲେ

Posted by - July 14, 2020 0
ପୁରୀ :ନିଜିଗଡକୁରୁଖି ପାତ୍ରସାହିର ଜୈନିକ ବ୍ୟକ୍ତିଙ୍କ ପୁଅର ବିବାହ ଉତ୍ସବର ଭୋଜି ସେହି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ତେବେ ସେଠାରେ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ସଂପୂର୍ଣ୍ଣ ଉଲଙ୍ଘନ…

ସିଦ୍ଧାର୍ଥ ସ୍ୱାଇଁ ଅନୁଗୁଳ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ

Posted by - September 14, 2020 0
ଅନୁଗୁଳ -(ମହେଶ ଭୋମ ରାଜ) ଅନୁଗୁଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ସିଦ୍ଧାର୍ଥ ସ୍ୱାଇଁ ଆଜି (ସୋମବାର) ଯୋଗଦାନ କରିଛନ୍ତି । ଆଜି ସକାଳେ ଜିଲ୍ଲା କାର୍ଯ୍ୟାଳୟଠାରେ…

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।