ହୁଗୁଲା ପ୍ରଶାସନ,ପରିବେଶ ନଷ୍ଟଭ୍ରଷ୍ଟ। ମାଲେମାଲ୍ ଇଟାଭାଟି ମାଲିକ।

300 0

ନୀଳଗିରି :(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ଏବେ ପାଲଟି ଯାଇଛି, ମାଟି ମାଫିଆ , ବାଲି ମାଫିଆ , ପଥର ମାଫିଆ ଓ କାଠ ମାଫିଆ ଙ୍କ ଭୁ ସ୍ବର୍ଗ। ମାଲେମାଲ୍ ହେଉଛନ୍ତି ଇଟାଭାଟି ମାଲିକ , ଚୋରା ପଥର , ଚୋରା ବାଲି, ଚୋରା କାଠ ବେପାରୀ ଙ୍କ ଭୂସ୍ବର୍ଗ। କ୍ଷତି ହେଉଛି ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ । ପରିବେଶ ହୋଇଛି ନଷ୍ଟ ଭ୍ରଷ୍ଟ । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଜଣେ କେନ୍ଦ୍ର ମନ୍ତ୍ରୀ ଭାରତକୁ ପ୍ରତିନିଧିତ୍ଵ କରୁଥିଲା ବେଳେ, ତାର କୌଣସି ପ୍ରଭାବ ନୀଳଗିରି ର ହୁଗୁଳା ପ୍ରଶାସନ ଉପରେ ନାହିଁ । ଏହାର ଅନେକ ନଜିର ରହିଛି। ଯେପରିକି କିଛି ଦିନ ପୂର୍ବରୁ ସୋନ ନଦୀ ପୁନ୍ଦାଳ ବାଲି ଘାଟ ରେ ଚୋରା ବାଲି ଚାଲାଣ କୁ ରୋକି ବାକୁ ଯାଇ, ବାଲି ମାଫିଆ ଙ୍କ ଆକ୍ରମଣ ର ଶିକାର ହୋଇଛନ୍ତି। ଏକ ଇଟାଭାଟିରେ ଆଦିବାସୀ ନାବାଳିକା କୁ ଧର୍ଷଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ନୀଳଗିରି ର ବିଭିନ୍ନ ସ୍ଥାନ ରେ ଛତୁ ଫୁଟିଲା ଭଳି ଇଟାଭାଟି ( ଚିମିନି ଭାଟି) ଗଢି ଉଠିଛି। ଏହାର ମାଲିକ ମାନେ ନାଲି ଇଟା ପ୍ରସ୍ତୁତ ପାଇଁ , କୁଲଡ଼ିହା ଅଭୟରଣ୍ୟ ଅନ୍ତର୍ଗତ ବିଭିନ୍ନ ସରକାରୀ ସ୍ଥାନ ରୁ, ଶହ ଶହ ଟ୍ରିପ ମାଟି ଉଠାଇ ଆଣି, ଇଟା ତିଆରି କରୁଥିବା ଦେଖା ଯାଇଛି। ଆଉ ଚିମିନି ଭାଟି ରୁ ବାହାରୁଥିବା, କଳା ଧୁଆଁ ରେ ବାୟୁ ପ୍ରଦୂଷିତ ହୋଇ, ଆଖପାଖ ଅଞ୍ଚଳ ର ପରିବେଶ କୁ ଦୂଷିତ କରିଦେଊ ଥିବାରୁ, ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ର ଶିକାର ହେଉ ଛନ୍ତି।

ଏଥି ପାଇଁ ପରିବେଶ ବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଭିନ୍ନ ଉପାୟରେ ଏହି ଇଟାଭାଟି ମାଲିକ ମାନେ ଭୂତଳ ଜଳକୁ ବ୍ୟବହାର କରୁଥିବାରୁ, ଧୀରେ ଧୀରେ ଜଳସ୍ଥର କମିଯାଉଛି। ଯାହା ମଣିଷ ଜୀବନ ପ୍ରତି ଘୋର ସଙ୍କଟ ସୃଷ୍ଟି ହେଉଥିବା କୁ ଯାଉଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବାୟୁ ପ୍ରଦୂଷଣ , ମୃତ୍ତିକା କ୍ଷୟ , ଜଳ ପ୍ରଦୂଷଣ, ପାହାଡ଼ ପର୍ବତ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଜୀବନ ନିର୍ବାହ କୁ ପ୍ରଭାବିତ କରିଛି। ନୀଳଗିରି ଅଞ୍ଚଳ ର ୬୦ ରୁ ଅଧିକ ଇଟା ଭାଟି କାର୍ଯ୍ୟକ୍ଷମ ଥିବା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

ତନ୍ମଧ୍ୟରୁ ୧୦ ପ୍ରତିଶତ ଇଟାଭାଟି ଆଇନ ସିଦ୍ଧ ଭାବେ କାର୍ଯ୍ୟ କରୁଥିଲା ବେଳେ , ଅନ୍ୟ ସବୁ ବେଆଇନ ଭାବେ ଚାଲିଛି। ହେଲେ ଏଥି ପ୍ରତି କାହାରି ନିଘା ନାହିଁ। ନୀଳଗିରି ଠୁ ସନ୍ତରା ଗାଡିଆ , ନୀଳଗିରି ଠୁ ଝରଣା ଘାଟି, ସଜନଗଡ ଠୁ ଅଯୋଧ୍ୟା , ମିତ୍ରପୂର୍ ଠୁ ନରସିଂହ ପୁର ମୁଖ୍ୟ ରାସ୍ତା ଗୁଡ଼ିକ ପାର୍ଶ୍ଵ ରେ, ଏଭଳି ଅନେକ ଇଟାଭାଟି କାର୍ଯ୍ୟକ୍ଷମ ଥିବା ଦେଖିବାକୁ ମିଳିଛି। ଯାହାର କୁ ପ୍ରଭାବ ଅତ୍ୟନ୍ତ ଭୟଙ୍କର ବୋଲି ପରିବେଶ ଵିତ୍ ମାନେ ମତ ପ୍ରକାଶ କରିଛନ୍ତି।

ଏସଂପର୍କରେ ରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା କହନ୍ତି, କିଛି ଇଟାଭାଟି ର ଲାଇସେନ୍ସ ଅଛି। ଆଉ କେତେକ ଙ୍କ ରିନ୍ୟୁ ହେବ। ତେବେ ଏଥି ପ୍ରତି ନୀଳଗିରି ତହସିଲଦାର କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେଥି ପ୍ରତି ସେ ଯତ୍ନବାନ୍ ହେବେ । ସେ ଯାହା ହେଉ, ନୂଆବର୍ଷ ୨୦୨୧ ରେ ନୀଳଗିରି ପ୍ରଶାସନ ଅଧିକ ଯତ୍ନବାନ୍ ହୋଇ ଦୃଢ଼ ପଦକ୍ଷେପ ନେବାକୁ ଉପଖଣ୍ଡ ବାସୀ ଦାବି କରିଛନ୍ତି।

Related Post

ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନି,ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

Posted by - November 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଓକିଲ ସଂଘ ସଭା ଗୃହରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରାଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଯାଇଛି।…

ଚାଚା ନେହୁରୁଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିଲା ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 14, 2021 0
ବୌଦ୍ଧ :(ସମରେଶ ମିଶ୍ର )ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ଆଇନ ସେଲ କାର୍ଯ୍ୟାଳୟ…

ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଅରିନ୍ଦମକୁ ଦିଆଗଲା ଶ୍ରଦ୍ଦାଞଳି

Posted by - September 28, 2021 0
ଭୁବନେଶ୍ବର :ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟିକୁ ବନ୍ୟା ଜଳରୁ ଉଦ୍ଧାର କରିବା ସମୟରେ ଓଡ୍ରାଫଟିମ ର ବୋଟ ରେ ଲାଇଫ ଭିଜୁଆଲ…

ପ୍ରବଳ ତାତି ଯୋଗୁଁ ରାଜ୍ୟବାସୀ ବେହାଲ୍: ତିନୋଟି ଜିଲ୍ଲାରେ ତାପ ମାତ୍ରା ୪୦ ଡିଗ୍ରୀ ଉପରେ

Posted by - March 17, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମାର୍ଚ୍ଚ ମାସ ମଧ୍ୟ ଭାଗରେ ପହଞ୍ଚି ଥିବାବେଳେ ପ୍ରବଳ ଖରା ସାଙ୍ଗକୁ ତାତି ବୃଦ୍ଧି ପାଇବାରେ ଲାଗିଛି, ଫଳରେ ରାଜ୍ୟବାସୀ…

ସମ୍ବଲପୁର ଦୁରଦର୍ଶନ କେନ୍ଦ୍ରକୁ ବଞ୍ଚାଇବା ପାଇଁ ଧାରଣା

Posted by - February 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ପ୍ରଥମ ଦୁରଦର୍ଶନ କେନ୍ଦ୍ର ସମ୍ବଲପୁର କୁ ବନ୍ଦ କରିଦେବା ଚକ୍ରାନ୍ତ କୁ ବିରୋଧ କରି ଆଜି ସମ୍ବଲପୁର ଦୁରଦର୍ଶନ କେନ୍ଦ୍ର ବାହାରେ ଧାରଣା ଆରମ୍ଭ…