ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ

567 0

ଲଙ୍ଗଳେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର କାରଣ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବିପଦ ମୁହଁରେ ରହିଛି। ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ ଧରାଶାୟୀ ହୋଇଗଲାଣି। ଏବେଠୁ କିଛି ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା କରି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।

ସମୁଦ୍ର ପତ୍ତନଠାରୁ ୫ଫୁଟ୍‌ ତଳେ ବାଲିଆପାଳ ବ୍ଲକ ଜମ୍ଭିରାଇ, ପଞ୍ଚୁପାଲି, ବୋଳଂ, ସାଉଡ଼ି ଏବଂ କଷାଫଳ ପଞ୍ଚାୟତ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏବେ ଯେଉଁଠି ସମୁଦ୍ର ଅଛି ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା। ସମୟକ୍ରମେ ସମୁଦ୍ର କୂଳ ଲଙ୍ଘି ସବୁକିଛି କରାଳ ଗର୍ଭରେ ଲୀନ ହୋଇଗଲାଣି। କୂଳ ଖାଉଥିବା ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ତାହା ଏବେ ଶୀତଳଭଣ୍ଡାରରେ ରହିଛି। ଜୁଆରିଆ ତିଥିରେ ସମୁଦ୍ର ଅଧିକ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ ଭୟ ଓ ଆତଙ୍କ ମଧ୍ୟରେ ଦିନ ବିତାଉଛନ୍ତି।

ଏବେଠୁ ସୁରକ୍ଷା ବ୍ୟବସ୍ଥା ନ କଲେ ଏକର ଏକର ଚାଷଜମି ଏବଂ ପାନବରଜ ସବୁ ସମୁଦ୍ର ଗର୍ଭକୁ ଚାଲିଯିବ। ସମୁଦ୍ର ଉପକୂଳରେ ଥିବା ବାଲିବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ସାମୁଦ୍ରିକ ବାତ୍ୟା ଯୋଗୁ ସୃଷ୍ଟି ହେଉଥିବା ଢ଼େଉ ଏବଂ ଜୁଆର ମାଡ଼ରେ ବର୍ଷକୁ ପ୍ରାୟ ୫୦ଫୁଟ୍‌ରୁ ଊର୍ଦ୍ଧ୍ୱ ବାଲି ବନ୍ଧ ଧୋଇ ହୋଇଯାଉଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପଥର ଡମ୍ପିଂ ସହ ସୁରକ୍ଷା ପାଚେରି ନିର୍ମାଣ ପାଇଁ ୨୦୧୬ରେ ୧୧କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାରଙ୍କ ୧୧୯ତମ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲା। ମାତ୍ର ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଅଦ୍ୟାବଧି ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଯୋଜନା ଏବେ ବି ଫାଇଲ୍‌ ଭିତରେ ପଡ଼ିରହିଛି। ଯଦି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରା ନ ଯାଏ ତେବେ ଆସନ୍ତା ଦିନରେ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବାର ଆଶଙ୍କା ରହିଛି।

Related Post

ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତରେ ନୂଆଖାଇ ଭେଟଘାଟ

Posted by - September 20, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ବ୍ଲକ ବଡ଼ କୁମୁଲି ପଞ୍ଚାୟତ ସରପଞ୍ଚ ମଧୁଭତ୍ରା ଙ୍କ ଆହ୍ୱାକତତ୍ୱରେ ଚିକିଲି ଟଶୋର ନିକଟରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ବଡ଼…

ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ

Posted by - February 5, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ। ଯାଜପୁର ବିଂଝାରପୁର ବ୍ଲକ ଅରେଇ…

ସ୍ଵାଧୀନତା ସଂଗ୍ରାମୀ ଓ ସମାଜ ସେବୀ ଙ୍କ ପରଲୋକ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଆରଙ୍ଗକ୍ଷବାଦ ପଞ୍ଚାୟତ ର ସ୍ଵାଧୀନତା ସଂଗ୍ରାମୀ ଅନନ୍ତ ଚରଣ ଧଳ କର ଆଜି ଅପରାହ୍ନରେ ମୃତୁ ଘଟିଛି । ସେ…

କଳାହାଣ୍ଡି ରେ ହେବ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା ,ଏଇ ଓଡ଼ିଶା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

Posted by - April 29, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଗାମୀ ଜୁନ ମାସରେ କଳାହାଣ୍ଡି ଜିଲ୍ଲାରେ “ଏଇ ଓଡିଶା” ଏଲ୍ ଏନ୍ ଟି ଭି ସମ୍ବାଦ ସରବରାହ…