ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

288 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ମହାକୁମା ସ୍ଥିତ ତୁଳସୀ ରିସୋର୍ଟ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ସମରଜିତ ମହାନ୍ତିଙ୍କ ସଭାପତିତ୍ୱରେ ଓଡ଼ିଶା ସାମ୍ବାଦିକ ୟୁନିୟନ ସହ ଅନୁବନ୍ଧିତ ଏହି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।  ଆୟୋଜିତ ଅଧିବେଶନରେ ଓୟୁଜେର ରାଜ୍ୟ ସଭାପତି ପ୍ରଶନ ମହାନ୍ତି ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ଆଗାମୀ ଦିନରେ ସାମ୍ବାଦିକଙ୍କ ଭୂମିକା କିପରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି କିଶାନ ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ସଦାଶିବ ସରାଫ, ଟ୍ରିବ୍ୟୁନାଲ ଅଧ୍ୟକ୍ଷ ରାଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ରଞ୍ଜିତ ରାଉତ, ଅଭୟ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର ଅଧିବେଶନରେ ଯାଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଂଜନ ଚକ୍ରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Related Post

ଗ୍ୟାସ୍ ସିଲିଣ୍ତର ଫାଟି୨ଗୁରୁତର ଘଟଣା,ଚ଼ିକିତ୍ସାଧୀନ ଅବସ୍ଥାରେ ଜଣେମୃତ,

Posted by - November 13, 2019 25
କେନ୍ଦୁଝର,୯/୧୧କେନ୍ଦୁଝର ଧବାଡ଼ିଆ ୧୬ନଂୱାର୍ଡ଼ ମାଝିସାହି ରେ ୨ରିଖ ଶନିବାର ଗ୍ୟାସ୍ ସିଲିଣ୍ତଫାଟି ଦୁଇଜଣ ଗୁରୁତର ହୋଇ କଟକ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ।ଦୁଇଜଣ ଙ୍କ ମଧ୍ୟରୁ ଘରୋଇ…

କାଶୀପୁର ପୋଲିସ ର ସଫଳତା, ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ

Posted by - May 24, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ଜୈନିକ ବୃଦ୍ଧା ସଦାମଣି ନାଏକ ବୟସ…

ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ

Posted by - August 29, 2022 0
ରାୟଗଡା;(ରମାକାନ୍ତ ପଡାଲ)ଆଜି ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ…

ଓଡ଼ିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଓ ବନ୍ଧୁ ମିଳନ।

Posted by - December 12, 2021 0
ବଙ୍ଗୋମୁଣ୍ଡା:ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ଜୁରାବନ୍ଦ ପଞ୍ଚାୟତ ଛତରଙ୍ଗ ଗୁମ୍ଫା ଡେମ ଠାରେ ଓଡିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ଓ…