ଫୁଟବଲ ମ୍ୟାଚ ଉଦଯାପନୀ ଦିବସରେ ଯୋଗଦେଲେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ

292 0

ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ମିନି ଷ୍ଟାଡିୟମ ପରିସରରେ, ଏକ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଯାଇଛି। ବିଜେଡି ର ଯୁବ ନେତା ସବ୍ୟସାଚୀ ମହାପାତ୍ର ଓ ଛାତ୍ର ନେତା ଅଭିଷେକ ବେହେରା ଙ୍କ ଦ୍ଵାରା ଅୟୋଜିତ, ଏହି ଟୁର୍ଣ୍ଣାମେଣ୍ଟ ଙ୍କୁ ସ୍ଥାନୀୟ ଆଇ. ଆଇ. ସି. ପ୍ରଭଞ୍ଜନ ବେହେରା ଫିତା କାଟି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବ ରେ, ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ – ନୀଳଗିରି ରେ ଫୁଟବଲ ଖେଳ ର ଏକ ସ୍ଵତନ୍ତ୍ର ପରିଚୟ ଥିଲା। ଏଭଳି ମ୍ୟାଚ ଆୟୋଜନ ଦ୍ଵାରା, ଅନେକ ଅନାଲୋଚିତ ପ୍ରତିଭା ଲୋକଲୋଚନକୁ ଆସି ପାରିବ।

ଆୟୋଜକ ଶ୍ରୀ ମହାପାତ୍ର କହିଥିଲେ, ନୀଳଗିରି ର ଗୌରବମୟ ଖେଳ, ଅତୀତ ର ଅନେକ ସ୍ମୃତି ଜାଗ୍ରତ କରାଉଛି।ଖେଳ ର ଦ୍ବିତୀୟ ଦିନ ତଥା ଉଦଯାପନୀ ଦିବସ ରେ, ରାଜ୍ଯ ଯୁବ, କ୍ରୀଡା ଓ ପ୍ରଯୁକ୍ତି ବିଦ୍ୟା (ସ୍ଵାଧୀନ) ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ, ଆୟୋଜକ ମାନଙ୍କର ଏଭଳି ଉଦ୍ୟମ କୁ ଉଚ୍ଚ ପ୍ରସଂଶା କରିବା ସହିତ, ଏଭଳି ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ଜାରୀ ରହିଲେ, ନୀଳଗିରି ଭଳି ଏୈତିହାସିକ ମାଟିରୁ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଖେଳାଳି ତିଆରି ହୋଇପାରିବେ ବୋଲି ଆଶା ପ୍ରକଟ କରିଥିଲେ। ଅନ୍ୟ ପକ୍ଷରେ, ଏଥି ପାଇଁ, ଯେଉଁ ସବୁ ଆନୁସାଙ୍ଗୀକ ବ୍ୟବସ୍ଥା ଆବଶ୍ୟକ ପଡିବ, ସେଥି ପାଇଁ, ତାଙ୍କ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ, ଗତିକୃଷ୍ଣ ନନ୍ଦ, ସନ୍ତୋଷ ଭାଇ ଖଟୁଆ, ମନୋରଞ୍ଜନ ମହାନ୍ତି, ଶିଶିର ରାଉତ, ଉଦୟ ଜ୍ୟୋତି ମହାନ୍ତି ଙ୍କ ସମେତ ବହୁ କ୍ରୀଡା ସଂଗଠକ, କ୍ରୀଡା ପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ। ରାଜେନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିଲେ। ଏହି ଦୁଇ ଦିନରେ ୧୬ ଗୋଟି ଦଳ ଭାଗ ନେଇ, ସେମାଙ୍କର କ୍ରୀଡା ନୈପୁଣ୍ୟ ରେ ଦର୍ଶକ ଙ୍କ ମନ ମୋହି ନେଇଥିଲେ । ପ୍ରଥମ ମ୍ୟାଚ ପୋଖରୀଆ ଓ ଚଲଣାପାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଆଜିର ଫାଇନାଲ ମ୍ୟାଚ ର ବିଜେତା ଓ ରନର୍ସଅପ୍ ଦଳ କୁ, ଆୟୋଜକ ଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି। ନୀଳଗିରି ର ଏହି ଯୁବ ବ୍ୟକ୍ତିତ୍ୱ ଙ୍କ ଏଭଳି ପ୍ରଚେଷ୍ଟା କୁ ସାଧାରଣ ରେ ଉଚ୍ଚ ପ୍ରସଂଶା କରାଯାଇଛି ।

Related Post

୧୪ ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ୨୦୨୨/୨୩ ଉଦଘାଟିତ

Posted by - December 22, 2022 0
ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅlଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକା ନନ୍ଦ ଯୁବକ ସଂଘ ଆଡ଼େଣି ଗଡ଼ ଦ୍ୱାରା୧୪…

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଓ ସି ଏ ଭିଜନ୍ ୨୪ ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - December 11, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଆୟୋଜିତ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

୨୦୨୩ ମସିହା ଜାନୁଆରୀ ୧ ତାରିଖ କଳାହାଣ୍ଡି ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ

Posted by - December 30, 2022 0
ଭବାନୀପାଟଣା :୩୦/୧୨(ବ୍ୟୁରୋ)ଆସନ୍ତା ଜାନୁଆରି ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଠାରେ ହେବାକୁ ଥିବା ହକି ବିଶ୍ଵ କପ୍ କୁ ସ୍ମରଣ କରିବା…

ଆମ୍ବେଦକର ମେମୋରିଆଲ କପ୍ ଉଦଯାପିତ

Posted by - January 14, 2023 0
ହରଭଙ୍ଗା : ୧୪/୦୧(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଆମ୍ବେଦକର ଯୁବ ପରିଷଦ ଆନୁକୂଲ୍ୟରେ ହରଭଙ୍ଗା ଖେଳ ପଡ଼ିଆରେ ଚାଲିଥିବା ଆମ୍ବେଦକର ମେମୋରିଆଲ ଚାଲେଞ୍ଜ କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ…

ପୁରୁଷ ହକୀ ବିଶ୍ୱକପ ପାଇଁ ଏବେ ସାରା ଓଡିଶା ରେ ଉତ୍ସବର ମାହୋଲ

Posted by - January 13, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପୁରୁଷ ହକୀ ବିଶ୍ୱକପ ପାଇଁ ଏବେ ସାରା ଓଡିଶା ରେ ଉତ୍ସବର ମାହୋଲ ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା…