ରାଜ୍ୟ ମହିଳା କଂଗ୍ରେସ ସ୍ବତନ୍ତ୍ର ଟିମ୍ରର ମୃତ ପୀଡ଼ିତାଙ୍କ ଘର, ଘଟଣା ସ୍ଥଳ ଓ ନୀଳଗିରି ଥାନା କୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ

431 0

ନୀଳଗିରି:(ସୌମ୍ୟାସାଇ ବାରିକ)ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ଙ୍କ ନେତୃତ୍ୱ ରେ ଏକ ସ୍ବତନ୍ତ୍ର ପାଞ୍ଚ ଜଣିଆ ଟିମ୍ ନୀଳଗିରି ରେ ପହଞ୍ଚି, ମୃତ ନାବାଳିକା ଙ୍କ ସମ୍ପର୍କ ରେ ବିଭିନ୍ନ ସ୍ଥାନ ଗସ୍ତ କରି ତଥ୍ୟ ସଂଗ୍ରହ କରିଥିବା ଜଣା ଯାଇଛି । ସୂଚନା ଅନୁଯାୟୀ – ଉପୋରକ୍ତ ଟିମ୍ ପ୍ରଥମେ ପୀଡ଼ିତା ଙ୍କ ବାଘମରା ସ୍ଥିତ ଗୃହ ମୁକାମ୍ କୁ ଯାଇ, ତାଙ୍କ ବାପା, ମା ଏବଂ ଦାଦା, ଖୁଡି ଙ୍କୁ ଘଟଣା ସଂପର୍କ ରେ ପଚାରି ବୁଝିଥିଲେ । ପରେ ଜଡିବାଲି ସ୍ଥିତ ଜୟ ଦୂର୍ଗା ଇଟା ଭାଟି କୁ ଯାଇ, ଘଟଣା ସ୍ଥଳ ପରିଦର୍ଶନ କରି, ଉପସ୍ଥିତ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଫେରି ନୀଳଗିରି ଡାକ୍ତରଖାନା ଓ ନୀଳଗିରି ଥାନା କୁ ଯାଇ ତଦନ୍ତକାରୀ ଅଧିକାରୀ ଙ୍କ ଠାରୁ ଘଟଣା ସଂପର୍କ ରେ, ସମସ୍ତ ତଥ୍ୟ ପଚାରି ବୁଝିଥିଲେ ।

ପରେ ପରେ ଅପରାହ୍ନ ୪ଘଟିକା ସମୟ ରେ ନୀଳଗିରି କଂଗ୍ରେସ୍ ଭବନ ପରିସରରେ, ଏକ ସମ୍ବାଦଦାତା ସମ୍ମିଳନୀ ରେ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ପରିଡ଼ା କହିଥିଲେ – କଂଗ୍ରେସ୍ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, (ତଥ୍ଯ ଅନୁସନ୍ଧାନ କମିଟି)ଗଠନ କରାଯାଇଛି। ଏହି ପାଞ୍ଚ ଜଣିଆ ଟିମ୍ ନୀଳଗିରି ଆସି ବିଭିନ୍ନ ସ୍ଥାନ କୁ ଯାଇ, ଘଟଣା ସଂପର୍କ ରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରିଛି। ମୃତ ନାବାଳିକା ଙ୍କ ବାପା ମା ଙ୍କ ବୟାନ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି, ମୃତ ନା ବାଳିକା ଙ୍କୁ ଗଣଦୁଷ୍କର୍ମ କରାଯିବା ପରେ, ବିଷ ପିଆଇ ଦେବା ଦ୍ଵାରା ତାର ମୃତ୍ୟୁ ଘଟିଛି । ପରୀ ହତ୍ୟା ଘଟଣା ସମଗ୍ର ରାଜ୍ୟ ରେ ଚହଳ ପକାଇଥିବା ବେଳେ, ନୀଳଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ , ଜଣେ ଆଦିବାସୀ ନା ବାଳିକା କୁ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଓ ହତ୍ୟା ରେ ଯେଉଁ ମାନେ ସଂପୃକ୍ତ ଅଛନ୍ତି, ସେ ସମ୍ପର୍କ ରେ ତଦନ୍ତ କରି ଦୋଷୀ ଙ୍କୁ ବିରୁଦ୍ଧ ରେ କଠୋର ଦଣ୍ଡ ବିଧାନ କରାଯିବା ସହିତ ପୀଡିତା ଙ୍କ ପରିବାର କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ, ଆମ୍ଭେ ରାଜ୍ଯ ସରକାର ଙ୍କୁ ଦାବି କରୁଛୁ ।

ଏତଦ ବ୍ୟତୀତ, ଦୋଷୀ ର ଦଣ୍ଡ ବିଧାନ ପର୍ଯ୍ୟନ୍ତ, ପୀଡ଼ିତା ଙ୍କ ପରିବାର ର ସଂଗ୍ରାମ ରେ ରାଜ୍ୟ ମହିଳା କଂଗ୍ରେସ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି କହିଥିଲେ। ଏହି ସ୍ବତନ୍ତ୍ର ଟିମ୍ ରେ ବାଲେଶ୍ଵର ଜିଲ୍ଲା ମହିଳା କଂଗ୍ରେସ୍ ସଭା ନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି , ବାଲେଶ୍ୱର କଂଗ୍ରେସ୍ ବିଧାୟିକା ପାର୍ଥି ମମତା କୁଣ୍ଡୁ , ନୀଳଗିରି କଂଗ୍ରେସ୍ ପାର୍ଥି ମନୋଜା ମଞ୍ଜରୀ ଦେବୀ , ରାଜ୍ଯ ମହିଳା କଂଗ୍ରେସ ର ସମ୍ପାଦିକା ବରିଷ୍ଠ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ଯ ସାମିଲ ଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଯୁବ କଂଗ୍ରେସ ରୁ ନିଗମ ମହାପାତ୍ର , ବିଶ୍ଵନାଥ ଦାସ ସମେତ କଂଗ୍ରେସ୍ ର କିଛି କର୍ମୀ, ଏହି ଗସ୍ତ ସମୟ ରେ ସେମାନଙ୍କୁ ସହଯୋଗ କରିବା ଦେଖା ଯାଇଛି।

 

Related Post

ବିଜୁ ସ୍ଵାସ୍ଥ୍ୟ କାର୍ଡ କେଉଁ କାମକୁ ? ରୋଗିଙ୍କୁ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା

Posted by - November 9, 2021 0
ବୌଦ୍ଧ/ହରଭଙ୍ଗା :(ଚିତ୍ତ ରଂଜନ ସିଂ)ସରକାର ଜନ ସାଧାରଣଙ୍କ ସ୍ଵାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେହେଁ…

ବିଜେଡ଼ିର ପ୍ରଚାର ସମୟରେ ଅଘଟଣ, ପ୍ରଚାର ଗାଡି ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଦୁଇ ଜଣ

Posted by - February 16, 2022 0
ବସ୍ତା:ବସ୍ତାବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଆଜି ବିଜେଡିର ନିର୍ବାଚନ ପ୍ରଚାର ସମୟରେ ଏକ ବଡ଼ ଅଘଟଣା ଘଟିଯାଇଛି। ପ୍ରଚାର ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉ…

ଆସନ୍ତା ପଂଚାୟତ ନିର୍ବାଚନ ଭୋଟ ଗଣତିର ବଦଳିଲା ଢାଞ୍ଚା

Posted by - August 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବଦଳିବ ପଂଚାୟତ ନିର୍ବାଚନ ର ଢାଞ୍ଚା!ଆଗାମୀ ପଂଚାୟତ ନିର୍ବାଚନ ରେ ନୂଆ ସଂସ୍କରଣ ଆଣିଛି ପଂଚାୟତ ରାଜ ବିଭାଗ!ପୁର୍ବ ପରି ନିର୍ବାଚନ ଦୀନ ଘୋଷଣା ହେବନି ନିର୍ବାଚନ…

ରାଜ୍ୟ ରେ ୧୪ କୋରୋନା ପୋଜିଟିଭ ଚିହ୍ନଟ,ଅପଡେଟ ଦେଖନ୍ତୁ(୯ ମଇ ସକାଳ ୦୭.୪୫ )

Posted by - May 9, 2020 0
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍…

ହରଭଙ୍ଗା ବ୍ଲକରେ ନିର୍ବାଚନୀ ଉଷ୍ମତା ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ସମିତିସଭ୍ୟା ଅନ୍ତର୍ଦ୍ଧାନ

Posted by - February 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲାରେ ପ୍ରଚାର ଅଭିଯାନ ଶୀର୍ଷ ସୋପାନରେ ପହଂଚିଥିବା ବେଳେ ପଂଚାୟତ ସମିତି ସଭ୍ୟ ଅଧ୍ୟକ୍ଷ ପଦ ଏବେ…